ବିନା ଅନୁମତିରେ ବିଦ୍ୟୁତ୍‌ ସଂଯୋଗକୁ ବିରୋଧ: ଏନଜେନ ଜେଇ, ଲାଇନ ମ୍ୟାନ ଅଟକ

ବନ୍ତଳା, ୧୯ା୭(ଡି.ଏନ.ଏ.)-ଅନୁଗୋଳ ଜିଲା ବଡକେରା ବିଦ୍ୟୁତ୍‌ ସବଷ୍ଟେଶନ ଅଧୀନରେ ଥିବା ତୁମୁଣି ଭାଲିଆ ପାଳ ଗ୍ରାମରେ ଗ୍ରାମବାସୀଙ୍କ ଅଗୋଚରରେ ଏକ ଫେବ୍ରିକେଶନ ଦୋକାନକୁ ବିଦ୍ୟୁତ୍‌ ସଂଯୋଗ କରାଯିବାକୁ ବିରୋଧ କରାଯାଇଛି। ଏହାକୁ ନେଇ ଗୁରୁବାର ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା। ଗ୍ରାମବାସୀ ଏନ୍‌ଜେନ ଜେଇ, ଦୁଇଜଣ ଲାଇନ ମ୍ୟାନ, ଡ୍ରାଇଭରଙ୍କ ସହ ଏକ ବୋଲେରୋ ଅଟକ ରଖିଥିଲେ। ଏଥିସହ ବନ୍ତଳା-ବଡକେରା ପୁରୁଣା କଟକ-ସମ୍ବଲପୁର ପୂର୍ତ୍ତ ବିଭାଗ ରାସ୍ତା ଅବରୋଧ କରିଥିଲେ।
ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଗ୍ରାମର ୫୦ ପରିବାର ପାଇଁ ସୌଭାଗ୍ୟ ଯୋଜନାରେ ଏନ୍‌ଟିପିସି ଜରିଆରେ ୬୩ କେଭିର ଟ୍ରାନ୍ସଫର୍ମର ଲଗାଯାଇଛି। ଏହି ବିଦ୍ୟୁତ୍‌ ସଂଯୋଗ ପାଇଁ ଉପଭୋକ୍ତାମାନେ ଚାନ୍ଦା ଆଦାୟ କରି ଅର୍ଥ ଦେଇଛନ୍ତି। ନୂତନ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସଂଯୋଗ ପାଇଁ ଗ୍ରାମବାସୀଙ୍କ ଅନୁମତି ନେବା କଥା। କିନ୍ତୁ ଗ୍ରାମବାସୀଙ୍କୁ ନ ଜଣାଇ ଏନ୍‌ଜେନ ପକ୍ଷରୁ ଏକ ଦୋକାନକୁ ଥ୍ରୀ ଫେଜ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ସକାଳ ୧୧ଟାରେ ଏକ ବୋଲେରୋରେ ଏନ୍‌ଜେନ ଜେଇ ଓ କର୍ମଚାରୀମାନେ ଫେବ୍ରିକେଶନ ଦୋକାନକୁ ବିଦ୍ୟୁତ୍‌ ସଂଯୋଗ ପାଇଁ ଯାଇଥିବା ଜାଣି ଗ୍ରାମବାସୀ ସେମାନଙ୍କୁ ଅଟକ ରଖିବା ସହ ରାସ୍ତାରୋକୋ କରିଥିଲେ। ପରେ ବନ୍ତଳା ଆଇଆଇସି ପ୍ରଦୀପ କୁମାର ପ୍ରଧାନ, ଏସ୍‌ଆଇ ସୌରଭ ସାମଲ ଓ ପୋଲିସ କର୍ମଚାରୀ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ବିଦ୍ୟୁତ୍‌ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ। ଗ୍ରାମ ସଭାପତି ବିପିନ ନାଏକ, ସମ୍ପାଦକ ଭାବ ନାଏକ, ଜଗନ୍ନାଥ ନାଏକ, ଆରତ ନାଏକ, ବାବୁଲି ନାଏକ, ନର୍ସ ନାଏକ, ଅରୁଣ ନାଏକ, ଯୋଗେଶ ନାଏକ, ରଞ୍ଜନ ନାଏକ, ପ୍ରଶାନ୍ତ ନାଏକ, ଶେଷ ନାଏକ, ସୁମନ୍ତ ନାଏକ, ହେନା ନାଏକ, ବବିତା ନାଏକ, ବୀଣାପାଣି ନାଏକଙ୍କ ପ୍ରମୁଖ ଉପସ୍ଥିତ ଥିଲେ।
ଏ ବିଷୟରେ ବଡକେରା ଏନ୍‌ଜେନ ଜେଇ ବିଭୂତି ପୃଷ୍ଟି କୁହନ୍ତି, ସୌଭାଗ୍ୟ ଯୋଜନାରେ ୬ ମାସ ହେଲା ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ୩୭ ଉପଭୋକ୍ତାଙ୍କ ମଧ୍ୟରୁ ମାତ୍ର ୫ ଜଣ ବିଦ୍ୟୁତ୍‌ ଦେୟ ଦେଇଥିବା ବେଳେ ବାକି ୩୨ ଜଣ ୬ ମାସ ହେଲା ବକେୟା ପଇଠ କରିନହାନ୍ତି। ବିଲ୍‌ ପଇଠ ନ କଲେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯିବ ବୋଲି ଉପଭୋକ୍ତାମାନଙ୍କୁ ଜଣାଯାଇଥିଲା। ଗୁରୁବାର ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରୁଥିବା ସମୟରେ ଲୋକେ ବିରୋଧ କରିଥିଲେ। ସେମାନେ ଯେଉଁ ଅଭିଯୋଗ କରୁଛନ୍ତି ତାହା ସମ୍ପୂର୍ଣ୍ଣ ମିଛ। ୩ ଦିନ ହେଲା ଫେବ୍ରିକେଶନ ଦୋକାନକୁ ବିଦ୍ୟୁତ୍‌ ସଂଯୋଗ ଦିଆସରିଛି। ନିୟମ ଅନୁଯାୟୀ ଉପଭୋକ୍ତା ଜଣକ ଟଙ୍କା ଡିପୋଜିଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସୂର୍ଯ୍ୟବଂଶୀଙ୍କ ଉପରେ ଖୁବ ଶୀଘ୍ର ବଢ଼ିବ ଚାପ, ତେଣୁ ଏବେ…’: ଭାଇରାଲ ହେଉଛି ଅଶ୍ୱିନଙ୍କ ବିଶେଷ ଉପଦେଶ

ନୂଆଦିଲ୍ଲୀ,୨୬।୬: ପୂର୍ବତନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀଙ୍କୁ ମୂଲ୍ୟବାନ ପରାମର୍ଶ ଦେଇ କହିଛନ୍ତି ଯେ ଏହି ପର୍ଯ୍ୟାୟରେ ସେ କୌଣସି ଚାପ…

ମୋତେ ମଦ ଦିଅ…ଜେଲ୍‌ରେ ଥାଇ ପୋଲିସ ଆଗରେ ଏମିତି ଡିମାଣ୍ଡ କଲେ ସିୟା

ପୁଣେ,୨୬।୬: ମହାରାଷ୍ଟ୍ର ଲୋହଗଡ଼ ଦୁର୍ଗରେ ୨୬ ବର୍ଷୀୟ କେତନ ଅଗ୍ରୱାଲଙ୍କ ମୃତ୍ୟୁକୁ ନେଇ ଥମୁନି ଚର୍ଚ୍ଚା। ଏହି ଘଟଣାରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି। ସିୟା…

ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁ ମ୍ୟାଚ ପୂର୍ବରୁ, ଆୟର୍ଲାଣ୍ଡ ଖେଳାଳି ଦେଲେ ବଡ଼ ବୟାନ କହିଲେ -‘ସେ ୧୫ ବର୍ଷ ବୟସର ଆଉ…’

ନୂଆଦିଲ୍ଲୀ,୨୬।୬: ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଆଜି, ଅର୍ଥାତ ଶୁକ୍ରବାର ଜୁନ ୨୬ରେ ଅନୁଷ୍ଠିତ ହେବ। ଏହି ମ୍ୟାଚରେ ୧୫ ବର୍ଷୀୟ ବୈଭବ…

ବଲିଉଡ ଇଣ୍ଡଷ୍ଟ୍ରିରେ ୩୪ ବର୍ଷ ପୂରଣ କଲେ ଶାହରୁଖ

ବଲିଉଡର କିଙ୍ଗ୍‌ ଶାହରୁଖ ଖାନ ଇଣ୍ଡଷ୍ଟ୍ରିରେ ୩୪ ବର୍ଷ ପୂରଣ କରିଛନ୍ତି। ଏହି କୃତିତ୍ୱ ପାଇଁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ। ୨୫ ଜୁନ ୧୯୯୨ରେ ବଲିଉଡର…

ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଉଦ୍ୟମ

ରାଜନଗର,୨୬ା୬(ଭାସ୍କର ରାଉତରାୟ): ସମଗ୍ର ରାଜ୍ୟରେ କେଉଁଠି କେଉଁଠି ବେଆଇନ ବାଲି ଚାଲାଣକୁ ନେଇ ପୋଲିସ ପ୍ରଶାସନଙ୍କ ସହିତ ମାଫିଆଙ୍କର ମୁକାବିଲା ଏପରକି ଆକ୍ରମଣ ଭଳି ଅନେକ ଘଟଣା…

୩୦ ବର୍ଷ ସଂଘ ପରେ ୬୩ ପରିବାରକୁ ମିଳିଲା ଜଙ୍ଗଲ ଜମି ପଟ୍ଟା

ଥୁଆମୂଳ ରାମପୁର,୨୬ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ପଞ୍ଚାୟତର ଅଣ-ସର୍ଭେ ଗ୍ରାମ ସେମେଲପଦରର ୬୩ଟି ବନବାସୀ ପରିବାରକୁ ବହୁ ପ୍ରତୀକ୍ଷିତ ବ୍ୟକ୍ତିଗତ ଜଙ୍ଗଲ…

ଫ୍ଲାଟ୍ ଲୋଭରେ ଭଉଣୀଙ୍କୁ ଖଣ୍ଡଖଣ୍ଡ କଲେ ଭାଇ, ଶବକୁ ଟଏଲେଟ୍‌ରେ ଫ୍ଲଶ୍ କରିବା ବେଳେ….

ମସ୍କୋ,୨୬।୬: ମସ୍କୋରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ତିନି କୋଠରୀ ବିଶିଷ୍ଟ ଫ୍ଲାଟ ପାଇବା ପାଇଁ ଜଣେ ଭାଇ ଭଗାରି ପାଲଟିଗଲେ। ପ୍ରଥମେ, ସେ…

କେସିଙ୍ଗା ଷ୍ଟେଶନ ପରିଦର୍ଶନ କଲେ ଜେନେରାଲ ମ୍ୟାନେଜର

କେସିଙ୍ଗା,୨୬।୬.(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନକୁ ଜେନେରାଲ ମ୍ୟାନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆରଏମ ସୁବାସ ଚନ୍ଦ୍ର ଚୌଧୁରୀ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri