ବ୍ୟାଙ୍କ ତଳେ ମଦଦୋକାନ

କାମାକ୍ଷାନଗର, ୧୨।୬(ଡି.ଏନ୍‌.ଏ.)-କୋଠା ଉପରେ ବ୍ୟାଙ୍କ। ଆଉ ଏହାର ଠିକ୍‌ ତଳେ ଖୋଲିଛି ସରକାରୀ ବିଦେଶୀ ମଦ ଦୋକାନ। ମଦ ପିଇ ମାତାଲ ହୋଇ ଗଡୁଛନ୍ତି ମଦ୍ୟପ। ଅଶ୍ଳୀଳ ଇଙ୍ଗିତର ଶିକାର ହେଉଛନ୍ତି ବ୍ୟାଙ୍କକୁ ଆସୁଥିବା ଛାତ୍ରୀ, ଯୁବତୀ, ମହିଳା। ଏଭଳି ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା କାମାକ୍ଷାନଗରସ୍ଥିତ ଅନୁଗୋଳ କେନ୍ଦ୍ର ସଂଯୁକ୍ତ ସମବାୟ ବ୍ୟାଙ୍କ ଚାଲିଥିବା କୋଠାରେ। ବ୍ୟାଙ୍କ ପରିସର ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଥିବାବେଳେ ମୁହଁ ମୋଡୁଛନ୍ତି ଗ୍ରାହକ। ଏପରି ସମସ୍ୟାରେ ଅତିଷ୍ଠ ହୋଇପଡ଼ିଥିବା ବୁଦ୍ଧିଜୀବୀମାନେ ଏବେ ବ୍ୟାଙ୍କକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି।
ଅନୁଗୋଳ କେନ୍ଦ୍ର ସଂଯୁକ୍ତ ସମବାୟ ବ୍ୟାଙ୍କ ପୂର୍ବରୁ ଲକ୍ଷ୍ମୀବଜାରରେ କାର୍ଯ୍ୟ କରୁଥିଲା। ବ୍ୟାଙ୍କ ଘର ଅତ୍ୟନ୍ତ ବିପଦସଙ୍କୁଳ ହୋଇପଡ଼ିବାରୁ ୨୦୧୬ ସେପ୍ଟେମ୍ବର ୧୯ରେ ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟରାସ୍ତାର ଦାସୀପୋଖରୀ ପେଟ୍ରୋଲ ପମ୍ପ ପାଖରେ ଥିବା ଏକ ପକ୍କା ଘରର ପ୍ରଥମ ମହଲାକୁ ସ୍ଥାନାନ୍ତର କରାଯାଇଥିଲା। ସେବେଠାରୁ ବ୍ୟାଙ୍କ ଉକ୍ତ ଭଡ଼ାଘରେ ଚାଲିଛି। ପରବର୍ତ୍ତୀ ସମୟରେ ଉକ୍ତ ଘର ତଳ ମହଲାରେ ସରକାରୀ ବିଦେଶୀ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିଥିଲା। ଫଳରେ ବ୍ୟାଙ୍କ କାର୍ଯ୍ୟାଳୟ ଆଖପାଖ ଅଞ୍ଚଳ ଏବେ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ସେମାନେ ମଦ୍ୟପାନ କରି ବ୍ୟାଙ୍କ ନିକଟରେ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ବ୍ୟାଙ୍କକୁ ଆସୁଥିବା ମହିଳାମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ମଦ୍ୟପଙ୍କ ଲାଗି ପଥଚାରୀ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହେଉଛି। ବ୍ୟାଙ୍କ ନିକଟରେ ଥିବା ମଦଦୋକାନ ପାଇଁ ଦୈନିକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବାରୁ ତୁରନ୍ତ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।
ଏ ନେଇ ବ୍ୟାଙ୍କ ଶାଖା ପରିଚାଳକ ମନୋରଞ୍ଜନ ସିଂ, ବ୍ୟାଙ୍କ ସ୍ଥାନାନ୍ତର କରାଯିବା ସମୟରେ ଏହାର ତଳ ମହଲାରେ ମଦ ଦୋକାନ ଖୋଲିବା ବିଷୟ ଘର ମାଲିକ କହି ନ ଥିଲେ। ସେଠାରେ ଗୋଦାମ ହେବ ବୋଲି କହିଥିଲେ। ଏଗ୍ରିମେଣ୍ଟ ସରିବା ପରେ ବ୍ୟବସାୟିକ ମନୋବୃତ୍ତି ରଖି ମଦ ଦୋକାନ ଲାଗି ଘର ଭଡ଼ା ଦେଇଥିଲେ। ଏ ନେଇ ଜିଲାପାଳ, ଅବକାରୀ ବିଭାଗକୁ ବାରମ୍ବାର ଚିଠି ଲେଖାଯାଇଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଏପରି କି ତୁରନ୍ତ ବ୍ୟାଙ୍କ ସ୍ଥାନାନ୍ତର କରିବାକୁ ନାବାର୍ଡ କର୍ତ୍ତୃପକ୍ଷ ମଧ୍ୟ ରିପୋର୍ଟ ଦେଇସାରିଲେଣି। ଖୁବ୍‌ଶୀଘ୍ର ପୁରୁଣା କୋଠାକୁ ବ୍ୟାଙ୍କ ସ୍ଥାନାନ୍ତର ହେବା ନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

୨ ନେତ୍ରୀଙ୍କ ସହ ଭାଜପା ଛାଡ଼ିଲେ ନିରୋଜ ନଳିନୀ

ଢେଙ୍କାନାଳ,୪ା୪(ରତନ ନାୟାର): ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ଢେଙ୍କାନାଳ ଜିଲା ଭାଜପା ସମ୍ପାଦିକା...

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ

ଢେଙ୍କାନାଳ,୩ା୪(ରତନ ନାୟାର): ଢେଙ୍କାନାଳ ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri