ମଦ ଭାଟି ମ୍ୟାନେଜରଙ୍କଠାରୁ ୫ ଲକ୍ଷ ଲୁଟ୍‌ ଘଟଣା : ଡକାୟତି ଗ୍ୟାଙ୍ଗର ୪ ଗିରଫ, ୩ ଫେରାର

ବଅଁରପାଳ, ୭।୭ (ଡି.ଏନ୍‌.ଏ) – ହିନ୍ଦୋଳ ମଦଭାଟି ମ୍ୟାନେଜର ସୌରଭ ଯାଦବଙ୍କଠାରୁ ୫ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ସମ୍ପୃକ୍ତ ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ୍‌ଙ୍କ ସମେତ ୪ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ମୋଟଙ୍ଗା ଥାନା ଅଞ୍ଚଳର ଗଗନ ନାୟକ (୨୫), ହିନ୍ଦୋଳ ଥାନା ଟାଙ୍ଗିଶାଳର ସଞ୍ଜୟ ସାମଲ (୨୫), ବାଲିମୀ ଥାନା ଅଞ୍ଚଳର ଭରତ ନାଏକ (୨୪) ଏବଂ ସୌମ୍ୟରଞ୍ଜନ ପ୍ରଧାନ (୧୯)। ଅଭିଯୁକ୍ତଙ୍କ ନିକଟରୁ ୨ ବାଇକ୍‌, ସ୍କୁଟି, କାର୍‌ ଜବତ କରାଯାଇଛି। ଏଥିରେ ସାମିଲ ଥିବା ଅନ୍ୟ ୩ ଜଣ ଫେରାର ଅଛନ୍ତି। ଅନ୍ୟଜଣେ ଆପରାଧିକ ମାମଲାରେ ଗିରଫ ହୋଇ ତାଳଚେର ଜେଲରେ ଅଛନ୍ତି। ବଅଁରପାଳ ଥାନାରେ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଅନୁଗୋଳ ଏସ୍‌ଡିପିଓ ଅଶ୍ୱିନୀ କୁମାର ସାହୁ ଏବଂ ଥାନାଧିକାରୀ ସୁନୀଲ କୁମାର କର ଡକାୟତି ଗ୍ୟାଙ୍ଗର କଳାକାରନାମା ଉପରୁ ପରଦା ଉଠାଇଛନ୍ତି।
ଅନୁଗୋଳ ଅଞ୍ଚଳର ସୌରଭ ହିନ୍ଦୋଳ ମଦଭାଟି ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି। ଗତ ଜୁନ୍‌ ୧୪ ଅପରାହ୍ନରେ ସେ ହିନ୍ଦୋଳ, ମହୀଧରପୁର, ତଳମୂଳ, ଫୁଲପଡ଼ା ଅଞ୍ଚଳର ଲାଇସେନ୍ସପ୍ରାପ୍ତ ଦେଶୀ ଓ ବିଦେଶୀ ମଦ ଦୋକାନରୁ ଟଙ୍କା ସଂଗ୍ରହ କରି ଅନୁଗୋଳ ଫେରୁଥିଲେ। ଏହି ସମୟରେ ଫୁଲପଡ଼ା ନିକଟରେ ୩ଟି ବାଇକ୍‌ରେ ୮ଜଣ ଯୁବକ ତାଙ୍କୁ ଅଟକାଇଥିଲେ। ଅଭିଯୁକ୍ତମାନେ ଭୁଜାଲିରେ ଆକ୍ରମଣ କରିବା ସହ ସ୍କୁଟି ଏବଂ ସ୍କୁଟିରେ ଥିବା ୫ଲକ୍ଷ ୬ ହଜାର ଟଙ୍କା ଲୁଟି ନେଇଥିଲେ। ଲୁଟ୍‌ର ଶିକାର ହୋଇଥିବା ସୌରଭ ଏ ନେଇ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଛାନ୍‌ଭିନ୍‌ ବେଳେ ପୋଲିସ ସ୍କାନରକୁ ଆସିଥିଲେ ଘଟଣାର ମାଷ୍ଟର ମାଇଣ୍ଡ ସଞ୍ଜୟ ସାମଲ ଓରଫ୍‌ ଗେତୁ (୨୫)।
ପୋଲିସ ସୂଚନା ଅନୁଯାୟୀ, ସଞ୍ଜୟଙ୍କ ସାତମାଇଲରେ ଏକ ଢାବା ଅଛି। ହିନ୍ଦୋଳରେ ଥିବା ମଦ କାଉଣ୍ଟରରୁ ସେ ମଦ ଆଣନ୍ତି। ମଦ କାରବାର ବେଳେ ଉକ୍ତ କାଉଣ୍ଟରର ବ୍ୟବସାୟ ଏବଂ ଆଦାୟ ହେଉଥିବା ଟଙ୍କା ବିଷୟରେ ଜାଣିପାରିଥିଲେ। ଏହାପରେ ମ୍ୟାନେଜରଙ୍କୁ ଲୁଟ୍‌ କରିବାକୁ ପ୍ରସ୍ତୁତ କରିଥିଲେ ବ୍ଲୁପ୍ରିଣ୍ଟ। ଏଥିପାଇଁ ସେ ସହଯୋଗୀଙ୍କ ସହାୟତା ନେଇଥିଲେ। ସଞ୍ଜୟ ଧରାପଡ଼ିବା ପରେ ପୋଲିସ ଡକାୟତି ଗ୍ୟାଙ୍ଗ୍‌ର ଅନ୍ୟ ସଦସ୍ୟଙ୍କ ବିଷୟରେ ସୂଚନା ପାଇଥିଲା। ସମସ୍ତଙ୍କୁ ଧରିବାକୁ ଜାଲ ବିଛାଇଥିଲା ଅନୁଗୋଳ ସ୍ପେଶାଲ ସ୍କ୍ବାଡ୍‌ ଏବଂ ବଅଁରପାଳ ପୋଲିସ। ବାଲିମି, ହିନ୍ଦୋଳ, ବନ୍ତଳା, ମୋଟଙ୍ଗା ପୋଲିସ ସହାୟତାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଏସ୍‌ଡିପିଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ୁଛି ହାତୀ ଜନିତ କ୍ଷୟକ୍ଷତି

ବଇଣ୍ଡା,୫।୫(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ନିକଟସ୍ଥ ଜଙ୍ଗଲରୁ ଚାଲି ଆସୁଥିବା ହାତୀ ଜମି...

ପ୍ରାର୍ଥତ୍ପତ୍ର ଦାଖଲ ନ କରି ଫେରିଗଲେ ନଳିନୀକାନ୍ତ

ଆଠମଲ୍ଲିକ, ୩ା୫(ଉଦୀପ୍ତ ପୁରୋହିତ)/ ଅନୁଗୋଳ (ଅମିତ କୁମାର ସାମଲ):ଅନୁଗୋଳ ଜିଲା ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଗୁରୁବାର ପ୍ରାର୍ଥିପତ୍ର ଦାଖଲ ପାଇଁ ବିରାଟ...

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri