ବିଦ୍ୟୁତ୍‌ ଫାଶରେ ହାତୀ

ଢେଙ୍କାନାଳ ଅଫିସ, ୧୮।୧ – ଅସୁରକ୍ଷିତ ହାତୀବଂଶ। ଜଙ୍ଗଲରେ ଖାଦ୍ୟାଭାବ, ଶିକାରୀ ଭୟ। ଜଙ୍ଗଲ ତଳି ଅଞ୍ଚଳରେ ବିଦ୍ୟୁତ୍‌ ଫାଶ। ପାଦେ ପାଦେ ଜୀବନ ପ୍ରତି ବିପଦ ଧରି ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ କରୁଛି ଏହି ବିଶାଳକାୟ ପ୍ରାଣୀ। ଢେଙ୍କାନାଳ ଜିଲାରେ ଗତ ୫ବର୍ଷରେ ୨୧ ହାତୀ ବିଦ୍ୟୁତ୍‌ ଯନ୍ତାରେ ପଡ଼ି ପ୍ରାଣ ହରାଇଛନ୍ତି। ତନ୍ମଧ୍ୟରେ ଅଛନ୍ତି ୮ ଦନ୍ତା, ୧୧ ମାଈ ଏବଂ ୩ ଶାବକ। ବନ ବିଭାଗ ଏବଂ ବିଦ୍ୟୁତ୍‌ ବିଭାଗ ମଧ୍ୟରେ ତାଳମେଳ ଅଭାବରୁ ବର୍ଷକୁ ବର୍ଷ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି ପରିବେଶବିତ୍‌।
୨୦୧୭ ଜୁନ୍‌ ୧୦। ଢେଙ୍କାନାଳ ସହର ଉପକଣ୍ଠ ବୋରାପଦା ଗ୍ରାମରେ ବିପଦସଙ୍କୁଳ ଭାବେ ଝୁଲି ରହିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ ମାଈ ହାତୀ ଏବଂ ଗୋଟିଏ ଶାବକର ମୃତ୍ୟୁ ଘଟିଥିଲା। ସେହିପରି ୨୦୧୮ ଅକ୍ଟୋବର ୨୭ରେ ଓଡ଼ାପଡ଼ା ବ୍ଲକ କମଳାଙ୍ଗ ଗ୍ରାମ ନିକଟରେ ଅନୁରୂପ ଘଟଣାରେ ୭ ହାତୀଙ୍କ ଜୀବନ ଯାଇଥିଲା। ସେଥିରେ ଥିଲେ ୫ ମାଈ, ଗୋଟିଏ ଛୁଆ ଏବଂ ଗୋଟିଏ ଦନ୍ତା। ଏହି ଦୁଇ ବଡ଼ ଘଟଣାକୁ ନେଇ ଜାତୀୟସ୍ତରରେ ନିନ୍ଦିତ ହୋଇଥିଲା ଜିଲା ପ୍ରଶାସନ। କାର୍ଯ୍ୟରେ ଅବହେଳା ଅଭିଯୋଗରେ ବିଦ୍ୟୁତ୍‌ ବିଭାଗ ଏବଂ ବନ ବିଭାଗର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହାପରେ ହାତୀମୃତ୍ୟୁ ରୋକିବାକୁ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତ କରାଯାଇଥିଲା ବିଭିନ୍ନ ଯୋଜନା। ବନ୍ୟପ୍ରାଣୀ ଚଲାପଥକୁ ସୁରକ୍ଷିତ କରିବା, ବିପଦସଙ୍କୁଳ ବିଦ୍ୟୁତ୍‌ ତାର ହଟାଇବା, ବିଦ୍ୟୁତ୍‌ ତାର ବିଛାଇ ପ୍ରାଣୀ ଶିକାର କରାଯାଉଥିବା ସ୍ଥାନଗୁଡ଼ିକ ଉପରେ କଡ଼ା ନଜର ରଖିବା, ଶିକାର ରୋକିବାକୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସହମତି ପ୍ରକାଶ ପାଇଥିଲା। ହେଲେ ଏସବୁ ନିଷ୍ପତ୍ତି ସମୟ ବିତିବା ସହ କାଗଜକଲମରେ ସୀମିତ ହୋଇ ରହିଯାଇଛି। କର୍ମଚାରୀ ଅଭାବ ସମସ୍ୟା ଆଳ କରି ହାତୀ ସୁରକ୍ଷାରୁ ମୁହଁ ଫେରାଇ ନେଇଛନ୍ତି ଉଭୟ ବିଦ୍ୟୁତ୍‌ ଏବଂ ବନ ବିଭାଗ। ବନ ବିଭାଗ ପକ୍ଷରୁ ଆବଶ୍ୟକ ପାଟ୍ରୋଲିଂ ହେଉନାହିଁ। ସେହିପରି ବେଆଇନ ହୁକିଂ ବନ୍ଦ କରିବା ନେଇ ସେସୁ କିମ୍ବା ଏନ୍‌ଜେନ୍‌ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉନାହିଁ। ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଜାତୀୟ ଐତିହ୍ୟ ମାନ୍ୟତା ପାଇଥିବା ହାତୀ ଭଳି ବୃହତ୍‌ ଜନ୍ତୁଙ୍କ ଜୀବନ ବିପଦାରେ ପଡ଼ିଛି।
ଏ ସମ୍ପର୍କରେ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରଦ୍ୟୁମ୍ନ ପ୍ରସାଦ ରଥ କୁହନ୍ତି, ହାତୀ ମୃତ୍ୟୁ ଘଟଣା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ବିଦ୍ୟୁତ୍‌ ବିଭାଗ ଏବଂ ବନ ବିଭାଗର ସ୍ବତନ୍ତ୍ର ବୈଠକ ବସିଥିଲା। ବିପଦସଙ୍କୁଳ ବିଦ୍ୟୁତ୍‌ ତାର ମରାମତି, ଅଧିକ ଉଚ୍ଚତାରେ ତାର ଟାଣିବା, ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର ହଟାଇବାକୁ ନିଷ୍ପତ୍ତି ହୋଇଥିଲା। ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଛି। ହେଲେ ଏହାକୁ ସେତେଟା ଗୁରୁତ୍ୱ ଦିଆଯାଉନାହିଁ। ତେଣୁ ଅଧିକାଂଶ ସମୟରେ ବାର୍‌ହା ଫାଶରେ ପଡ଼ି ହାତୀ ମରୁଛନ୍ତି। ଏ ଦିଗରେ ଉଚିତ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି। ଜିଲା ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ କୁହନ୍ତି, ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର ବନ ବିଭାଗ ଦେଖିବା କଥା। ସେହିପରି ବେଆଇନ ହୁକିଂ ଠାବ କରି ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ଉଭୟ ବିଭାଗରେ କର୍ମଚାରୀ ଅଭାବ ସମସ୍ୟା ସୃଷ୍ଟି କରିଛି। ଘଟଣାରେ ତଦନ୍ତ ରିପୋର୍ଟ ମିଳିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏ ନେଇ ସେସୁ ନିର୍ବାହୀ ଯନ୍ତ୍ରୀ ସତ୍ୟବ୍ରତ ମହାନ୍ତି କୁହନ୍ତି, ବିପଦସଙ୍କୁଳ ବିଦ୍ୟୁତ୍‌ ତାର ଏବଂ ବେଆଇନ ହୁକିଂ ସମ୍ପର୍କରେ ଅନୁଧ୍ୟାନ କରିବା ବିଭାଗୀୟ କାର୍ଯ୍ୟ। ଏପରି ବେଆଇନ କାମ ନଜରକୁ ଆସିଲେ ପଦକ୍ଷେପ ନିଆଯାଉଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ବର୍ଷ କେତେ ମରିଛନ୍ତି

୨୦୧୫-୧୬ ୨
୨୦୧୬-୧୭ ୨
୨୦୧୭-୧୮ ୩
୨୦୧୮-୧୯ ୧୩
୨୦୨୦ ୧

(ଜାନୁୟାରୀ ୧୫ ସୁଦ୍ଧା ମିଳିଥିବା ରିପୋର୍ଟ)


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ନାଁରେ ଓଡ଼ିଆ ନାବାଳିକାଙ୍କୁ ୟୁପିରେ ବିକ୍ରି: ଦୁଇବର୍ଷ ଧରି ଯୌନ ନିର୍ଯାତନା

କାମାକ୍ଷାନଗର,୨୮।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଏକ ଚାଞ୍ଚଳ୍ୟକର ଘଟଣା ସାମ୍ନାକୁ ଆସିଛି। ମା’ଙ୍କ ଚିକିତ୍ସା ପାଇଁ ଟଙ୍କା ରୋଜଗାର କରିବାକୁ ଆସି ଯୌନ…

ଢେଙ୍କାନାଳରେ ଅଭାବନୀୟ ଘଟଣା; ଶ୍ବଶୁରଙ୍କ ଉପରେ ଗରମ ତେଲ ଢାଳିଦେଲେ ବୋହୂ

ପରଜଙ୍ଗ,୧୯।୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ନାଉପାଳ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶ୍ବଶୁରଙ୍କ ଉପରେ ଗରମ ତେଲ…

ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଢେଙ୍କାନାଳ,୯।୫: ଟେଲିଫୋନ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଢେଙ୍କାନାଳ ଟାଉନଥାନା ନିକଟରେ ଥିବା ଟାୱାର ଉପରେ ଚଢି ଉପରେ ବସିଛନ୍ତି ଯୁବକ। ଢେଙ୍କାନାଳ କାମାକ୍ଷାନଗର…

ରେଙ୍ଗାଳି ବାମ ବନ୍ଧ କେନାଲ ଡିଭିଜନ ଅଫିସ ସିଲ

କାମାକ୍ଷାନଗର,୨୭।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର  ରେଙ୍ଗାଳି ବାମ କେନାଲରେ ୨୦୦୩-୪ ମସିହାରୁ ଠିକା କାମ କରି ପ୍ରାୟ  ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା  ବକେୟା…

ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ: ଗାଡି ଭାଙ୍ଗିବା ସହ…

କାମାକ୍ଷାନଗର,୨୨।୪(ସୁଧୀର କୁମାର ପରିଡା): ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁ ରହିଥିବାବେଳେ ଜନଗଣନା କରିବାକୁ ଯାଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ ଜଣ ଜନଗଣନା କର୍ମଚାରୀ…

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା, ଟ୍ରକ୍‌କୁ ରକ୍ଷା କରିବାକୁ ଯାଇ ବସକୁ ବାଲି ଗଦା ଉପରକୁ…

ଢେଙ୍କାନାଳ,୨୦।୪(ରତନ ନାୟାର): ପୁରୀରୁ ତୀର୍ଥ ସାରି ମହାରାଷ୍ଟ୍ର ନାସିକ ଫେରୁଥିବା ଏକ ତୀର୍ଥଯାତ୍ରୀ ବସ ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛି । ଵସ…

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri