ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ରାଜ୍ୟ ଯୁବ ଶାଖାର ବୈଠକ: ‘ଚାଷୀ ବିକାଶ ନେଇ ସଂଗ୍ରାମ ଜାରି ରହିବ’

ବଅଁରପାଳ, ୨୨।୭(ଡି.ଏନ୍‌.ଏ.) ନାଲ୍‌କୋ ଏମ୍ପ୍ଲୋଇଜ ଶ୍ରମିକ ସଂଘ କାର୍ଯ୍ୟାଳୟଠାରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ରାଜ୍ୟ ଯୁବ ଶାଖାର କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଯୁବ ଶାଖାର ସଭାପତି ସତ୍ୟବ୍ରତ ନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ। ଯୁବ ଶାଖାର ରାଜ୍ୟ ସଭାପତି ଯୋଗଦେଇ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣ ନୀତିକୁ ସମାଲୋଚନା କରିଥିଲେ। ସମଗ୍ର ରାଜ୍ୟରେ ଶିଳ୍ପ କଳକାରଖାନା ଗଢ଼ି ଉଠିଥିଲେ ମଧ୍ୟ କାର୍ଯ୍ୟରତ ଶ୍ରମିକଙ୍କୁ ସର୍ବନିମ୍ନ ମଜୁରି ମିଳି ପାରୁନାହିଁ। ଏହାସହ ସର୍ବନିମ୍ନ ସାମାଜିକ ସୁବିଧା ମଧ୍ୟ ଯୋଗାଇ ଦିଆଯାଉ ନାହିଁ। ରାଜ୍ୟରେ ବେକାରୀ ସମସ୍ୟା ବଢି ଚାଲିଥିବାବେଳେ ଯୁବତୀଯୁବକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ତେଣୁ ରାଜ୍ୟରେ ଗଢ଼ି ଉଠିଥିବା ଶିଳ୍ପ କଳାକାରଖାନାରେ ସ୍ଥାନୀୟ ବେକାର ଶିକ୍ଷିତଙ୍କୁ ଅଗ୍ରାଧିକାର ଭିତ୍ତିରେ କର୍ମ ନିଯୁକ୍ତି ପ୍ରଦାନ କରିବାକୁ ବୈଠକରେ ଦାବି ହୋଇଥିଲା।
ସେହିପରି ରାଜ୍ୟର ବହୁ ଜିଲାରେ ବିଭିନ୍ନ ପ୍ର୍ରକଳ୍ପ ଯୋଗୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଛି। ତେଣୁ ପ୍ରଦୂଷଣ ମୁକ୍ତ ପରିବେଶ ଗଠନ ନିମନ୍ତେ ଦାବି ଉପସ୍ଥାପନ ହୋଇଥିଲା। ଏଥିସହ ଶ୍ରମିକଙ୍କ ବିଭିନ୍ନ ସମସ୍ୟାକୁ ନେଇ ୨୦ଟି ପ୍ରସ୍ତାବ ଆଗତ ହୋଇଥିଲା। ଆଗାମୀ ଦିନରେ କୃଷକଙ୍କ ବିକାଶକୁ ନେଇ ସମଗ୍ର ରାଜ୍ୟରେ ସଂଗ୍ରାମ ଜାରି ରଖିବାକୁ ସଭାପତି ଉପସ୍ଥିତ କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଯୁବ ଶାଖାର ଜାତୀୟ ସମ୍ପାଦକ ନିର୍ମଳ ସାମଲ, ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ରାଜ୍ୟ କର୍ମକର୍ତ୍ତା ପରେଶ ଜେନା, ଦିଲୀପ ମିଶ୍ର, ଦିଗାମ୍ବର ଗଡ଼ନାୟକ, ବୈଭବ ଜେନା, ବିମଳ ପ୍ରଧାନ, କୃଷ୍ଣଚନ୍ଦ୍ର ସାହୁ, ଅଜୟ ପାଇକରାୟ, ଚନ୍ଦ୍ରକାନ୍ତ ଖଣ୍ଡେଇ, ଭବାନୀ ଶଙ୍କର ଜେନାଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ନିର୍ମଳ ସାମଲ ସଭାରେ ସ୍ବାଗତ ଭାଷଣ ଦେଇଥିଲେ। ଅନୁଗୋଳ ଜିଲା ସଭାପତି ସୁଦିପ ମିଶ୍ର ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯିଏ ଜଗୁଥିଲେ ସିଏ ଖାଇଗଲେ: ହରିଣ ମାରି ମାଂସ ରାନ୍ଧି ଖାଉଥିଲେ ଧରାପଡ଼ିଲେ ବନ ଜଗୁଆଳି

ଅନୁଗୋଳ, ୪।୭: ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ ଜଗୁଆଳିମାନେ ହିଁ ହରିଣ ଶିକାର କରି ତାହାର ମାଂସ ରାନ୍ଧି ଖାଉଥିବା ଘଟଣା ସାମ୍ନାକୁ ଆସିଛି। ଅନୁଗୋଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri