ବାଲୁଖଣ୍ଡ ଅଭୟାରଣ୍ୟକୁ ମନ୍ତ୍ରୀଙ୍କ ଅଚାନକ ଗସ୍ତ: ନଭେମ୍ବର ସୁଦ୍ଧା ପ୍ରକୃତି ନିବାସକୁ କାର୍ଯ୍ୟକ୍ଷମ କର

ଭୁବନେଶ୍ୱର, ୧ା୯(ବ୍ୟୁରୋ): ବାଲୁଖଣ୍ଡ ଅଭୟାରଣ୍ୟ ମଧ୍ୟରେ ନୂଆନଈଠାରେ ଅବସ୍ଥିତ ପ୍ରକୃତି ନିବାସ ବାତ୍ୟା ‘ଫନୀ’ ରେ କ୍ଷତିଗ୍ରସ୍ତ ହୋଇଥିବାରୁ ତୁରନ୍ତ ଏହାର ମରାମତି, ପୁନରୁଦ୍ଧାର ଓ ନବୀକରଣ କରାଯିବ। ନଭେମ୍ବର ସୁଦ୍ଧା ଏହାର କାର୍ଯ୍ୟ ସାରିବା ସହ ପର୍ଯ୍ୟଟକଙ୍କ ନିମନ୍ତେ କାର୍ଯ୍ୟକ୍ଷମ କରିବାକୁ ଜଙ୍ଗଲ ଓ ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ପୂର୍ବାହ୍ନରେ ମନ୍ତ୍ରୀ ଆରୁଖ ପୁରୀ-କୋଣାର୍କ ବେଳାଭୂମିରେ ଅବସ୍ଥିତ ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଅଚାନକ ଗସ୍ତ ସମୟରେ ନୂଆନଈଠାରେ ସମୀକ୍ଷା ବୈଠକ କରି ବନବିଭାଗର ଅଧିକାରୀମାନଙ୍କୁ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ମନ୍ତ୍ରୀ ଆରୁଖ ଅଭୟାରଣ୍ୟ ଭିତରେ ବୁଲିବା ସହ ହରିଣମାନଙ୍କ ରହିବା ସ୍ଥାନ ଦେଖିଥିଲେ। ହରିଣମାନଙ୍କ ବର୍ତ୍ତମାନ ଅବସ୍ଥା ବିଷୟରେ ପଚାରି ବୁଝିବା ସହ ସେମାନଙ୍କ ସୁରକ୍ଷା ଏବଂ ଆବଶ୍ୟକ ଯତ୍ନ ନେବା ପାଇଁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ହରିଣମାନଙ୍କ ପାଇଁ ବର୍ତ୍ତମାନ ଥିବା ୧୨ଟି ଚାରଣ ଭୂମି ଯଥେଷ୍ଟ ହେଉ ନାହିଁ। ଅଧିକ ଚାରଣ ଭୂମି ସୃଷ୍ଟି କରିବା ସହ ତାରବାଡ଼ ଘେରାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଫେବୃୟାରୀ ସୁଦ୍ଧା ଗଣନା ଅନୁଯାୟୀ ଅଭୟାରଣ୍ୟରେ ୪୦୦୦ ହରିଣ ଥିଲେ। କିନ୍ତୁ ଫନୀ ଯୋଗୁ ବାଲୁଖଣ୍ଡରେ ବହୁ ଉପୁଡା ଗଛ ପଡି ରହିଥିବାରୁ ତୁରନ୍ତ ଏହାକୁ ସଫା କରି ପୁଣି ହରିଣ ଗଣନା କରିବା ନିମନ୍ତେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବେଳାଭୂମି ଅଞ୍ଚଳରେ ହରିଣମାନେ ରାସ୍ତା ଅତିକ୍ରମ କରିବାବେଳେ ଯାନବାହନ ଦ୍ୱାରା ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁମୁଖରେ ପଡୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦୀର୍ଘସ୍ଥାୟୀ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ହରିଣଙ୍କ ସୁରକ୍ଷା ପାଇଁ ଶିକାର ନିରୋଧ ସ୍କ୍ବାଡ ଗଠନ କରିବାକୁ କହିଥିଲେ। ହରିଣମାନଙ୍କ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଚିକିତ୍ସା ଗୃହକୁ ନିୟମିତ ଭାବେ ପ୍ରାଣୀ ଚିକିତ୍ସକ ଆସୁ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ। ତେବେ ହରିଣମାନଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ଉପଲବ୍ଧ ହେଉଥିବାରୁ ଖୁସି ପ୍ରକଟ କରିଥିଲେ। ବାଙ୍ଗର ବିଟ୍‌ ହାଉସ୍‌ରେ ଅବସ୍ଥିତ ନର୍ସରିକୁ ମଧ୍ୟ ସେ ପରିଦର୍ଶନ କରିଥିଲେ। ମନ୍ତ୍ରୀଙ୍କ ଗସ୍ତ ସମୟରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ବନଖଣ୍ଡ ଅଧିକାରୀ (ବନ୍ୟପ୍ରାଣୀ) ହର୍ଷବର୍ଦ୍ଧନ ଉଦ୍‌ଗାତା, ବନବିଭାଗ ଓ ଅଭୟାରଣ୍ୟର କର୍ମଚାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

ଆଜିଠୁ ଖରାଛୁଟି

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ରାଜ୍ୟରେ ଗୁରୁବାରଠାରୁ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହେବ। ପାଠପଢ଼ା ବନ୍ଦ ରହିବ। କିନ୍ତୁ ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri