ମୋଦିଙ୍କୁ ଜେଟ୍‌ କର୍ମଚାରୀଙ୍କ ଅନୁରୋଧ: ଗୋଟିଏ ମାସ ବେତନ ଦେବାକୁ ଏସ୍‌ବିଆଇକୁ କୁହନ୍ତୁ

ମୁମ୍ବାଇ,୨୯-୪:ସଙ୍କଟରେ ଅନିର୍ଦ୍ଧିଷ୍ଟ ସମୟ ଲାଗି ବିମାନ ସେବା ବନ୍ଦ କରି ଦେଇଥିବା ଜେଟ୍‌ର କର୍ମଚାରୀ ମାନେ ଗୋଟିଏ ମାସର ବେତନ ପାଇବା ପାଇଁ ପ୍ରଧାନୀମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ପାଇଲଟ୍‌ ମାନଙ୍କ ଜାତୀୟ ସଂଘ ନ୍ୟାଶନାଲ ଆଭିଏଟର୍‌ସ ଗିଲ୍‌ଡ(ଏନ୍‌ଏଜି) ଏ ନେଇ ମୋଦିଙ୍କୁ ଅନୁରୋଧ କରିଛି। ଅସୁବିଧାରେ ଥିବା କର୍ମଚାରୀଙ୍କୁ ଅନ୍ତତଃ ପକ୍ଷେ ଗୋଟିଏ ମାସ ବେତନ ପ୍ରଦାନ କରିବାକୁ ମୋଦି ଷ୍ଟେଟ ବ୍ୟାଙ୍କ ଇଣ୍ଡିଆ (ଏସ୍‌ବିଆଇ)କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସଂଘ ଅନୁରୋଧରେ କହିଛି। ପ୍ରଧାନମନ୍ତ୍ରୀଙ୍କୁ ଏ ନେଇ ଏକ ଇ-ମେଲ କରାଯିବା ସହ ଅନ୍ୟ ବିମାନ ସଂସ୍ଥା ଦ୍ୱାରା ଜେଟ୍‌ର ବିମାନ ବ୍ୟବହାରକୁ ନେଇ କରାଯାଉଥିବା ପଞ୍ଜୀକରଣକୁ ମଧ୍ୟ ବନ୍ଦ କରାଯାଉ ବୋଲି ସଂଘ ଦାବୀ ଜଣାଇଛି। କିଙ୍ଗ୍‌ଫିସର ଭଳି ଆଉ ଏକ ଦୁଃଖଦ ଘଟଣାର ପୁନରାବୃତ୍ତି ନ ହେଉ ବୋଲି ଏନ୍‌ଏଜିର ସଭାପତି କରନ ଚୋପ୍ରା କହିଛନ୍ତି।
ଅକ୍ଟୋବର ୨୦୧୨ରେ କିଙ୍ଗ୍‌ଫିସର ବିମାନ କମ୍ପାନୀ ବନ୍ଦ ହେବା ପରେ ହଜାର ହଜାର କର୍ମଚାରୀ ସେମାନଙ୍କ ୮ ମାସର ବେତନ ହରାଇଥିଲେ। ବିମାନ କମ୍ପାନୀର ଏଣ୍ଟରପ୍ରାଇଜ ଭାଲ୍ୟୁକୁ ନ ହ୍ରାସ କରିବା ଲାଗି ଏହାର ଅଂଶଧନ ନିଲାମ ପ୍ରକ୍ରିୟା ତ୍ୱରାନ୍ବିତ କରିବା ଉପରେ ଏନ୍‌ଏଜି ଗୁରୁତ୍ୱାରୋପ କରିଛି। ଗୋଟିଏ ମାସ ବେତନ ପାଇବାକୁ ପ୍ରୟାସ କରି ବିଫଳ ହୋଇଥିବା ଶୁକ୍ରବାର ଜେଟ୍‌ ସିଇସ ବିନୟ ଦୁବେ କହିଥିଲେ। ଏପ୍ରିଲ ୧୭ରେ ବିମାନ ସେବା ବନ୍ଦ କରିଥିବା ଏହି କମ୍ପାନୀ ଏହା ୨୦,୦୦୦ କର୍ମଚାରୀଙ୍କୁ ମାର୍ଚ୍ଚ ମାସର ବେତନ ଦେଇ ନାହିଁ। ପରିଚାଳନା ଏବଂ ବେତନ ବାବଦକୁ ୯୮୩ କୋଟି ଟଙ୍କାର ପାଣ୍ଠି ପାଇବାକୁ ବିଳମ୍ବ ହେବାକୁ ଏସ୍‌ବିଆଇ ନେତୃତ୍ୱାଧିନ କନ୍‌ସୋର୍ଟିୟମ କମ୍ପାନୀର ଦାବିକୁ ଅଗ୍ରାହ୍ୟ କରି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri