ମନ ଛୁଇଁଲା ନୃତ୍ୟ, କମେଡି

ପାଲଲହଡ଼ା, ୮ା୩(ଡି.ଏନ.ଏ.) – ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡରେ ଚାଲିଥିବା ମାଲ୍ୟଗିରି ମହୋତ୍ସବ-୨୦୨୦ର ଶନିବାର ଥିଲା ତୃତୀୟ ସନ୍ଧ୍ୟା। ଆୟୋଜିତ ସାଧାରଣ ସଭାରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ମୀନକେତନ ଅମାନ୍ତ, ସମ୍ମାନିତ ଅତିଥି ଭାବେ ପାଲଲହଡ଼ା ତହସିଲଦାର ସ୍ବାଗତ ଦାସ, ପାଲଲହଡ଼ା ବିଡିଓ ରବିନାରାୟଣ ମାଝି ଯୋଗ ଦେଇଥିଲେ। ପାଲଲହଡ଼ା ବିଧାୟକ ତଥା ମହୋତ୍ସବ କମିଟିର ଅଧ୍ୟକ୍ଷ ମୁକେଶ କୁମାର ପାଲ ସଭାପତିତ୍ୱ କରି ପାଲଲହଡ଼ା ଗଡଜାତର ଗୌରବମୟ ଐତିହ୍ୟ ସହ ଲୋକକଳା ଏବଂ ପରମ୍ପରାକୁ ବଞ୍ଚାଇ ରଖିବା ଏହି ମହୋତ୍ସବର ଉଦ୍ଦେଶ୍ୟ ବୋଲି କହିଥିଲେ। ଉପଜିଲାପାଳ ଅଜିତ କୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ। ପରେ ମହୋତ୍ସବ କମିଟି ତରଫରୁ ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ମୃତି ଚିହ୍ନ ଦେଇ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଜିଲା ତଥା ଜିଲା ବାହାରୁ ଆସିଥିବା କଳାକାରଙ୍କ ଦ୍ୱାରା ରାବଣ ଛାୟା, ଭାରତ ନାଟ୍ୟମ ଏବଂ ଆଧୁନିକ ନୃତ୍ୟଗୀତରେ ମଞ୍ଚ ଦୁଲୁକି ଉଠିଥିଲା। ରାଉରକେଲାରୁ ଆସିଥିବା କଳାକାରଙ୍କ ଭାରତ ନାଟ୍ୟମ ଦର୍ଶକଙ୍କୁ ମୁଗ୍ଧ କରିଥିଲା I ଶେଷରେ ଓଲିଉଡ଼ ହାସ୍ୟ ଅଭିନେତା ପପୁ ପମପମ ଏବଂ ଜେମ୍ସଙ୍କ ଅଭିନୟକୁ ଲୋକେ ମନଭରି ଉପଭୋଗ କରିଥିଲେ। ସନ୍ଧ୍ୟାରୁ ବର୍ଷା ହୋଇଥିଲେ ମଧ୍ୟ ଜନସମାଗମ ହୋଇଥିଲା। ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ରବିବାର ପାଇକ ଆଖଡା, ଦହଲା ନୃତ୍ୟ, ପଇଁରୀ ନୃତ୍ୟ, ପଶ୍ଚିମ ଓଡିଶା କଳାକାରମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ଏବଂ ଓଲିଉଡ଼ ଗାୟକ ଶଶାଙ୍କ ଶେଖର ଓ ହାସ୍ୟ ଅଭିନେତା ଟୁକୁନଙ୍କ ଅଭିନୟ କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଆଇଆର୍‌ରେ ଆଠମଲ୍ଲିକ ରାଜ୍ୟରେ ପ୍ରଥମ

ଆଠମଲ୍ଲିକ,୨୧ା୬(ଉଦୀପ୍ତ ପୁରୋହିତ) ଅନୁଗୋଳ ଜିଲା ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହାଙ୍କ ନେତୃତ୍ୱରେ ଚାଲିଥିବା ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ୨୦୨୬ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri