ବଳକା ରଥକାଠ ପାଇଁ ଜାଗା ନାହିଁ: ଖରା ବର୍ଷାରେ ନଷ୍ଟ ହେଉଛି ରଥଚକ

ପୁରୀ ଅଫିସ, ୧୫ା୬: ପ୍ରତିବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ଲାଗି ତିିନୋଟି ରଥ ନିର୍ମାଣ କରାଯାଉଛି। ଏଥିପାଇଁ ଆବଶ୍ୟକ କାଠ ନୟାଗଡ଼ ଏବଂ ଖୋର୍ଦ୍ଧା ବନମଣ୍ଡଳରୁ ଅଣାଯାଇଥାଏ। ଗତ ଦୁଇବର୍ଷ ହେଲା ବୌଦ୍ଧ ବନମଣ୍ଡଳରୁ କାଠ ଆସୁଛି। ତେବେ ରଥ ନିର୍ମାଣ ପରେ ପ୍ରତିବର୍ଷ କିଛି ନା କିଛି କାଠ ବଳକା ରହିଯାଏ। ଏହି କାଠ ଆଗାମୀ ବର୍ଷ ପାଇଁ ସାଇତି ରଖାଯାଏ। ହେଲେ ଏହି ବଳକା କାଠ ରଖିବାକୁ ଏବେ ଆଉ ଜାଗା ନାହିଁ। ଏଠିସେଠି ରଖାଯାଉଥିବାରୁ କାଠ ମଧ୍ୟ ନଷ୍ଟ ହେଉଛି। ସେହିପରି ରଥଯାତ୍ରା ଶେଷ ପରେ ରଥ ଚକ ସୁରକ୍ଷିତ ଭାବେ ରଖିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦିଷ୍ଟ ଜାଗା ସ୍ଥିର କରିପାରିନି। ଗୁଣ୍ଡିଚା ମନ୍ଦିର ପରିସରରେ ଚକ ରହୁଥିବାବେଳେ ତାହା ଖରା, ବର୍ଷାରେ ମଧ୍ୟ ଖରାପ ହେଉଛି। ତେଣୁ ବଳକା ରଥ କାଠ ଏବଂ ଚକକୁ ସାଇତି ରଖିବା ଲାଗି ଶେଡ୍‌ ତିଆରି କରାଯିବା ଦରକାର ବୋଲି କୁହାଯାଉଛି।
ରଥ ସଂହିତା ଅନୁଯାୟୀ, ତିନିରଥ ନିର୍ମାଣ ଲାଗି ୮୬୫ ଖଣ୍ଡ କାଠ ଆବଶ୍ୟକ ହୋଇଥାଏ। ପୂର୍ବବର୍ଷର କାଠ ଯଦି ବଳକା ଥାଏ ତେବେ ତାକୁ ବାଦ୍‌ ଦେଇ ଆଉ ଆବଶ୍ୟକ କାଠ ଅଣାଯାଇଥାଏ। ଦେଖିବାକୁ ଗଲେ ପ୍ରତିବର୍ଷ କିଛି କାଠ ବଳକା ରହିଥାଏ। ଗତବର୍ଷ ୧୯୫ ଖଣ୍ଡ କାଠ ବଳକା ରହିଥିଲା। ତେଣୁ ଏଥର ଶ୍ରୀମନ୍ଦିର ପ୍ରଶାସନ ରଥ ନିର୍ମାଣ ଲାଗି ୬୭୦ ଖଣ୍ଡ କାଠ ନୟାଗଡ଼, ଖୋର୍ଦ୍ଧା ଏବଂ ବୌଦ୍ଧ ବନଖଣ୍ଡରୁ ଆଣିଛି। କିନ୍ତୁ ପ୍ରତିବର୍ଷ ବଳକା ରହୁଥିବା କାଠକୁ ରଖିବା ଲାଗି ଏବେ ସମସ୍ୟା ହେଲାଣି। ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ବଳକା କାଠ ହାତୀବାରିରେ ରଖୁଥିଲା। ହେଲେ ଏହି ଜାଗାରେ ପ୍ରାୟ ୨ ବର୍ଷ ହେବ ନୀଳାଦ୍ରି ଭକ୍ତନିବାସ ତିଆରି କରାଯିବା ପରେ କାଠ ରଖିବାକୁ ଆଉ ଜାଗା ମିଳିଲାନି। ଏହାପରେ ପୁରୁଣା ଜେଲ୍‌ରୋଡ ନିକଟରେ ଥିବା ଶ୍ରୀମନ୍ଦିର ଜାଗାରେ କାଠ ରଖାଯାଉଥିଲା। ଏବେ ଏହାର ପରିସର ବି ସଙ୍କୁଚିତ ହୋଇଯାଇଛି। ଏଠି ବି ତିଆରି ଚାଲିଛି ଭକ୍ତନିବାସ। ତେଣୁ ବଳକା ରଥକାଠ ରଖିବା ପାଇଁ ଏବେ ସମସ୍ୟା ହେଲାଣି।
କେବଳ ବଳକା ରଥ କାଠ ନୁହେଁ, ରଥଚକ, ପ୍ରଭା, ଗୁଜ ଏବଂ ଅସୁଆରୀକୁ ସୁରକ୍ଷିତ ଭାବେ ରଖିବା ପାଇଁ ଜାଗା ନାହିଁ। ପ୍ରତିବର୍ଷ ରଥଯାତ୍ରା ପରେ ତିନିରଥକୁ ଭଙ୍ଗାଯାଇଥାଏ। ରଥଗୁଡ଼ିକର ଚକ, ପ୍ରଭା, ଗୁଜ ଓ ଅସୁଆରୀକୁ ବିକ୍ରି କରିବା ଉଦ୍ଦେଶ୍ୟରେ ଗୁଣ୍ଡିଚା ମନ୍ଦିର ପରିସରରେ ରଖାଯାଉଛି। ହେଲେ ଚକ ଦାମ୍‌ ଅଧିକ ରହୁଥିବାରୁ ବିକ୍ରି ଏତେଟା ଉତ୍ସାହଜନକ ହୋଇପାରୁନାହିଁ। ୨୦୧୫ ପର୍ଯ୍ୟନ୍ତ ରଥ ଚକ ଗୋଟାକୁ ଶ୍ରୀମନ୍ଦିର ପ୍ରଶାସନ ୫୦ ହଜାର ଟଙ୍କା ରଖିଥିଲା। ହେଲେ ବିକ୍ରି ନ ହେବାରୁ ଏହାର ଦାମ୍‌ ହ୍ରାସ କରାଯାଇଛି। ବର୍ତ୍ତମାନ ଚକ ଗୋଟିକର ଦାମ୍‌ ୨୫ ହଜାର ରହିଛି। ଏହାସତ୍ତ୍ବେ ବିକ୍ରି ହେଉନାହିଁ। ପ୍ରତିବର୍ଷ ୪୨ଟି ଚକ ବାହାରୁଛି। ହେଲେ ସେମିତି ବିକ୍ରି ହେଉ ନ ଥିବାରୁ ଗୁଣ୍ଡିଚା ମନ୍ଦିର ପରିସରରେ ଏହା ଗଚ୍ଛିତ ହୋଇ ରହୁଛି। ପ୍ରତିବର୍ଷ ୪୨ଟି ଲେଖାଏ ଚକ ରଖାଯାଉଥିବାରୁ ଆଉ ସେମିତି ଜାଗା ବି ନାହିଁ। ବର୍ତ୍ତମାନ ଶତାଧିକ ଚକ ଗୁଣ୍ଡିଚା ମନ୍ଦିର ପରିସରରେ ଖରା, ବର୍ଷା ଖାଇ ନଷ୍ଟ ହେଉଛି। ପୁରୀ ସହରର ବିଭିନ୍ନ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ରହିଛି। ଅନେକ ଜମି ମଧ୍ୟ ଜବରଦଖଲ କରାଯାଇଛି। ମହାପ୍ରଭୁଙ୍କ ଏହି ଜମିରେ ଶେଡ୍‌ ତିଆରି କରାଗଲେ ବଳକା କାଠ, ରଥଚକ, ଗୁଜ, ପ୍ରଭା, ଅସୁଆରୀ ଆଦିକୁ ସାଇତି ରଖାଯାଇପାରନ୍ତା। କିନ୍ତୁ ମନ୍ଦିର ପ୍ରଶାସନ ଏ ଦିଗରେ ଧ୍ୟାନ ଦେଉନାହିଁ। ଫଳରେ ରଥଚକ ଖରା, ବର୍ଷା ଖାଇ ଗୁଣ୍ଡିଚା ମନ୍ଦିର ପରିସରରେ ଏଠିସେଠି ରଖାଯାଇଥିବା ବେଳେ ଜେଲ୍‌ରୋଡ ପରିସରରେ ବଳକା ରଥକାଠ ରଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?