ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ:ହତ୍ୟା ଅଭିଯୋଗ ଆଣିଲେ ବାପା

ଚଣ୍ଡିଖୋଲ,୧୨ା୬(ଡି.ଏନ.ଏ.)- ବଡ଼ଚଣା ଥାନା ଅନ୍ତର୍ଗତ ଦେଉଳକୁର ଗ୍ରାମର ରମାକାନ୍ତ ପ୍ରଧାନ(୩୭)ଙ୍କର ମୃତ୍ୟୁ ମଙ୍ଗଳବାର ଢେଙ୍କାନାଳ ଜିଲା ନିହାଲପ୍ରସାଦ ଥାନା ଅନ୍ତର୍ଗତ ବାଲିସାହି ଗ୍ରାମରେ ମୃତ୍ୟୁ ହୋଇଛି। ରମାକାନ୍ତଙ୍କ ମୃତ୍ୟୁର କାରଣ ଜଣାପଡ଼ି ନ ଥିବାବେଳେ ବାପା ଦିବାକର ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ପ୍ରକାଶ ଯେ, ମୃତ ରମାକାନ୍ତ ୨ ବର୍ଷରୁ ଊର୍ଦ୍ଧ୍ୱ ହେବ ସ୍ତ୍ରୀଙ୍କ ସହ ଢେଙ୍କାନଳ ଜିଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ବାଲିସାହି ଗ୍ରାମର ବିନୋଦିନୀ ବଳଙ୍କ ଘରେ ଭଡ଼ା ନେଇ ରହୁଥିଲେ। ମଙ୍ଗଳବାର ସକାଳ ୧୦ଟାରେ ପ୍ରକାଶ ବାବୁ ନାମକ ଜଣେ ଯୁବକ ରାମାକାନ୍ତ ମୃତ୍ୟୁ ହୋଇଥିବା ନେଇ ଦିବାକରଙ୍କୁ ଖବର ଦେଇଥିଲେ। ଖବରପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ମୃତଦେହ ତଳେ ପଡିଥିବା ଦେଖିଥିଲେ। ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବା ଦେଖିବାକୁ ମିଳିଥିଲା। ରମାକାନ୍ତ ଫ୍ୟାନ୍‌ରେ ଶାଢି ବାନ୍ଧି ଆମତ୍ହତ୍ୟା କରିଥିବା ତାଙ୍କ ସ୍ତ୍ରୀ କହୁଥିବାବେଳେ ବେକରେ କୌଣସି କ୍ଷତଚିହ୍ନ ନ ଥିବା ଯୋଗୁ ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଦିବାକର ନିହଲପ୍ରସାଦ ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହ ତଦନ୍ତ ଦାବି କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ.୫୩/୧୯) ରୁଜୁକରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri