ବାଳାଶ୍ରମରୁ ନାବାଳିକା ଫେରାର ଘଟଣା: ଶିଶୁ ମଙ୍ଗଳ କମିଶନ ସଦସ୍ୟ ସଚିବଙ୍କ ସମୀକ୍ଷା

ବ୍ରହ୍ମପୁର ଅଫିସ୍‌,୧୦ା୧- ଗୋଷାଣୀନୂଆଗଁା ଥାନା ଉତ୍କଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ଘଟଣାକୁ ୭୨ ଘଣ୍ଟା ବିତିଥିଲେ ସୁଦ୍ଧା ଅଦ୍ୟାବିଧି ୯ ଜଣଙ୍କୁ ଉଦ୍ଧାର କରାଯାଇପାରିନାହିଁ। ବର୍ତ୍ତମାନ ଜିଲା ପ୍ରଶାସନ ଓ ବାଳାଶ୍ରମ ଅଧିକାରୀଙ୍କ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ତଥ୍ୟ ଓ ଅନୁଧ୍ୟାନ କରିବା ନିମନ୍ତେ ଗୁରୁବାର ରାଜ୍ୟ ଶିଶୁ ମଙ୍ଗଳ କମିଶନ ସଦସ୍ୟ ସଚିବ (ମେମ୍ବର ସେକ୍ରେଟାରୀ ଓଡ଼ିଶା ଷ୍ଟେଟ କାଉନସିଲ ଫର ଚାଇଲ୍‌ଡ ଓ୍ବେଲଫେୟାର କମିଟି) କୁଆମର ସୁଲତାନା ବେଗମ୍‌ ଏବଂ ଶିଶୁ ମଙ୍ଗଳ ଅଧିକାରୀ ଅନୁପମା ବିଶ୍ୱାଳ ପ୍ରମୁଖ ବ୍ରହ୍ମପୁର ଗସ୍ତରେ ଆସି ନିଖୋଜ ନାବାଳିକାଙ୍କ ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହ ବାଳାଶ୍ରମରେ ଥିବା ସମସ୍ୟା ସମ୍ପର୍କରେ ବି ପଚାରିବା ସହ ଘଟଣାର ଖୋଳତାଡ କରିଥିଲେ। ଅନ୍ତେବାସୀ ନିଖୋଜ ନେଇ ବାଳାଶ୍ରମର ସୁପରିଣ୍ଟେଣ୍ଡେଣ୍ଟ ସସ୍ମିତା ପାଢ଼ୀ ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ତାଗିଦ କରିବା ସହ ନାବାଳିକାମାନଙ୍କୁ ଉଦ୍ଧାର କ୍ଷେତ୍ରରେ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ସଦସ୍ୟା ସଚିବ ବେଗମ୍‌ଙ୍କୁ ପଚାରିବାରୁ, ବର୍ତ୍ତମାନ ସୁଦ୍ଧା ୪ ନାବାଳିକା ଉଦ୍ଧାର ହୋଇଛନ୍ତି। ସେମାନେ କାହା ସହ ଯୋଗାଯୋଗ କରିଛନ୍ତିି ସେ ବିଷୟରେ ବି ତଥ୍ୟ ମିଳିଛି। ବର୍ତ୍ତମାନ ଉଦ୍ଧାର ହୋଇଥିବା ଚାରି ଜଣଙ୍କୁ ସୁଧାର ଗୃହରେ ରଖାଯାଇଛି। ଅନ୍ୟମାନଙ୍କୁ ଟ୍ରାକିଂ ଜରିଆରେ ଠାବ କରାଯାଇଛି । ସେମାନେ କେଉଁ ସ୍ଥାନରେ ଅଛନ୍ତି ତାହା ବି ଜଣାପଡ଼ିଛି। ପୋଲିସ ସେ ବିଷୟରେ ତଦନ୍ତ କରୁଛି। ସେମାନେ ସାଧାରଣତଃ ବ୍ରହ୍ମପୁର, କେନ୍ଦ୍ରାପଡ଼ା ଓ ରାଉରକେଲାରେ ରହିଥିବା ଜଣାପଡିଛି। ଖୁବଶୀଘ୍ର ସେମାନଙ୍କୁ ଉଦ୍ଧାର କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପଟେ ବେଗମ କହିଛନ୍ତି, ଦିନିକିଆ ଗସ୍ତ ସମୟରେ ହସ୍ତଗତ ହୋଇଥିବା ତଥ୍ୟକୁ ଜିଲାପାଳ ଏବଂ ରାଜ୍ୟ ଶିଶୁ ମଙ୍ଗଳ ବିଭାଗ ପ୍ରମୁଖ ସଚିବଙ୍କୁ ପ୍ରଦାନ କରାଯିବ। ବାଳାଶ୍ରମରେ ଥିବା ସୁରକ୍ଷା ପାଚେରି ସମ୍ବନ୍ଧରେ ବି ଅନୁଧ୍ୟାନ କରିବା ସହ ଏହାକୁ ନିର୍ମାଣ କରିବା ପାଇଁ ଜିଲା ପ୍ରଶାସନ ନିକଟରେ ବିଜ୍ଞପ୍ତି ପ୍ରକାଶ କରିବେ ବୋଲି କହିଛନ୍ତି। ଅନ୍ୟପଟେ ବାଳାଶ୍ରମ ପାଚେରି ନିର୍ମାଣକୁ ନେଇ ସୁପରିଣ୍ଟେଣ୍ଡେଣ୍ଟ ପାଢ଼ୀ କହିଛନ୍ତିି, ପାଚେରି ନିର୍ମାଣ ପାଇଁ ପୂର୍ବରୁ ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ବାଳାଶ୍ରମ ଅଧିକୃତ ଜମିରେ ପାଚେରି ନିର୍ମାଣ ପାଇଁ ଅନୁମତି ଦେଇଥିଲେ, କିନ୍ତୁ ଜମି ଅଧିକୃତ ଥିବା ଜାଗାର ଲିଖିତ ତଥ୍ୟ ପ୍ରଦାନ କରାଯାଉ ନ ଥିବାରୁ ତାହା ନିର୍ମାଣ କ୍ଷେତ୍ରରେ ବାଧା ଉପୁଜୁଥିବା ସେ କହିଛନ୍ତି। ଏଥିସହ ସୁପରିଣ୍ଟେଣ୍ଡେଣ୍ଟ ସସ୍ମିତା ପାଢ଼ୀ ବାଳାଶ୍ରମରେ ଥିବା ବିଭିନ୍ନ ସମସ୍ୟା କହିବା ସହ ସମାଧାନ କ୍ଷେତ୍ରରେ ଜିଲା ପ୍ରଶାସନକୁ ଦାୟୀ କରିଛନ୍ତି। ଅନ୍ତେବାସୀମାନେ ସେମାନଙ୍କ କଥା ଶୁଣୁ ନାହାନ୍ତି। ବିଭିନ୍ନ ସମୟରେ ସେମାନଙ୍କୁ କାଉନସେଲିଂ ମଧ୍ୟ କରାଯାଉଛି। କିନ୍ତୁ କୌଣସି ସୁଫଳ ମିଳୁ ନ ଥିବା ସେ କହିଛନ୍ତି। ଏଥିସହ ବାଳାଶ୍ରମରେ ଥିବା ବିଭିନ୍ନ ସମସ୍ୟା ସମାଧାନ କ୍ଷେତ୍ରରେ ଜିଲା ପ୍ରଶାସନ ଆନ୍ତରିକତା ଦେଖାଇବା ପାଇଁ ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…

ଆମପାଣି ଘାଟିରେ ଭୟଙ୍କର ସଡକ ଦୁର୍ଘଟଣା; ଜଳିଗଲା ଟ୍ରଲର୍, କୁକୁଡା ସବୁ

କୋକସରା,୩୧।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି – ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ୨୬ ନମ୍ବର ଜାତୀୟ ରାଜପଥର…

ଦାଦନ ଖଟିବାକୁ ଯାଇଥିବା ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ମୃତଦେହ ଆଣିବା ପାଇଁ ପ୍ରଶାସନକୁ ଗୁହାରି

ଗୁଣୁପୁର,୩୧।୫( ସୁଜାତା ପାଢ଼ୀ): ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିବା ଗୁଣପୁର ବ୍ଳକ୍ ଶଗଡା ଗ୍ରାମର ଜୈନକ ଯୁବତୀ ବିଲମା ଗମାଙ୍ଗ (୨୬)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି…

ସିଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା, ସୁନ୍ଦରଗଡ଼ ଯାତ୍ରା କଲେ କେନ୍ଦୁଝର ଦଳ

କେନ୍ଦୁଝର,୩୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ସୁନ୍ଦରଗଡ଼ ଜିଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ସିଏମ ଟ୍ରଫି…

କ୍ଷୀର ବିକ୍ରି କରି ଫେରୁଥିବା ବେଳେ ଧକ୍କା ଦେଇଥିଲା ବୁଲେଟ୍, ଚାଲିଗଲା ବୃଦ୍ଧଙ୍କ ଜୀବନ

ଦିଗପହଣ୍ଡି,୩୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ମା ‘ ତାରିଣୀ ମନ୍ଦିର ନିକଟ ରାସ୍ତାରେ ଗତ ଶୁକ୍ରବାର ସକାଳେ ବୁଲେଟ-ବାଇକ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri