ରିଲାଏନ୍ସ ଜୁଏଲ୍‌ସର ଫ୍ଲାଗ୍‌ଶିପ୍‌ ଶୋ ରୁମ୍‌ ଉଦ୍‌ଘାଟିତ

ଅନୁଗୋଳ ଅଫିସ, ୨୭।୪- ଗହଣା ବ୍ରାଣ୍ଡ ରିଲାଏନ୍ସ ଜୁଏଲ୍‌ସ ପକ୍ଷରୁ ଅନୁଗୋଳର ଅମଲାପଡ଼ାଠାରେ ଥିବା ଅନୁଶପିଙ୍ଗ ମଲରେ ଏହାର ଫ୍ଲାଗ୍‌ଶିପ୍‌ ଶୋ ରୁମ୍‌ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ୩୨ ଶହ ବର୍ଗଫୁଟ ପରିବ୍ୟାପ୍ତ ଏହି ଶୋ ରୁମ୍‌ରେ ଆକର୍ଷଣୀୟ ସୁନା ଓ ହୀରା ଗହଣା ସମ୍ଭାର ପ୍ରଦର୍ଶନ କରାଯାଇଛି। ଅନୁଗୋଳ ଷ୍ଟୋର୍‌ରେ ଆକର୍ଷଣୀୟ ଉଦଘାଟନୀ ଅଫର ଭାବେ ଏପ୍ରିଲ ୨୬ରୁ ମେ ୭ ପର୍ଯ୍ୟନ୍ତ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର କ୍ରୟ ଉପରେ ପ୍ରଥମ ଶହେ ଜଣ ଗ୍ରାହକଙ୍କୁ ମାଗଣା ସ୍ବର୍ଣ୍ଣ ମୁଦ୍ରା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଷ୍ଟୋର୍‌ ପକ୍ଷରୁ ସୁନା ଗହଣା ଗଢା ମୂଲ୍ୟ ଉପରେ ଫ୍ଲାଟ୍‌ ୨୫ ପ୍ରତିଶତ ରିହାତି ଓ ହୀରା ଗହଣା ଉପରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ସମ୍ପୂର୍ଣ୍ଣ ନୂଆ ମନ୍ଦିର ଗହଣା ସମ୍ଭାର ଅପୂର୍ବମ୍‌ ମଧ୍ୟ ଏହି ଷ୍ଟୋର୍‌ରେ ଉପଲବ୍ଧ ହେବ। ସ୍ବତନ୍ତ୍ର (ଷ୍ଟାଣ୍ଡଏଲୋନ) ଓ ସପ୍‌ ଇନ୍‌ ସପ୍‌ (ଏସଆଇଏସ୍‌) ଫର୍ମାଟ୍‌ରେ ଉପଲବ୍ଧ ହେବା ସହିତ ରିଲାଏନ୍ସ ଜୁଏଲ୍‌ସର ଏବେ ସାରା ଦେଶର ୬୬ରୁ ଅଧିକ ସହରରେ ଉପସ୍ଥିତି ରହିଛି। ରିଲାଏନ୍ସ ଜୁଏଲ୍‌ସ ପ୍ରବକ୍ତା କହିଛନ୍ତି ଯେ, ଗ୍ରାହକ ତଥା ପୃଷ୍ଠପୋଷକମାନେ ଏକ ଜାତୀୟ ଗହଣା ବ୍ରାଣ୍ଡ ପ୍ରଦାନ କରୁଥିବା ଗୁଣବତ୍ତା ଓ ଶୁଦ୍ଧତାର ପ୍ରତିଶ୍ରୁତି ବିଭିନ୍ନ ପ୍ରକାରର ମୂଲ୍ୟରେ ବିଭିନ୍ନ ଡିଜାଇନ୍‌ରେ ପାଇପାରିବେ। ଅନୁଗୋଳରେ ରିଲାଏନ୍ସ ଜୁଏଲ୍‌ସ ପଞ୍ଚମ ଶୋ ରୁମ୍‌ ଖୋଲିଥିବାବେଳେ ଏହା ପୂର୍ବରୁ ଭୁବନେଶ୍ୱରରେ ଦୁଇଟି, କଟକରେ ଗୋଟିଏ ଓ ରାଉରକେଲାରେ ଗୋଟିଏ ଶୋ ରୁମ୍‌ ରହିଛି। ଏହି କାର୍ଯ୍ୟକ୍ରମରେ ରାଜକୁମାର ଶୁକ୍ଲା, ଅଶୋକ ମୁରାକା, ଅଭୟ ରାୟ, ମହେଶ ଗାର୍ଗ, ପ୍ରଦୀପ ପଣ୍ଡା, ଗୌରବ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri