ବର୍ଷା ନାହିଁ, ଚାଷ ଜମି ଫାଟି ଆଁ

ବଅଁରପାଳ, ୧୨।୭(ଡି.ଏନ.ଏ.)-ଅନୁଗୋଳ କୃଷି ଜିଲା ଅନ୍ତର୍ଗତ ବଅଁରପାଳ ବ୍ଲକରେ ଚଳିତ ବର୍ଷ ବର୍ଷା ଅଭାବ ବେଉଷଣ କାର୍ଯ୍ୟରେ ବାଧା ସାଜିଛି। ବିଲରେ ପାଣି ନ ଥିବାରୁ ବିହୁଡା କାର୍ଯ୍ୟ ହୋଇପାରୁ ନ ଥିବା ଦେଖାଦେଇଛି। ଏପରିକି ଅନେକ ଚାଷ ଜମିରେ ମାଟି ଫାଟି ଆଁ କରିଥିବାରୁ ଚାଷୀ ଚିନ୍ତାରେ ପଡିଛନ୍ତି।
ବଅଁରପାଳ କୃଷି ବିଭାଗ ସୂଚନା ଅନୁଯାୟୀ, ଚଳିତ ଖରିଫ ଋତୁରେ ମୋଟ ୧୦ ହଜାର ୯୪୫ ହେକ୍ଟର ଚାଷ ଜମିରେ ଧାନ ଚାଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ବର୍ତ୍ତମାନ ସୁଦ୍ଧା ୪ ହଜାର ୨୩୦ ହେକ୍ଟର ଜମିରେ ବୁଣା କାର୍ଯ୍ୟ ଶେଷ ହୋଇଛି। ସେହିପରି ୫ ହଜାର ୮ ଶହ ହେକ୍ଟର ଜମିରେ ଧାନ ରୁଆ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ମାତ୍ର ବର୍ଷା ଅଭାବରୁ ଏ ପର୍ଯ୍ୟନ୍ତ ରୁଆ କାର୍ଯ୍ୟ ଆରମ୍ଭ ହୋଇନାହିଁ। ୨୮୨ ହେକ୍ଟର ଜମିରେ ବର୍ତ୍ତମାନ ସୁଦ୍ଧା ତଳି କାର୍ଯ୍ୟ ସମାପ୍ତି ହୋଇଛି। ବାହୁଡ଼ା ଯାତ୍ରା ମଧ୍ୟରେ କିମ୍ବା ପରେ ବିହୁଡ଼ା କାର୍ଯ୍ୟ ଆରମ୍ଭ ହୋଇଥାଏ। ମାତ୍ର ପାଣିର ଅଭାବ ଯୋଗୁ ଏହି କାମ ଆଗେଇ ପାରିନି। ବ୍ଲକର ବହୁ ଚାଷୀ ବର୍ଷା ଜଳ ଉପରେ ନିର୍ଭର କରୁଥିବାବେଳେ ଚଳିତ ବର୍ଷ ବର୍ଷାରେ ଅନିୟମିତତା ଦେଖା ଦେଇଛି। ଗତ ମେରେ ୫୫ ମିଲିମିଟର ବର୍ଷା ହୋଇଛି। ସେହିପରି ଗତ ଜୁନ୍‌ରେ ଆବଶ୍ୟକ ୨୨୫ ବଦଳରେ ୧୫୬ ମିଲିମିଟର ବର୍ଷା ହୋଇଛି। ଜୁଲାଇରେ ୩୪୭ ମିଲିମିଟର ବର୍ଷା ହେବା କଥା। ହେଲେ ଜୁଲାଇ ୧୦ ତାରିଖ ସୁଦ୍ଧା ୯୫.୯ ମିଲିମିଟର ବର୍ଷା ହୋଇଛି। ଅନ୍ୟପକ୍ଷରେ ଡେରଜାଙ୍ଗ ପ୍ରକଳ୍ପରୁ ୪ ହଜାର ୪୨୦ ହେକ୍ଟର ଜମିକୁ ଜଳସେଚିତ କରିବା ପାଇଁ ବ୍ୟବସ୍ଥା ରହିଛି। ହେଲେ ଏବେ ସୁଦ୍ଧା ପ୍ରକଳ୍ପରୁ ଜମିକୁ ପାଣି ମାଡ଼ିପାରିନାହିଁ। ଆଗକୁ ଆବଶ୍ୟକ ବର୍ଷା ନ ହେଲେ ଅଞ୍ଚଳରେ ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେବା ନେଇ ବୋଲି ଚାଷୀ ମହଲରେ ଆଶଙ୍କା ଦେଖାଦେଇଛି।
ଏ ସମ୍ପର୍କରେ ବଅଁରପାଳ କୃଷି ଅଧିକାରୀ ସୁମନ୍ତ ନାୟକଙ୍କୁ ଯୋଗାଯୋଗ କରିବାରେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଆବଶ୍ୟକ ମୁତାବକ ବର୍ଷା ହୋଇନାହିଁ। ବହୁ ଜମିରେ ଯେତିକି ପାଣି ରହିବା କଥା ସେତିକି ରହିପାରିନି। ଆସନ୍ତା ୨୦ ତାରିଖ ସୁଦ୍ଧା ବର୍ଷା ହେବ ବୋଲି ଆଶା କରାଯାଉଛି। ବର୍ଷା ନ ହେଲେ ନିଶ୍ଚିତ ଭାବେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?