ବ୍ରିଟିଶ ଅମଳର ବଙ୍ଗଳା ଜରାଜୀର୍ଣ୍ଣ

ଛେଣ୍ଡିପଦା,୨ା୬(ଡି.ଏନ.ଏ.)- ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲ ତଥା ଜରପଡା ରାଜସ୍ବ ସର୍କଲର ଦୁର୍ଗାପୁର ଗ୍ରାମସ୍ଥିତ ବ୍ରିଟିଶ ଅମଳର ଏକ ବ୍ରିଟିଶ ବଙ୍ଗଳା। ରାଜସ୍ବ ବିଭାଗ ତଥା ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ରକ୍ଷଣାବେକ୍ଷଣ ତଥା ମରାମତି ଅଭାବ ଯୋଗୁ ଏହି ବଙ୍ଗଳା ଭୂତକୋଠିରେ ପରିଣତ ହେଲାଣି। ବହୁବାର ଦାବି ସତ୍ତ୍ୱେ ଏହାର ପୁନରୁଦ୍ଧାର କରାଯାଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଜିଲାର ତତ୍କାଳୀନ ତିନିଦେଶ ପ୍ରଗଣା ଅଞ୍ଚଳରେ ବ୍ରିଟିଶ ଶାସନ ବ୍ୟବସ୍ଥା ସୁପରିଚାଳନା, ତଦାରଖ ତଥା କର, ଖଜଣା, ମାହାସୁଲ ଆଦି ଆଦାୟ କରାଯିବା ସାଙ୍ଗକୁ ବ୍ରିଟିଶ ସରକାରଙ୍କ ଲାଟ ସାହେବଙ୍କ ରହଣି ଆଦି ପାଇଁ ଦୁର୍ଗାପୁର ଗ୍ରାମଠାରେ ଏହି ବଙ୍ଗଳା ନିର୍ମାଣ କରାଯାଇଥିଲା। ପୋଡା ଇଟା ଓ ଚୂନ ଅଠା ମାଧ୍ୟମରେ ଏହି କୋଠା ତିଆରି ହୋଇଥିଲା। ଏହାସହ କାରୁକାର୍ଯ୍ୟ ପୂର୍ଣ୍ଣ ପାନିଆରି କବାଟ ଏବଂ କାଠରେ ତିଆରି ଝରକା ମଧ୍ୟ ଖଞ୍ଜା ଯାଇଥିଲା। ହେଲେ ଏହାର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି। ବଙ୍ଗଳାର ଛାତ ଭୁସୁଡି ପଡିଥିବା ବେଳେ କେବଳ ୧୫/୨୦ ଇଞ୍ଚ ଓସାରିଆ କାନ୍ଥ ରହିଛି। ଏହା ଚାରିପାଖରେ ସରକାରୀ ଜାଗା ମଧ୍ୟ ରହିଛି।
ସ୍ବାଧୀନତା ଆନ୍ଦୋଳନ ତଥା ଓଡ଼ିଶା ରାଜନୈତିକ ଇତିହାସ କ୍ଷେତ୍ରରେ ଏହି ଅଞ୍ଚଳ ସ୍ମାରକୀ ବହନ କରୁଛି। ତେଣୁ ଏଠାରେ ଥିବା ବହୁ ପୁରାତନ ବଙ୍ଗଳା ପୁନରୁଦ୍ଧାର କରାଗଲେ ଆଗାମୀ ଦିନରେ ଏହା ଦର୍ଶନୀୟ ସ୍ଥାନ ଭାବେ ପରିଗଣିତ ହୋଇପାରିବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି। ଏଥିପ୍ରତି ଜିଲା ପ୍ରଶାସନ ତଥା ରାଜସ୍ବ ବିଭାଗ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ଛେଣ୍ଡିପଦା ତହସିଲଦାର ଡାନିଏଲ ଏକ୍କା କୁହନ୍ତି, ରାଜସ୍ବ ବିଭାଗ ଅଧୀନରେ ଏହି ବଙ୍ଗଳା ରହିଛି। ଉକ୍ତ ବଙ୍ଗଳା ପରିଦର୍ଶନ କରିବା ସହ ସମ୍ପୂର୍ଣ୍ଣ ତଦାରଖ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ଏବଂ ଜିଲା ପ୍ରଶାସନକୁ ଅବଗତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମହିଳା ASI, ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା

ଅନୁଗୋଳ, ୧୩।୬: ଅନୁଗୋଳ ଜିଲାର ଜରପଡ଼ା ଥାନାରେ କାର୍ଯ୍ୟରତ ମହିଳା ASI ସୀତା ନାୟକ ୮,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା…

ବ୍ରାହ୍ମଣୀରେ ଭାସିଗଲେ ୩ ସାଙ୍ଗ

ତାଳଚେର,୮।୬; ଅନୁଗୋଳ ଜିଲା ତାଳଚେର ବ୍ରାହ୍ମଣୀ ନଦୀରେ ସୋମବାର ଏକ ଅଘଟଣ ଘଟିଛି। ୩ଜଣ ସାଙ୍ଗ ଗାଧୋଇବା ବେଳେ ଭାସିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୃତ ଅବସ୍ଥାରେ…

ବିଲକୁ ଯାଇଥିଲେ ୨ ଭାଇ, ହଠାତ୍‌ ମାରିଲା ଘଡ଼ଘଡ଼ି: ଆଉ ତା’ପରେ…

ବଇଣ୍ଡା, ୨।୬(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋର ନଗର ବ୍ଲକ ହଣ୍ଡପା ଥାନା ପାପସରା ଗ୍ରାମର ଜଟିଆ ରୁଗୁଡ଼ି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ…

ବିଳମ୍ବିତ ରାତିରେ ବାଇକ ସହ ଜିଅନ୍ତା ଜଳିଗଲେ ଯୁବକ, କାରଣ ଜାଣିଲେ….

ପାଲଲହଡ଼ା,୨୯।୫(ଦିବ୍ୟଜ୍ୟୋତି ଦାଶ): ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ବାଇକ ଦୁର୍ଘଟଣାରେ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେହିପରି ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଖମାର…

ନାତୁଣୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜେଜେଙ୍କ ଜୀବନ

ଅନୁଗୋଳ,୧୨।୫: ଅନୁଗୋଳ ଜିଲା ଆଠମଲ୍ଳିକ ବ୍ଲକ ପାଇକ ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ଜେଜେଙ୍କ ମୃତ୍ୟୁ ଘଟିଛି।…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…

ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri