ବେଉସା ବଞ୍ଚାଇବା ଚିନ୍ତାରେ ଟସର କାରିଗର

କେନ୍ଦୁଝର, ୩।୬ (ସ୍ବ.ପ୍ର.)-କରୋନା ମହାମାରୀ ଯୋଗୁ ବୁଣାକାର ପରିବାର ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ଜୀବନଜୀବିକାରେ ଯେପରି ବ୍ରେକ ଲାଗିଯାଇଛି। ବୁଡ଼ିବାକୁ ବସିଲାଣି ସେମାନଙ୍କ କୁଳବେଉସା। ବଞ୍ଚାଇବାକୁ ଚେଷ୍ଟା କଲେ ମଧ୍ୟ ବିକ୍ରିବଟା ନ ଥିବାରୁ କାରିଗରମାନେ ଚିନ୍ତାରେ ରହିଛନ୍ତି। ଆବଶ୍ୟକ କଞ୍ଚା ମାଲ ମିଳୁ ନାହିଁ। ପୁଣି ପୂର୍ବରୁ ଉତ୍ପାଦିତ ସାମଗ୍ରୀଗୁଡ଼ିକ ବଜାର ସୁବିଧା ନ ଥିବାରୁ ବିକ୍ରି ହୋଇପାରୁନାହିଁ। ଏଭଳି ସମସ୍ୟାରେ ଘାଣ୍ଟି ହେଉଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଫକୀରପୁର ବଙ୍ଗାଳିସାହିର ୩୦୦ ବୁଣାକାର ପରିବାର। ଘରେ ପଡି ରହିଛି ବୁଣାଯାଇଥିବା ଶହ ଶହ ଚାଦର, ଧୋତି, ଶାଢୀ ଆଦି ସାମଗ୍ରୀ। ଏବେ ଅନେକ ଟସର କୋସା ମିଳୁ ନ ଥିବାରୁ ଆଉ ସୂତା କାଟି ଲୁଗା ବୁଣିବା ସମ୍ଭବ ହୋଇପାରୁନାହାନ୍ତି। ଫଳରେ ସେମାନେ ଅର୍ଥାଭାବରେ ରହିଥିବା କହିଛନ୍ତି।
କରୋନା କଟକଣା ଯୋଗୁ ପ୍ରାୟ ୨ ମାସ ହେଲା ବଜାର ବନ୍ଦ ରହିଛି। ଟସରରୁ ବିଭିନ୍ନ ପ୍ରକାରର ଦାମୀ ଓ ଆକର୍ଷଣୀୟ ବସ୍ତ୍ର ବୁଣାଯାଇଥାଏ। ଫକୀରପୁର ଟସର ସାମଗ୍ରୀର ଚାହିଦା ରାଜ୍ୟ ତଥା ଦେଶ ବିଦେଶରେ ରହିଛି ା କାରିଗରମାନେ ଅରଟରେ ସୂତାକାଟି ହସ୍ତତନ୍ତରେ ବିଭିନ୍ନ ପ୍ରକାରର ଧୋତି, ଚାଦର, ଶାଢୀ ଆଦି ବୁଣିଥାନ୍ତି। ୧୯୯୯ ମହାବାତ୍ୟା ସମୟରେ ମଧ୍ୟ ସେମାନଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା ା ସେ ସମୟରେ ହୋଇଥିବା କ୍ଷୟକ୍ଷତିର ଭରଣା ହୋଇପାରି ନ ଥିବା ବେଳେ ଏବେ ଲକଡାଉନ ୧୦୦ବର୍ଷର ଜୀବିକା ଉପରେ ବୋଝ ଉପରେ ନଳିତାମାଡ ସଦୃଶ ହୋଇଛି ା ନିଜର କୌଳିକ ବୃତ୍ତିକୁ ଛାଡି ପାରୁ ନ ଥିବା ଏହି କାରିଗରମାନେ ଆର୍ଥତ୍କ ସହାୟତା ଲାଗି ଅପେକ୍ଷା କରି ରହିଛନ୍ତି। ବୟୋଜ୍ୟେଷ୍ଠ ବୁଣାକାର ତଥା ପ୍ରଶିକ୍ଷକ ଆକୁଳି ସୂର କୁହନ୍ତି, ତନ୍ତ ବୁଣି ବ୍ୟବସାୟ କରିଆସୁଛୁ। ମଠା, ପାଟ, ସୂତା ଆଦି ଶାଢୀ ପ୍ରସ୍ତୁତ କରି ବାହାରକୁ ରପ୍ତାନୀ କରିଥାଉ। ବିଭିନ୍ନ କାରଣରୁ ଏହାର ଚାହିଦା କମୁଛି ା ପ୍ରୋତ୍ସାହନ ଅଭାବରୁ ଅନେକ ବୁଣାକାର ଏହି କାମ ଛାଡିଦେଲେଣି। ସେହିପରି ବୁଣାକାର ଭରତ ସୁର କୁହନ୍ତି ଯେ, ଦୀର୍ଘ ୧୭ବର୍ଷ ହେଲା ଏହି କୌଳିକ ବୃତ୍ତି କରି ଆସୁଛନ୍ତି। ଏବେ ଘରେ ଲୁଗା ଗଚ୍ଛିତ ହୋଇରହିଛି ା କଟକଣା ପାଇଁ ବିକ୍ରି କରି ପାରୁନାହୁଁ ା ସୂତା ମିଳୁ ନ ଥିବାରୁ ଆଉ ବୁଣିପାରୁନାହୁ।
ମହିଳା ବୁଣାକାର ସାବିତ୍ରୀ ସୁର କୁହନ୍ତି, ଟସର ସୋସାଇଟିରୁ ଟସର ଆଣି ସେଥିରୁ ସୂତାକାଟି ତନ୍ତରେ ଲୁଗା ବୁଣି ଚଳୁ ା ଏବେ ବିକ୍ରିବଟା ବନ୍ଦ ହୋଇଯାଇଥିବାରୁ ବହୁ କଷ୍ଟରେ ଚଳୁଛୁ ା ଏଣୁ ବିକ୍ରିବଟା ପାଇଁ ବ୍ୟବସ୍ଥା କରିବା ସହ ଆର୍ଥିକ ସହାୟତା ଦେଲେ ଚଳିପାରନ୍ତୁ। ଯେଉଁ କାମ କରୁଛୁ ସେସବୁ ବିକ୍ରି ହୋଇ ନ ପାରି ଗଦା ହୋଇ ରହୁଛି ା ଏ ସମ୍ପର୍କରେ ଆନନ୍ଦପୁର ଉପଜିଲାପାଳ ରବୀନ୍ଦ୍ର ସାହୁଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ କରୋନା ପାଇଁ କୌଣସି ଆର୍ଥତ୍କ ସହାୟତା ବ୍ୟବସ୍ଥା ନାହିଁ। ସହାୟତା ଆସିଲେ ପ୍ରଦାନ କରାଯିବ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri