ରାସ୍‌ତା ତରେ ଜୀବନ୍‌ ଜିବ୍‌କା

ବରପାଲି, ୩।୨ (ଡି.ଏନ.ଏ)- ଧନୀନୁ ଗରିବ୍‌ ସଭେ ପେଟ୍‌ ପାଲବାର ଲାଗି ନାନା ଉପେ ପାଁଚୁଛନ୍‌। ଯାହାର ପଏସା କଉଡ଼ ଅଛେ ବେପାର ବନିଜ କରି ଆରାମ ସେ ଚଲୁଥିଲାବେଲେ ଗରିବ୍‌ ଦୁଖି, ଖଟିଖିଆ ଲୋକ୍‌ ନିଜର ବାହାଜାଂଗଲ ମାଜି କମେଇ ଖାଉଛନ୍‌। ସେନ୍‌ତା ଆରକେତେ ଭିନେ ଭିନେ କଳା କଉଶଲର ବେଭାର କରି ନିଜର କୁଟୁମ୍‌ ପୁଷୁଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ବରପାଲି ଅଂଚଲରେ।
ସୂଚନା ଅନ୍‌ସାରେ ରାଜସ୍ଥାନ ଜୟପୁର ଜିଲା ଅଧୀନ କୋଟା ଅଂଚଲର ହୀରାଲାଲ ରାମସିଂ(୮୦)। ସେ ଲୁହୁରା ସମାଜର। ବାପ୍‌ଅଜାରନୁ ନିଜର କଉଲିକ୍‌ ବୁରତି ଶିଖିଛନ୍‌। ହେଲେ ନିଜର କଉଲିକ୍‌ ବୁରତିର ଚାହିଦା ନିଜର ଅଂଚଲରେ ବିଶେଷ ନଁାଇଁନ। ଏନ୍‌ତାଥି କମେଇ ଖାଏବାର ଲାଗି ସେ ଫିବଛର ଅକ୍ଟୋବର, ନଭେମ୍ବର ହେଲେ କୁଟୁମବସିଆ ଓଡ଼ିଶାକେ ପଲେଇ ଆସୁଛନ୍‌। ଦିନ୍‌ଯାକ ଝାଲବୁହା ପରିଶ୍‌ରମ କରି କୁଡି, ଟଂଗିଆ, ଚଟୁ, ନଲା ଲେଖେଁ ଲୁହା ସାମାନ ତିଆରି ବିକାଭଂଗା କରୁଛନ୍‌। ଯାହା କମାନି ହେଉଛେ ସେଥ୍‌ରେ ପରିବାର ଆରାମରେ ଚଲୁଛେ। ଦିନାକେତେ ହେଲା ହୀରାଲାଲ ବରପାଲି ତହସିଲ ଛକ୍‌ ପାସେ ନିଜର ଡେରା ପକେଇ ବେପାର କରୁଛନ୍‌। ଇ ବୁଲା ବେପାର ବାବ୍‌ଦେ ତାହାକୁ ପଚ୍‌ରାଲାରୁ ଆଗିଅଁା ଆମେ ଗରିବ୍‌ ଲୋକ୍‌, ଜମିବାଡ଼ି, ସଁପତି ବଲି କିଛି ନାଇଁ। ଫିଦିନ ବାହାଜାଂଗଲ ମାଜି ପେଟ୍‌ର ଲାଗି ଦାନା ଯୁଗାଡ଼ କରୁଛୁଁ। ଇ ସରକାରୀ ସାହାଯ୍‌ ସବୁ ଚୁଛା କଥା। ମିଲୁଥିଲେ ଆମେ ବାରବୁଲା ଜୀବନ୍‌ ବିତେଇ କାଏଁଯେ ଶୀତ କାକର ଖାଏତୁଁ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri