ମହାପ୍ରୟାଣ ଗାଡ଼ିରେ ପରିବା ବୁହା

ଅନୁଗୋଳ ଅଫିସ୍‌, ୧୩।୩  – ମେଡିକାଲରୁ ସମ୍ମାନର ସହ ମୃତଦେହ ପରିବହନ ପାଇଁ ସରକାର ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରିଛନ୍ତି। ହେଲେ ପରିଚାଳନାରେ ଅବ୍ୟବସ୍ଥା ଯୋଗୁ ଜରୁରୀ ସେବାରେ ଲାଗିଥିବା ଏହି ଗାଡ଼ି ମଧ୍ୟରୁ କେତେକରେ କଦଳୀ, କଖାରୁ ଆଦି ପନିପରିବା ହାଟ, ବଜାରକୁ ନିଆଯାଉଥିବା ଦେଖାଯାଉଛି। ଏପରି ଏକ ଘଟଣା ରବିବାର ଅନୁଗୋଳ ଜିଲାରେ ଘଟିଥିବା ନେଇ ଭିଡିଓ ଭାଇରାଲ ହେବା ପରେ ଏହା ସାଧାରଣରେ ଉଦ୍‌ବେଗ ସୃଷ୍ଟି କରିଛି। ଉକ୍ତ ଗାଡ଼ିଟି କଟକ ଜିଲା ରେଡକ୍ରସ୍‌ ଦ୍ୱାରା ପରିଚାଳିତ ବୋଲି ଉଲ୍ଲେଖ ଥିବାବେଳେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଦାୟିତ୍ୱରେ ଥିବା ଡା. ପ୍ରତାପ କୁମାର ବେହେରା କହିଛନ୍ତି, ଆମ ଜିଲାର ମହାପ୍ରୟାଣ ଗାଡ଼ିରେ ଏଭଳି ହୋଇନାହିଁ। ତଥାପି ଘଟଣା ସମ୍ପର୍କରେ ଉକ୍ତ ଜିଲାର ଅଧିକାରୀଙ୍କୁ ଅବଗତ କରାଯିବ।
ସହରବାସୀଙ୍କ କହିବା ଅନୁଯାୟୀ, କଟକ ବଡ଼ ମେଡିକାଲରୁ ମୃତଦେହ ନେଇ ଉକ୍ତ ମହାପ୍ରୟାଣ ଗାଡ଼ି (ନଂ. ଓଡି ୦୫ୱାଇ-୭୩୧୫) ଅନୁଗୋଳ ଅଭିମୁଖେ ଆସିଥିଲା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ସହାୟତାରେ କଟକ ଜିଲା ରେଡକ୍ରସ୍‌ ଦ୍ୱାରା ପରିଚାଳିତ ବୋଲି ଗାଡ଼ିରେ ଲେଖାଯାଇଥିଲା। ତେବେ ଫେରିବା ବେଳେ କଖାରୁ, କଦଳୀ ସହ ଅନ୍ୟ ପରିବା ବସ୍ତା ଗାଡ଼ି ଭିତରେ ରଖାଯାଇଥିବା ଓ ଦୁଇ ଜଣ ବ୍ୟବସାୟୀ ବସିଥିବା ପ୍ରଥମେ ବୁଢ଼ୀ ଠାକୁରାଣୀ ଛକରେ ଦେଖିବାକୁ ମିଳିଥିଲା। କେତେଜଣ ଲୋକ ଗାଡ଼ିର ଫଟୋ ଉଠାଇବା ଓ ଭିଡିଓ କରୁଥିବା ଦେଖି ଦୁଇ ବ୍ୟବସାୟୀ ଗାଡ଼ିରୁ ଓହ୍ଲାଇ ଜଗନ୍ନାଥ ମନ୍ଦିର ସମ୍ମୁଖ ନାରଣ ସାଗର ଆଡ଼କୁ ଚାଲିଯାଇଥିଲେ। ଏହାପରେ ମହାପ୍ରୟାଣ ଗାଡ଼ି ଚାଳକ ଓ ହେଲପର ଗାଡ଼ିକୁ କିଛିବାଟ ଆଗକୁ ନେଇଯାଇଥିଲେ। ପରେ ଦୁଇ ବ୍ୟବସାୟୀଙ୍କୁ ବସାଇ ଗାଡ଼ିଟି କଟକ ଅଭିମୁଖେ ଚାଲିଯାଇଥିବା ଦେଖାଯାଇଥିଲା। ଏ ସମ୍ପର୍କରେ ସହରର ଜଣେ ପରିବା ବ୍ୟବସାୟୀ କହିଛନ୍ତି, ଅନୁଗୋଳରେ ଅମଳ ହେଉଥିବା ପରିବା ଦର କଟକରେ ଅଧିକ ରହୁଛି। ଗାଡ଼ି କରି କଟକ ପରିବା ସେଠାକୁ ନେଲେ ଅଧିକ ଖର୍ଚ୍ଚ ପଡ଼ୁଛି। ଟ୍ରେନ୍‌ରେ ନେଲେ ଧରପଗଡ଼ କରାଯାଉଛି। ତେଣୁ ଅନେକ ସମୟରେ ଅନୁଗୋଳ ଆସୁଥିବା ବିଭିନ୍ନ ସରକାରୀ ଗାଡ଼ିରେ ପରିବା ନେବା ପାଇଁ ଏପରି ବ୍ୟବସାୟୀମାନେ ଚାହିଁ ବସିଥାନ୍ତି। ଏ ନେଇ ଭାରପ୍ରାପ୍ତ ସିଡିଏମ୍‌ଓ ବେହେରା କହିଛନ୍ତି, ଏଭଳି ଘଟଣା ଉପରେ ନଜର ରଖାଯିବ। ମେଡିକାଲ ଗାଡ଼ିରେ ଏପରି ହେଉଥିଲେ ସମ୍ପୃକ୍ତ ଗାଡି ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ଝୁଲିଲା ଅନୁଗୋଳ, ତାଳଚେର, ଆଠମଲ୍ଲିକ

ଅନୁଗୋଳ, ୨୮ା୩ (ଅମିତ କୁମାର ସାମଲ)ବିଜୁ ଜନତା ଦଳ ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟରେ ୭୧ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ...

ରାସ୍ତା ପାର୍ଶ୍ୱରେ ବିପଜ୍ଜନକ ଅବସ୍ଥାରେ ଚାଲୁଛି ପରିବା ବଜାର

ବଅଁରପାଳ/ଅନୁଗୋଳ,୨୫ା୩(ଅମିତ କୁମାର ସାମଲ): ବଅଁରପାଳ ବ୍ଲକ କୁଲା଼ଡ ଏଫ୍‌ସିଆଇ ଛକରୁ ନାଲ୍‌କୋ ସିପିପିକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାଖରେ ଚାଲିଛି ପରିବା ବଜାର। କରୋନା...

ଲୁଚାଚୋରାରେ ଘରୋଇ ଜାଗାରେ ପଡ଼ୁଛି ଅଳିଆ

ଅନୁଗୋଳ, ୨୨ା୩ (ଅମିତ କୁମାର ସାମଲ): ଅନୁଗୋଳ ସହରରୁ ବାହାରୁଥିବା ଆବର୍ଜନା କେଉଁଠାରେ ପକାଯିବ ତାହାକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟାର ଏଯାଏ ସମାଧାନ ହୋଇପାରୁ...

ରାଜନୈତିକ ସମୀକରଣ ଦେଖି ରଣନୀତି

ଆଠମଲ୍ଲିକ,୨୨।୩(ଉଦୀପ୍ତ ପୁରୋହିତ): ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପରଠାରୁ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ସାଧାରଣରେ ବହୁ ଆଲୋଚନା ଚାଲିଛି। ଅନୁଗୋଳ ଜିଲାର ୫ଟି ବିଧାନସଭା...

ଜଙ୍ଗଲ ନିଆଁ ଆୟତ୍ତ କଲେ ଗାଁ ପିଲା

ପାଲଲହଡ଼ା,୨୦ା୩ (ଦିବ୍ୟଜ୍ୟୋତି ଦାଶ): ଖେଳକୁଦ କରିବା ବୟସରେ ୭ ଜଣ ପିଲା ଦେଖାଇଛନ୍ତି ସାହସିକତା। ସଚେତନ ମଣିଷଙ୍କ ପରି ସେମାନେ ବୁଦ୍ଧି ଖଟାଇ ଜଙ୍ଗଲ ନିଅଁାକୁ...

ଅନୁଗୋଳରେ ୨୭, ୬୨୫ ନୂଆ, ୭, ୭୪୮ ବରିଷ୍ଠ ମତଦାତା

ଅନୁଗୋଳ, ୧୮ା୩ (ଅମିତ କୁମାର ସାମଲ): ଅନୁଗୋଳ ଜିଲାରେ ଥିବା ବିଧାନସଭା ଆସନ ଏବଂ ଢେଙ୍କାନାଳ ଓ ସମ୍ବଲପୁର ଲୋକ ସଭା ଅଧୀନରେ ଆସୁଥିବା ନିର୍ବାଚନମଣ୍ଡଳୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri