ଫେସ୍‌ବୁକ୍‌ରେ ଆସନ୍ତା ୫୦ ବର୍ଷ; ଜୀବିତଙ୍କଠୁ ଅଧିକ ହେବ ମୃତକଙ୍କ ପ୍ରୋଫାଇଲ

ନୂଆଦିଲ୍ଲୀ,୨୯-୪: ଫେସ୍‌ବୁକରେ ମୃତ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବ୍ରିଟେନସ୍ଥିତ ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଆସନ୍ତା ୫୦ ବର୍ଷ ଅର୍ଥାତ୍‌ ୨୦୭୦ ସୁଦ୍ଧା  ଫେସ୍‌ବୁକ୍‌ରେ ଜୀବିତ ଲୋକଙ୍କଠାରୁ ଅଧିକ ମୃତ ଲୋକଙ୍କ ଫ୍ରୋଫାଇଲ ଦେଖିବାକୁ ମିଳିବ। ୟୁନିଭର୍ସିଟି ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ଅଭିବୃଦ୍ଧିକୁ ହିସାବକୁ ନେଲେ ୫୦ ବର୍ଷ ଭିତରେ ଅତି କମ୍‌ରେ ୧.୪ ବିଲିୟନ ୟୁଜରଙ୍କର ମୃତ୍ୟୁ ହୋଇସାରିଥିବ। ଅଧ୍ୟୟନର ସହ ଲେଖକ ଡେଭିଡ ଓ୍ବାଟ୍‌ସନ କହିଛନ୍ତି ଯେ, ଭବିଷ୍ୟତରେ ଫେସ୍‌ବୁକ ଐତିହାସିକଙ୍କୁ ଏଭଳି ଲୋକଙ୍କ ପ୍ରୋଫାଇଲ ଦେଖିବାକୁ ଅନୁମତି ଦେବା ଉଚିତ୍‌। ଏହାଦ୍ୱାରା ଇତିହାସ ସମ୍ପର୍କରେ ଠିକ୍‌ ଠିକ୍‌ ନିର୍ଦ୍ଧାରଣ କରାଯାଇପାରିବ। ଏଭଳି ପ୍ରୋଫାଇଲର ପୋଷ୍ଟ ଐତିହାସିକଙ୍କୁ ଅନେକ ସହାୟତା କରିବ। ସେ କହିଛ୍‌ତି ଯେ, ମାନବ ବ୍ୟବହାର ଲାଗି ଏହାଠାରୁ ଆଉ ଭଲ ଆର୍କାଇଭ ମିଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

ଅର୍ଗାନେଲ୍‌ ଫାର୍ମର ନୂଆ ରିଟେଲ୍‌ ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର, ୧୮ା୭: ଓଡ଼ିଶାର ଅର୍ଗାନିକ୍‌ ବ୍ରାଣ୍ଡ୍‌ ଅର୍ଗାନେଲ୍‌ ଫାର୍ମସ୍‌ ପକ୍ଷରୁ ପଟିଆ କଳାରାହାଙ୍ଗ ଜେଡ୍‌ – ୧ ଆପାର୍ଟମେଣ୍ଟ ନିକଟରେ ଗୁରୁବାର ଆଉ ଏକ ରିଟେଲ୍‌ ଷ୍ଟୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri