ମୌସୁମୀ ବିଳମ୍ବ: ମରୁଡ଼ି ଆଶଙ୍କା ନେଇ ଚିନ୍ତାରେ ଚାଷୀ

ମାଲକାନଗିରି,୧୭ା୬(ଡି.ଏନ.ଏ.)-  ଜୁନ ୧୭ରେ ବିଶ୍ୱ ଅନାବୃଷ୍ଟି ଓ ମରୁଡ଼ି ପ୍ରତିରୋଧ ଦିବସ ପାଳନ ହେବାକୁ ଯାଉଛି। ଏହି ଦିବସ କୃଷକମାନଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିବସ। ବିଭିନ୍ନ କୃଷିଜନିତ ଖାଦ୍ୟଶସ୍ୟ ଉତ୍ପାଦନରେ ଜଳର ଆବଶ୍ୟକତା ଅପରିହାର୍ଯ୍ୟ। ଜଳ ବିନା କୃଷିକାର୍ଯ୍ୟ ଅସମ୍ଭବ। ଯେଉଁ ଦେଶ ଏବଂ ରାଜ୍ୟରେ କୃଷକମାନଙ୍କ ପାଇଁ ଋତୁକାଳୀନ ବର୍ଷା ନ ହୁଏ ସେହି ଦେଶରେ ଖାଦ୍ୟଠାରୁ ଆରମ୍ଭ କରି ଆର୍ଥିକ ଓ ସାମାଜିକ ବିକାଶରେ ବାଧା ସୃଷ୍ଟି ହୋଇଥାଏ। ଫଳରେ ଜୀବଜଗତରେ ଖାଦ୍ୟ ପାଇଁ ହାହାକାର ପଡ଼ିଥାଏ। ବର୍ତ୍ତମାନ ପରିବେଶ ପ୍ରଦୂଷଣ ଯୋଗୁ ନିୟମିତ ବୃଷ୍ଟିପାତ ନ ହେବାରୁ ଏହାର ପ୍ରଭାବ ଜୀବଜଗତ ଉପରେ ପଡୁଛି। ଅନାବୃଷ୍ଟି ଓ ମରୁଡ଼ିକୁ କିପରି ପ୍ରତିରୋଧ କରିହେବ ସେ ନେଇ ସାରା ବିଶ୍ୱ ଚିନ୍ତିତ। ଏଥିପାଇଁ ପ୍ରତିବର୍ଷ ଜୁନ ୧୭କୁ ବିଶ୍ୱ ଅନାବୃଷ୍ଟି ଓ ମରୁଡି ପ୍ରତିରୋଧ ଦିବସ ରୂପେ ପାଳନ କରାଯାଉଛି। ଚଳିତ ବର୍ଷ ମୌସୁମୀ ବର୍ଷା ବିଳମ୍ବ ହୋଇଥିବାରୁ ଚାଷ କାର୍ଯ୍ୟରେ ଅଗ୍ରଗତି ହୋଇପାରିନାହିଁ। ଫଳରେ ମାଲକାନଗିରି ଜିଲାର ଚାଷୀ ଚିନ୍ତାରେ ରହିଛନ୍ତି। ଶତକଡ଼ା ୯୦ ପ୍ରତିଶତ ଚାଷୀ ସେମାନଙ୍କ ଜମିରେ ଚାଷ କାର୍ଯ୍ୟ ଆରମ୍ଭ କରିପାରିନାହାନ୍ତି। ଜିଲାର ବିହନ ନିଗମ ଦ୍ୱାରା ବିଭିନ୍ନ ଲ୍ୟାମ୍ପସ ଓ ଡିଲରଙ୍କୁ ବିଭିନ୍ନ କିସମର ଧାନ ବିହନ ଯୋଗାଇ ଦେଇଥିଲେ ମଧ୍ୟ ବର୍ଷା ଅଭାବରୁ ଜିଲାର ଶତକଡ଼ା ୧୦ ପ୍ରତିଶତ ଚାଷୀ ବିହନ କ୍ରୟ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜିଲାରେ ବାଲିମେଳା ଜଳଭଣ୍ଡାର ଓ ସତୀଗୁଡ଼ା ଜଳଭଣ୍ଡାର ଥିବା ସତ୍ତ୍ୱେ ଏବେ ଉଭୟ ଜଳଭଣ୍ଡାରର ଜଳସ୍ତର ହ୍ରାସ ପାଇଛି। ଫଳରେ ଆଗାମୀ ଖରିଫ ଋତୁରେ ଜମିକୁ ଜଳସେଚନ ନେଇ ଅନିଶ୍ଚିତତା ଦେଖାଦେଇଛି। ବାଲିମେଳା ଜଳ ଭଣ୍ଡାରର ଜଳଧାରଣ କ୍ଷମତା ୧ ଲକ୍ଷ ୨୭ ହଜାର ୫୦୦ ମିଲିୟନ କ୍ୟୁବିକ ଥିବା ବେଳେ ବର୍ତ୍ତମାନ ୧୪୬୦ ଫୁଟ ଜଳସ୍ତର ରହିଛି। ଅନାବୃଷ୍ଟି ହେଲେ ଆଗାମୀ ଦିନରେ ବଡ଼ ସମସ୍ୟା ଦେଖାଦେବ ବୋଲି ଆଶଙ୍କା କରାଯାଉଛି। ସେହିପରି ସତୀଗୁଡ଼ା ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୭୦୦ ହେକ୍ଟାମିଟର ଥିବା ବେଳେ ସର୍ବାଧିକ ଜଳସ୍ତର ୧୯୨.୬୩ ମିଟର ଓ ସର୍ବନିମ୍ନ ୧୮୨.୮୮ ମିଟର। ବର୍ତ୍ତମାନ ଏହାର ଜଳସ୍ତର ୧୮୪.୨୫ ମିଟର ରହିଛି ା ଏହି ଜଳଭଣ୍ଡାର ଜଳସେଚନ ବ୍ୟତୀତ ମାଲକାନଗିରି ସହରକୁ ପାନୀୟ ଜଳ ଯୋଗାଇ ଦେଉଥିବାରୁ ବର୍ତ୍ତମାନ ସ୍ଥିତିରେ ଚାଷଜମି ପାଇଁ ଜଳ ଯୋଗାଣ ଅସମ୍ଭବ ହୋଇପଡ଼ିଛି। ବିଶେଷ କରି ଜୁନ ୧୫ରେ ଖରିଫ ଚାଷ ପାଇଁ କେନାଲରେ ଜଳ ଛଡ଼ାଯିବା କଥା। ମାତ୍ର ଜଳଭଣ୍ଡାରରେ ଜଳ ଅଭାବରୁ କେନାଲରେ ଜଳ ଛଡାଯାଇପାରି ନ ଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି ା ଏହି ସମୟରେ ଜଳ ଛଡ଼ାଗଲେ ଚାଷୀମାନେ ତଳି ପକାଇବା କାର୍ଯ୍ୟ ଆରମ୍ଭ କରିଥାନ୍ତିି। ଜଳଯୋଗାଣ ହୋଇପାରୁ ନ ଥିବାରୁ ଚାଷ କାର୍ଯ୍ୟ ଆଗେଇପାରୁନାହିଁ। ଏହି ସଙ୍କଟ ଓ ମରୁଡ଼ି ପରିସ୍ଥିତିକୁ ପ୍ରତିରୋଧ କରିବାକୁ ହେଲେ ବିଭିନ୍ନ ଉପାୟ ଅବଲମ୍ବନ କରିବା ଜରୁରୀ ହୋଇପଡ଼ିଛି। ବିଶେଷ କରି ବର୍ଷା ଓ ନଦୀ ଜଳକୁ ସଂରକ୍ଷଣ ସହ ଗ୍ରୀଷ୍ମ ପ୍ରବାହ ଯୋଗୁ ଭୂତଳ ଜଳ ନିମ୍ନଗାମୀ ହୋଇଥିବାରୁ ଏହାକୁ ରୋକିବା ପାଇଁ ବହୁଳ ପରିମାଣରେ ବୃକ୍ଷରୋପଣ ଓ ପ୍ରାକୃତିକ ଜଙ୍ଗଲ ସଂରକ୍ଷଣର ଆବଶ୍ୟକତା ରହିଛି ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?