ଛେଣ୍ଡିପଦା,୧୯।୬(ସ୍ବ.ପ୍ର.) – ପ୍ରେମିକଙ୍କୁ ମହଙ୍ଗା ପଡ଼ିଛି ରାତିଅଧିଆ ପ୍ରେମ। ପ୍ରେମିକାଙ୍କ ବାପା ଓ ଅଜାଙ୍କ ମାଡ଼ରେ ଗୁରୁତର ହୋଇଛନ୍ତି ଜଣେ ପ୍ରେମିକ। ଖବରପାଇ ପୋଲିସ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଏଥିସହ ପ୍ରେମିକଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ପ୍ରେମିକାଙ୍କ ବାପା ଓ ଅଜାଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି।
ଘଟଣା ଘଟିଛି ଅନୁଗୋଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ। ପୋଲିସର କହିବା ଅନୁଯାୟୀ, ଥାନା ଅଞ୍ଚଳର ଜନୈକା ଯୁବତୀ ଓ ଯୁବକଙ୍କ ମଧ୍ୟରେ ଦୀର୍ଘଦିନରୁ ପ୍ରେମ ସମ୍ପର୍କ ଥିଲା। ସୋମବାର ରାତି ୧୧ ଟାରେ ପ୍ରେମିକ ଜଣକ ପ୍ରେମିକାଙ୍କ ଘର ନିକଟକୁ ଯାଇ ତାଙ୍କୁ ବାହାରକୁ ଡକାଇଥିଲେ। ଏକ ଗଛମୂଳେ ଦୁହେଁ କଥାବାର୍ତ୍ତା ହେଉଥିବାବେଳେ ପ୍ରେମିକାଙ୍କ ପରିବାର ଲୋକେ ଦେଖିବା ସହ ପ୍ରେମିକଙ୍କୁ କାବୁ କରି ନିସ୍ତୁକ ମାଡ ମାରିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରୁ ପ୍ରେମିକକୁ ଉଦ୍ଧାର କରିଥିଲା। ଏ ନେଇ ପ୍ରେମିକଙ୍କ ବାପା ନିଶା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ନଂ. ୧୧୦/୧୯ରେ ଏକ ମାମଲା ରୁଜୁ କରି ପ୍ରେମିକାଙ୍କ ବାପା ଓ ଅଜାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ଏସ୍ଆଇଆର୍ରେ ଆଠମଲ୍ଲିକ ରାଜ୍ୟରେ ପ୍ରଥମ
ଆଠମଲ୍ଲିକ,୨୧ା୬(ଉଦୀପ୍ତ ପୁରୋହିତ) ଅନୁଗୋଳ ଜିଲା ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହାଙ୍କ ନେତୃତ୍ୱରେ ଚାଲିଥିବା ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍ଆଇଆର୍) ୨୦୨୬ କାର୍ଯ୍ୟକ୍ରମ…
କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ
ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…
Archives

