ବେସରକାରୀ ବିଦ୍ୟାଳୟରୁ ୧୧ ଛାତ୍ରୀଛାତ୍ର ଉଦ୍ଧାର: ଘରୋଇ କାମରେ ଲଗାଯାଉଥିବା ଅଭିଯୋଗ

କାମାକ୍ଷାନଗର,୨୯।୧୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ମହୁଲପାଳ ପଞ୍ଚାୟତରେ ଥିବା ଏକ ବେସରକାରୀ ଶିକ୍ଷାନୁଷ୍ଠାନରୁ ଶନିବାର ପ୍ରଶାସନ ୧୦ ବର୍ଷରୁ କମ୍‌ ବୟସର ୧୧ ଜଣ ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କରି ଅଭିଭାବକଙ୍କ ଜିମା ଦେଇଛି। ପାଠ ପଢ଼ା ନଁ।ରେ ପିଲାମାନଙ୍କୁ ଘରୋଇ କାମରେ ନିୟୋଜିତ କରାଯିବା, ଠିକ୍‌ ଭାବେ ଖାଇବାକୁ ନ ଦେବା ଓ ରାତିରେ ପିଲାମାନଙ୍କୁ ତାଲା ପକାଇ କର୍ତ୍ତୃପକ୍ଷ ପଳାଇ ଯାଉଥିବା ଅଭିଭାବକମାନେ ଅଭିଯୋଗ କରିବା ପରେ ପ୍ରଶାସନ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, ଶିକ୍ଷାଦାନ ନାଁରେ ଉକ୍ତ ବେସରକାରୀ ଶିକ୍ଷାନୁଷ୍ଠାନରେ ୧୧ ଜଣ ଆଦିବାସୀ ପିଲାଙ୍କୁ ରଖାଯାଇଥିଲା। ମାତ୍ର ବିଦ୍ୟାଳୟର ସମ୍ପାଦକ ଓ ଅଧ୍ୟକ୍ଷା ଥିବା ତାଙ୍କ ସ୍ତ୍ରୀ ଛାତ୍ରୀଛାତ୍ରଙ୍କୁ ସେଠାରେ ପଢାଇବା ବଦଳରେ ନିଜ ଘରେ କାମ କରାଉଥିଲେ। ଏପରି କି ବିଲରୁ ଧାନ କାଟିବା, ବାଡ ଦେବା ଆଦି କାର୍ଯ୍ୟ ପିଲାଙ୍କ ଦ୍ୱାରା କରାଉଥିଲେ। ଏହାଛଡ଼ା ରାତିରେ ପିଲାମାନଙ୍କୁ ଖାଇବାକୁ ନ ଦେଇ ତାଲା ପକାଇ ସମ୍ପାଦକ ଓ ତାଙ୍କ ସ୍ତ୍ରୀ ପଳାଇ ଯାଉଥିଲେ। ଏ ନେଇ ଛାତ୍ରୀଛାତ୍ରମାନେ ଅଭିଭାବକଙ୍କୁ ଜଣାଇବା ପରେ ଶୁକ୍ରବାର ରାତି ପ୍ରାୟ ୧୧ଟାରେ ୧୦ ଜଣ ଅଭିଭାବକ ବିଦ୍ୟାଳୟରେ ପହଞ୍ଚିଥିଲେ। କର୍ତ୍ତୃପକ୍ଷ ସେଠାରେ ନ ଥିବାବେଳେ ପିଲାମାନଙ୍କୁ ଖାଇବାକୁ ଦିଆଯାଇ ନ ଥିବା ସେମାନେ ଦେଖିବାକୁ ପାଇଥିଲେ। ସକାଳେ ଖବରପାଇ କାମାକ୍ଷାନଗର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଜଳଧର ଲେଙ୍କା, କାମାକ୍ଷାନଗର ଥାନା ଏସ୍‌ଆଇ ଶ୍ରୀନିବାସ ସେଠୀ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଛାତ୍ରୀଛାତ୍ରମାନଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ମହୁଲପାଳ ଗ୍ରାମ କମିଟି ସଭାପତି ସୁଶାନ୍ତ କୁମାର ପଟ୍ଟନାୟକ ଭୋକିଲା ପିଲାଙ୍କୁ ବିସ୍କୁଟ ଓ ପାଣି ଯୋଗାଇବା ସହ ଘଟଣାକୁ ନିନ୍ଦା କରିଥିଲେ। ଏ ସମ୍ପର୍କରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଲେଙ୍କା କହିଛନ୍ତି, ଘଟଣାରେ ସତ୍ୟତା ରହଛି। ପିଲାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଆଗକୁ ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଏପରି ଅଭିଯୋଗକୁ ବିଦ୍ୟାଳୟ ଅଧ୍ୟକ୍ଷା ଖଣ୍ଡନ କରିଛନ୍ତି। ସେ କହିଛନ୍ତି ସ୍କୁଲ ବିରୋଧରେ ଏହା ଏକ ଷଡଯନ୍ତ୍ର। ଏଥିରେ କୌଣସି ସତ୍ୟତା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri