ବିସ୍ତାରିତ ହେବ ବ୍ୟବସାୟିକ ପ୍ରତିଷ୍ଠାନ : ଅନୁଗୋଳରେ ଖୋଲିଲା ସିଏଆଇଟି ଶାଖା

ଅନୁଗୋଳ ଅଫିସ, ୯।୬  – ଅନୁଗୋଳ ଓ ଆଖପାଖ ସହରରେ ବ୍ୟବସାୟିକ ସମସ୍ୟାର ତ୍ୱରିତ ସମାଧାନ ସହ ବିଭିନ୍ନ କ୍ଷେତ୍ରରେ ବ୍ୟବସାୟିକ ପ୍ରତିଷ୍ଠାନକୁ ବିସ୍ତାର କରାଯିବ। ଏଥିପାଇଁ ଅନୁଗୋଳରେ କନ୍‌ଫିଡରେଶନ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ଓଡ଼ିଶାର ଦ୍ୱିତୀୟ ଶାଖା ଖୋଲିଛି। ସରକାରଙ୍କ ସହ ମିଶି ସ୍ଥାନୀୟ ବ୍ୟବସାୟୀଙ୍କ ସମସ୍ୟାକୁ ଦୂର କରିବା ଏହାର ଲକ୍ଷ୍ୟ ରହିଛି। ପଞ୍ଚମହଲା ସ୍ଥିତ ଆସିୟାନା ହିଲ୍‌ ସାଇଡ଼୍‌ ହୋଟେଲରେ ସିଏଆଇଟିର ପ୍ରଥମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଢେଙ୍କାନାଳ ଏମ୍‌ପି ମହେଶ କୁମାର ସାହୁ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ, ନାଲ୍‌କୋ ବ୍ୟବସାୟିକ ନିର୍ଦ୍ଦେଶକ ଏମ୍‌ପି ମିଶ୍ରା, ସିଏଆଇଟି ରାଜ୍ୟ ସଭାପତି ସୁଧାକର ପଣ୍ଡା, ଜାତୀୟ ଉପସଭାପତି ବ୍ରଜମୋହନ ଅଗ୍ରୱାଲ ଉପସ୍ଥିତ ଥିଲେ। ସିଏଆଇଟି ଶାଖା ଗଢ଼ାଯିବା ପରେ ଅନୁଗୋଳ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ଏହି ଅବସରରେ ଅନୁଗୋଳ ସିଏଆଇଟିର ସଭାପତି ଭାବେ ରାଜକୁମାର ଶୁକ୍ଲା, ଅଧ୍ୟକ୍ଷ ଭାବେ ଜିତେନ୍ଦ୍ର କୁମାର ଗୁପ୍ତା ନିର୍ବାଚିତ ହୋଇଥିଲେ। ସେହିପରି ଉପଦେଷ୍ଟା ଭାବେ ଅଶୋକ କୁମାର ସୁରାରକା, ସୁଦର୍ଶନ ଅଗ୍ରୱାଲ, ଉପସଭାପତି ଭାବେ ରାଜେଶ କୁମାର ଧଳ, ଆଶିଷ କୁମାର ଅଗ୍ରୱାଲ, ସାଧାରଣ ସମ୍ପାଦକ ଭାବେ କୈଳାସ ଚନ୍ଦ୍ର ଅଗ୍ରୱାଲ, ଅତିରିକ୍ତ ସାଧାରଣ ସମ୍ପାଦକ ମହେଶ କୁମାର ଗର୍ଗ, ରୋହିତ ଲିହାଲାଙ୍କୁ କୋଷାଧ୍ୟକ୍ଷ ଓ ମନୋଜ ଅଗ୍ରୱାଲଙ୍କୁ ଅତିରିକ୍ତ କୋଷାଧ୍ୟକ୍ଷ, ଆନନ୍ଦ ଅଗ୍ରୱାଲଙ୍କୁ ସ୍କ୍ରିନ୍‌ କମିଟିର ଚେୟାର ପର୍ସନ ଭାବେ ମନୋନୀତ କରାଯାଇଥିଲା। ପରେ ମନୋନିତ କର୍ମକର୍ତ୍ତା ଓ ସଦସ୍ୟମାନେ ଶପଥପାଠ କରିଥିଲେ। ଉପସଭାପତି ଆଶିଷ ଅଗ୍ରୱାଲ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାତୁଣୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜେଜେଙ୍କ ଜୀବନ

ଅନୁଗୋଳ,୧୨।୫: ଅନୁଗୋଳ ଜିଲା ଆଠମଲ୍ଳିକ ବ୍ଲକ ପାଇକ ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ଜେଜେଙ୍କ ମୃତ୍ୟୁ ଘଟିଛି।…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…

ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଦଳିଦେଲା ଦନ୍ତା

ମାଧପୁର,୪।୫(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ଅଧୀନ ମାଧପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତ ମହିଳା…

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri