ରିଲାଏନ୍ସ ଜୁଏଲ୍‌ସର ଫ୍ଲାଗ୍‌ଶିପ୍‌ ଶୋ ରୁମ୍‌ ଉଦ୍‌ଘାଟିତ

ଅନୁଗୋଳ ଅଫିସ, ୨୭।୪- ଗହଣା ବ୍ରାଣ୍ଡ ରିଲାଏନ୍ସ ଜୁଏଲ୍‌ସ ପକ୍ଷରୁ ଅନୁଗୋଳର ଅମଲାପଡ଼ାଠାରେ ଥିବା ଅନୁଶପିଙ୍ଗ ମଲରେ ଏହାର ଫ୍ଲାଗ୍‌ଶିପ୍‌ ଶୋ ରୁମ୍‌ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ୩୨ ଶହ ବର୍ଗଫୁଟ ପରିବ୍ୟାପ୍ତ ଏହି ଶୋ ରୁମ୍‌ରେ ଆକର୍ଷଣୀୟ ସୁନା ଓ ହୀରା ଗହଣା ସମ୍ଭାର ପ୍ରଦର୍ଶନ କରାଯାଇଛି। ଅନୁଗୋଳ ଷ୍ଟୋର୍‌ରେ ଆକର୍ଷଣୀୟ ଉଦଘାଟନୀ ଅଫର ଭାବେ ଏପ୍ରିଲ ୨୬ରୁ ମେ ୭ ପର୍ଯ୍ୟନ୍ତ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର କ୍ରୟ ଉପରେ ପ୍ରଥମ ଶହେ ଜଣ ଗ୍ରାହକଙ୍କୁ ମାଗଣା ସ୍ବର୍ଣ୍ଣ ମୁଦ୍ରା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଷ୍ଟୋର୍‌ ପକ୍ଷରୁ ସୁନା ଗହଣା ଗଢା ମୂଲ୍ୟ ଉପରେ ଫ୍ଲାଟ୍‌ ୨୫ ପ୍ରତିଶତ ରିହାତି ଓ ହୀରା ଗହଣା ଉପରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ସମ୍ପୂର୍ଣ୍ଣ ନୂଆ ମନ୍ଦିର ଗହଣା ସମ୍ଭାର ଅପୂର୍ବମ୍‌ ମଧ୍ୟ ଏହି ଷ୍ଟୋର୍‌ରେ ଉପଲବ୍ଧ ହେବ। ସ୍ବତନ୍ତ୍ର (ଷ୍ଟାଣ୍ଡଏଲୋନ) ଓ ସପ୍‌ ଇନ୍‌ ସପ୍‌ (ଏସଆଇଏସ୍‌) ଫର୍ମାଟ୍‌ରେ ଉପଲବ୍ଧ ହେବା ସହିତ ରିଲାଏନ୍ସ ଜୁଏଲ୍‌ସର ଏବେ ସାରା ଦେଶର ୬୬ରୁ ଅଧିକ ସହରରେ ଉପସ୍ଥିତି ରହିଛି। ରିଲାଏନ୍ସ ଜୁଏଲ୍‌ସ ପ୍ରବକ୍ତା କହିଛନ୍ତି ଯେ, ଗ୍ରାହକ ତଥା ପୃଷ୍ଠପୋଷକମାନେ ଏକ ଜାତୀୟ ଗହଣା ବ୍ରାଣ୍ଡ ପ୍ରଦାନ କରୁଥିବା ଗୁଣବତ୍ତା ଓ ଶୁଦ୍ଧତାର ପ୍ରତିଶ୍ରୁତି ବିଭିନ୍ନ ପ୍ରକାରର ମୂଲ୍ୟରେ ବିଭିନ୍ନ ଡିଜାଇନ୍‌ରେ ପାଇପାରିବେ। ଅନୁଗୋଳରେ ରିଲାଏନ୍ସ ଜୁଏଲ୍‌ସ ପଞ୍ଚମ ଶୋ ରୁମ୍‌ ଖୋଲିଥିବାବେଳେ ଏହା ପୂର୍ବରୁ ଭୁବନେଶ୍ୱରରେ ଦୁଇଟି, କଟକରେ ଗୋଟିଏ ଓ ରାଉରକେଲାରେ ଗୋଟିଏ ଶୋ ରୁମ୍‌ ରହିଛି। ଏହି କାର୍ଯ୍ୟକ୍ରମରେ ରାଜକୁମାର ଶୁକ୍ଲା, ଅଶୋକ ମୁରାକା, ଅଭୟ ରାୟ, ମହେଶ ଗାର୍ଗ, ପ୍ରଦୀପ ପଣ୍ଡା, ଗୌରବ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri