ରକ୍ତଦାନ ଦ୍ୱାରା କରୋନା ସଂକ୍ରମଣ ବ୍ୟାପି ନ ଥାଏ

ନୂଆଦିଲ୍ଲୀ, ୧୯।୬- ମହାମାରୀ କରୋନା ଭାଇରସ୍‌ ଯୋଗୁ ସାରା ବିଶ୍ୱରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏହାର ସିଧାସଳଖ ପ୍ରଭାବ ଏବେ ରକ୍ତ ଯୋଗାଣ ଉପରେ ପଡ଼ିଛି। ପୁରା ବିଶ୍ୱରେ ବର୍ତ୍ତମାନ ରକ୍ତ ଯୋଗାଣ ଗୁରୁତର ଭାବେ ହ୍ରାସ ପାଇଛି। କରୋନା ଭାଇରସ ରକ୍ତଦାନ କ୍ୟାମ୍ପ୍‌କୁ ବାତିଲ କରିଦେଇଛି। ଲୋକମାନେ ରକ୍ତଦାନ ପାଇଁ କେନ୍ଦ୍ର ପରିଦର୍ଶନ କରିବାକୁ ଭୟ କରୁଛନ୍ତି। ଆମେରିକୀୟ ରେଡ୍‌କ୍ରସ ବାୟୋମେଟିକାଲ ସର୍ଭିସେସର ସଭାପତି କ୍ରିସ ହୋରୁଡା ଏହାକୁ ଆଶ୍ଚର୍ଯ୍ୟଜନକ ହ୍ରାସ ବୋଲି କହିଛନ୍ତି। କ୍ରିସ କହିଛନ୍ତି, ଆମର ରକ୍ତ ଭଣ୍ଡାର ଅଧା ହୋଇଯାଇଛି। ଆମେ ଏକ ଜଟିଳ ପରିସ୍ଥିତି ଆଡ଼କୁ ଗତି କରୁଛୁ।
କରୋନା ସମୟରେ ସମସ୍ତ ସୁସ୍ଥବ୍ୟକ୍ତି ରକ୍ତଦାନ କରିପାରିବେ ବୋଲି ମେଡିକାଲ ବିଶେଷଜ୍ଞ ସ୍ପଷ୍ଟ କରିଛନ୍ତି। ମିନେସୋଟା ୟୁନିଭରସିଟି ବ୍ଲଡ ବ୍ୟାଙ୍କ ଲ୍ୟାବ୍‌ର ନିର୍ଦ୍ଦେଶକ ତଥା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କ୍ଲାଉଡିଆ କୋହ୍ନଙ୍କ କହିବା ଅନୁଯାୟୀ, କରୋନା ଭାଇରସ ରକ୍ତଜନିତ ରୋଗ ନୁହେଁ। ରକ୍ତଦ୍ୱାରା ଏହା ବ୍ୟାପି ନ ଥାଏ। ତେଣୁ ରକ୍ତ ସୁରକ୍ଷିତ ଅଟେ। ସେହିଭଳି ରେଡ୍‌କ୍ରସ କେନ୍ଦ୍ରଗୁଡ଼ିକ ସାଧାରଣ ପ୍ରକିୟା ବୃଦ୍ଧି କରିଛନ୍ତି। ସମସ୍ତ ଷ୍ଟାଫ୍‌ ମାସ୍କ ଓ ଗ୍ଲୋବ୍ସ ପରିଧାନ କରିବେ। ରକ୍ତଦାତାଙ୍କ ସମେତ ଷ୍ଟାଫ୍‌ମାନଙ୍କ ତାପମାତ୍ର ମଧ୍ୟ ମପାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟଙ୍କ ଫୁସଫୁସକୁ ଅଧିକ ଦୁର୍ବଳ କରିଛି କରୋନା ମହାମାରୀ: ପ୍ରକାଶ ପାଇଲା ରିପୋର୍ଟ…

ନୂଆଦିଲ୍ଲୀ,୧୯।୨ : କରୋନା ମହାମାରୀ ଭାରତୀୟଙ୍କ ଫୁସଫୁସକୁ ବହୁତ ଦୁର୍ବଳ କରିଦେଇଛି। ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ରିପୋର୍ଟରୁ ଏହା...

ଜାନୁଆରୀରେ ପୁଣି ବଢିପାରେ କରୋନା ସଂକ୍ରମଣ, ଚାଇନାରେ ବଢୁଛି ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା

ବେଜିଂ,୧୫।୧: ଚାଇନାର ହସ୍ପିଟାଲଗୁଡ଼ିକରେ ଜ୍ୱର କ୍ଲିନିକ ପରିଦର୍ଶନ କରୁଥିବା ରୋଗୀଙ୍କ ସଂଖ୍ୟା ନୂଆ ବର୍ଷ ପରଠାରୁ ହ୍ରାସ ପାଇଛି। ତେବେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚାଇନାର...

ଡରାଇଲାଣି କରୋନାର ନୂଆ ଭାରିଏଣ୍ଟ ଜେଏନ.୧, ୧୦୦୦ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୧୨।୧: ସମଗ୍ର ଦେଶରେ କରୋନାଙ୍କର ବିପଦ ବଢିବାରେ ଲାଗିଛ। ନୂତନ ଭାରିଆଣ୍ଟ JN.1 ର ମାମଲା ବଢିଚାଲିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଶୁକ୍ରବାର ସମଗ୍ର...

ଦକ୍ଷିଣ ପରେ ଏବେ ଉତ୍ତର ଭାରତ ମୁହାଁ କରୋନାର ନୂଆ ଭାରିଏଣ୍ଟ, ବିଶେଷଜ୍ଞ କହିଲେ ସମସ୍ତେ ହୋଇ ଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ,୧୧।୧: ଏବେ ସାରା ବିଶ୍ୱରେ କରୋନା ସଂକମ୍ରମଣ ବଢିବାରେ ଲାଗିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୦୨୩ରେ ଓମିକ୍ରନର ନୂତନ ସବ-ଭାରିଆଣ୍ଟ...

ପୁଣି କରୋନା ଆତଙ୍କ: ୨୪ ଘଣ୍ଟାରେ ୫ ମୃତ, ସକ୍ରିୟ ମାମଲା ୪୦୦୦ ଟପିଲା…

ନୂଆଦିଲ୍ଲୀ,୭।୧ : କରୋନା ମହାମାରୀ ପୁଣି ଥରେ ଦେଶରେ ଆତଙ୍କ ସୃଷ୍ଟି କରୁଛି। ଏହାର ଆକ୍ରାନ୍ତ ହେଉଥିବା ଲୋକଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟୁଛି। ସ୍ବାସ୍ଥ୍ୟ...

ଛତୁ ଖାଇଲେ ହେବନି କରୋନା ସଂକ୍ରମଣ…

ମେଲବୋର୍ନ,୪।୧ : ଛତୁ ଏକ ପୁଷ୍ଟିକର ଖାଦ୍ୟ ସହିତ ବିଭିନ୍ନ ଔଷଧୀୟ ଗୁଣରେ ଭରପୂର। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଶରୀରକୁ...

ଦେଶରେ ୧୯୬ ଜେଏନ୍‌.୧ ମାମଲା

ନୂଆଦିଲ୍ଲୀ,୨।୧(ପି.ଟି.): ଭାରତରେ ବର୍ତ୍ତମାନ ସୁଦ୍ଧା କୋଭିଡ୍‌-୧୯ର ସବ୍‌ଭାରିଆଣ୍ଟ ଜେଏନ୍‌.୧ ସଂକ୍ରମଣ ୧୯୬ରେ ପହଞ୍ଚତ୍ଛି। ଆଇଏନ୍‌ଏସ୍‌ଏସିଓଜି ତଥ୍ୟରୁ ଏହା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ସମେତ ଦେଶର ୧୦ଟି...

୨୦ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧ା୧: ରାଜ୍ୟରେ ସୋମବାର ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ଆକ୍ରାନ୍ତଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri