ମତ୍ସ୍ୟ ଯାଅଁ।ଳ ବିକ୍ରି ଆରମ୍ଭ:ମାଛ ଚାଷ ପାଇଁ ଏସ୍‌ଏଚ୍‌ଜିକୁ ପ୍ରୋତ୍ସାହନ ମିଳିବ

ଭଞ୍ଜନଗର,୨୫।୭(ଡି.ଏନ୍‌.ଏ.)-ଭଞ୍ଜନଗର ସରକାରୀ ମସତ୍‌ୟ ଯାଅଁ।ଳ ଉପତ୍ାଦନ କେନ୍ଦ୍ରରୁ ଚଳିତ ବର୍ଷ ପାଇଁ ବୁଧବାର ଠାରୁ ବିଭିନ୍ନ କିସମର ଯାଅଁ।ଳ ବିକ୍ରି ଆରମ୍ଭ ହୋଇଛି। ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ବୀରେନ୍ଦ୍ର କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯାଅଁ।ଳ ବିକ୍ରିର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଜଣେ ମଣିଷକୁ ଆବଶ୍ୟକ ଖାଦ୍ୟସାର ପୂରଣ ପାଇଁ ମାଛ ଖାଇବା ଦରକାର। ରାଜ୍ୟରେ ମାଛର ଚାହିଦା ବଢ଼ୁଛି, ତେଣୁ ରାଜ୍ୟ ସରକାର ମତ୍ସ୍ୟ ଚାଷୀଙ୍କ ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି। ଇତିମଧ୍ୟରେ ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ମାଛଚାଷ ପାଇଁ ପ୍ରୋତ୍ସାହନ ଦିଆଯାଉଛି। ପଞ୍ଚାୟତ ପୋଖରୀ ନିଲାମରେ ଏସ୍‌ଏଚ୍‌ଜିକୁ ଗୁରୁତ୍ୱ ଦିଆଯାଉଛି। ମାଛଚାଷ ପାଇଁ ସମବାୟ ବ୍ୟାଙ୍କ ପକ୍ଷରୁ ମଧ୍ୟ ଋଣ ଦିଆଯାଉଛି। ଏହାର ସୁଫଳ ଏସ୍‌ଏଚଜି ଏବଂ ଅନ୍ୟ ଚାଷୀମାନେ ଉଠାଇବାକୁ ଆରୁଖ କହିଥିଲେ। ଯାଅଁାଳ ଉପତ୍ାଦନ କେନ୍ଦ୍ର ସରିଫ୍‌ ଅହମ୍ମଦ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସହକାରୀ ମସତ୍‌ୟ ଅଧିକାରୀ ସୁଧାଂଶୁ ଶେଖର ସାହୁ, ବଡ଼କୋଦଣ୍ଡା ସେବା ସମବାୟ ସଭାପତି ସଚ୍ଚି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ ଭଞ୍ଜନଗର ଯାଅଁାଳ କେନ୍ଦ୍ର ପକ୍ଷରୁ ୩ କୋଟି ୬୦ ଲକ୍ଷ ଯାଅଁାଳ ବିକ୍ରି ଯୋଜନା ଅଛି। କିନ୍ତୁ ପାଣିପାଗ ଠିକ୍‌ ନଥିବା ଯୋଗୁ ଯାଅଁାଳ ବିକ୍ରି ଲକ୍ଷ୍ୟ ପୂରଣ ନେଇ ବିଭାଗୀୟ ଅଧିକାରୀମାନେ ସନ୍ଦେହରେ ଅଛନ୍ତି। ପ୍ରଥମ ଦିବସରେ ପ୍ରାୟ ୩ଲକ୍ଷ ଯାଅଁାଳ ବିକ୍ରି ହୋଇଛି। ମିକ୍ସର ଯାଅଁାଳ ହଜାରେ ପିଛା ୧୮୫ ଟଙ୍କା ଓ ଭାକୁର ହଜାରେ ପିଛା ୨୫୫ ଟଙ୍କା ଦରରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁର ଆସୁଥିବା ବେଳେ ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଡିଭାଇଡର ପିଟି ହୋଇ ୨ ବାଇକ ଆରୋହୀ ମୃତ

ଗଞ୍ଜାମ,୧୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।  ଅପରାହ୍ନରେ ଏକ ବାଇକ ଡିଭାଇଡର ପିଟି…

ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ…

ଦିଗପହଣ୍ଡି,୧୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ…

ଭାରସାମ୍ୟ ହରାଇ ଗଛକୁ ପିଟିଲା ବୁଲେଟ୍, ୩….

ଭଞ୍ଜନଗର,୧୪।(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସୋରଡ଼ା ରାସ୍ତାର କଣ୍ଟେଇପଲ୍ଲୀ ଛକ ନିକଟରେ ଥିବା ଜଳଭଣ୍ଡାର ଗୋଲେଇ ଠାରେ ବଡ଼ ସଡ଼କ ଦୁର୍ଘଟଣା ହୋଇଛି । ରବିବାର…

ଗଞ୍ଜାମରୁ ସୋମନାଥ ମନ୍ଦିର ଯାତ୍ରା: ଶୁଭାରମ୍ଭ କଲେ ଛତ୍ରପୁର ବିଧାୟକ

ଛତ୍ରପୁର, ୧୪।୬ (ଦିଲ୍ଲୀପ ସାମଲ): ‘ସୋମନାଥ ସ୍ୱାଭିମାନ ଯାତ୍ରା’ ଅଭିଯାନରେ ଗଞ୍ଜାମ ଜିଲାର ୫୨ ଜଣ ତୀର୍ଥଯାତ୍ରୀ ଶନିବାର ଛତ୍ରପୁର ନୂଆ ବସ୍‌ଷ୍ଟାଣ୍ଡରୁ ଗୁଜରାଟସ୍ଥିତ ପବିତ୍ର ସୋମନାଥ…

ଚରୁଥିବାବେଳେ ବଜ୍ରପାତରେ ଜଳିଗଲେ ୧୨ ଛେଳି, କ୍ଷତିପୂରଣ ଦାବି କରି…

ଭଞ୍ଜନଗର,୧୪ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ବାରଦଣ୍ଡା ଗ୍ରାମରେ ବଜ୍ରପାତ ମାରିବାରୁ ରବିବାର ଅପରାହ୍ନରେ ୧୨ଟି ଛେଳିଙ୍କର ମୃତ୍ୟୁ ଘଟିଛି। ଏଥିରେ ଛେଳି ଚରାଳି…

ରଜ କୁଇନ୍ ପ୍ରତିଯୋଗିତା: ଘୁମୁସରର ପ୍ରତିଭାକୁ ଖୋଜି ବାହାର କରିବା ଲକ୍ଷ୍ୟ…

ଭଞ୍ଜନଗର,୧୪।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ପାତ୍ର କଲୋନୀସ୍ଥିତ ଶ୍ରୀଜଗନ୍ନାଥ ବ୍ୟାଙ୍କ୍ୱେଟ୍ ହଲ୍ ଆଣ୍ଡ ରିସର୍ଟରେ ତିନି ଦିନିଆ ‘ରଜ କୁଇନ୍ ପ୍ରତିଯୋଗିତା’ ରବିବାର ଉଦ୍‌ଘାଟିତ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri