ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ: ବ୍ୟୟ ଅଟକଳ ୧୦.୩୨ ଲକ୍ଷ

ଢେଙ୍କାନାଳ ଅଫିସ, ୩୧ା୫- ଢେଙ୍କାନାଳର ପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏ ନେଇ ଗୁରୁବାର ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଏଥିରେ ଅଧ୍ୟକ୍ଷତା କରିବା ସହ ଉଭୟ ଗୁଣ୍ଡିଚା ଏବଂ ବାହୁଡ଼ା ଯାତ୍ରାକୁ ସରସସୁନ୍ଦର କରିବାକୁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ଚଳିତବର୍ଷ ରଥଯାତ୍ରା ପାଇଁ ୧୦ଲକ୍ଷ ୩୨ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଛି। ୨ରଥରେ ନୂତନ କପଡ଼ା ଏବଂ ନେତ ଲଗାଯିବ। ଏଥିସହ ଫୁଲରେ ସାଜସଜ୍ଜା କରିବାକୁ ନିଷ୍ପତ୍ତି ନିଆଯାଇଛି।
ଜୁଲାଇ ୪ରେ ଘୋଷଯାତ୍ରା ଅନୁଷ୍ଠିତ ହେବ। ଏଥିପୂର୍ବରୁ ରାଜପୁରୋଧା ପଞ୍ଚାନନ ମିଶ୍ରଙ୍କ ଦ୍ୱାରା ନୀତିନିର୍ଘଣ୍ଟ ପ୍ରସ୍ତୁତ ହୋଇଛି। ଏହାକୁ ବୈଠକରେ ପାଠ କରାଯାଇଥିଲା। ପବିତ୍ର ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିଲାଗି ଆବଶ୍ୟକ ଧଉରା କାଠ ଅଣାଯାଇଥିବାବେଳେ ତୁରନ୍ତ ଶାଳକାଠ ଯୋଗାଇଦେବାକୁ ଜିଲାପାଳ ବନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ରଥ ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ଉପଜିଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ ହୋଇଛି। ଲକ୍ଷ୍ମୀପୂଜା ସମୟରେ ମୁଖ୍ୟରାସ୍ତାରେ ତୋରଣ ନିର୍ମାଣ ପାଇଁ ଖୋଳାଯାଇଥିବା ଗାତଗୁଡ଼ିକୁ ପୋତିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ନବଦିନାତ୍ମକ ଘୋଷଯାତ୍ରା ଅବସରରେ ଶାନ୍ତିଶୃଙ୍ଖଳା ରକ୍ଷା, ଟ୍ରାଫିକ ପରିଚାଳନା, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟସେବା, ଆଶୁ ଚିକିତ୍ସା, ଉନ୍ନତମାନର ପୂଜା ସାମଗ୍ରୀ ବିକ୍ରୟ , ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା, ଟ୍ୟାଙ୍କର ମାଧ୍ୟମରେ ପାଣି ସିଞ୍ଚନ, ମାଦକ ଦ୍ରବ୍ୟ ନିଷେଧ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ସେଣ୍ଟ ଜନ୍ସ ଆମ୍ବୁଲାନ୍ସ ପକ୍ଷରୁ ୨ ଭ୍ରାମ୍ୟମାଣ ଦଳ ଚିକିତ୍ସା କାର୍ଯ୍ୟରେ ନିୟୋଜିତ ହେବେ।
ଜିଲାରେ ଖାଦ୍ୟ ନିରୀକ୍ଷକ ପଦବୀ ଖାଲିପଡ଼ିଛି। ଯାତ୍ରା ସମୟରେ ବାସି ଖାଦ୍ୟ ବିକ୍ରି ଉପରେ କଟକଣା ଜାରି କରାଯିବ। ଆଇନ ଉଲ୍ଲଂଘନ କରୁଥିବା ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ରଥଗଡ଼ାରେ ଆମିଷ ବିକ୍ରିକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗରେ କର୍ମଚାରୀ ଅଭାବ ରହିଛି। ଜିଲା ସଂସ୍କୃତି ବିଭାଗ ପକ୍ଷରୁ ଧାରା ବିବରଣୀ ପ୍ରଦାନ କରାଯିବ ବୋଲି ଆଲୋଚନା ହୋଇଛି। ଗତବର୍ଷ ଘୋଷଯାତ୍ରାରେ ୧୦ଲକ୍ଷ ୪୪ହଜାର ଟଙ୍କା ବ୍ୟୟ ହୋଇଥିଲା। ଏଥର ହାରାହାରି ୧୨ ହଜାର ଟଙ୍କା କମ୍‌ ଅଟକଳ ହୋଇଛି। ତଥାପି ଘୋଷଯାତ୍ରାକୁ ଆଡମ୍ବର ସହକାରେ କରିବାକୁ ଗୁରୁତ୍ୱ ଦିଆଯାଇଥିଲା।
ଜିଲା ଦେବୋତ୍ତର ଅଧିକାରୀ ତଥା ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ରଥଯାତ୍ରା ଉପଲକ୍ଷେ ଆୟୋଜିତ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଅତିରିକ୍ତ ଏସ୍‌ପି ହରେକୃଷ୍ଣ ପ୍ରଧାନ, ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri