ପୋଖରୀରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗଞ୍ଜାମ,୧୮ା୩(ଡି.ଏନ.ଏ.) – ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ପୋଲିସ କଳାଯମୁନା ଗ୍ରାମ ନିକଟସ୍ଥ କୁକୁଡ଼ାଫାର୍ମ ସମ୍ମୁଖ ଏକ ପୋଖରୀରୁ ମଙ୍ଗଳବାର ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି। ସେ ହେଲେ କଳାଯମୁନାସ୍ଥିତ ସାଇ ସରସ୍ବତୀ ବିଦ୍ୟା ମନ୍ଦିରର ନବମ ଶ୍ରେଣୀ ଛାତ୍ର ଶକ୍ତିପ୍ରସାଦ ତ୍ରିପାଠୀ (୧୪)। ବିଦ୍ୟାଳୟ ହଷ୍ଟେଲରେ ରହି ସେ ପାଠ ପଢୁଥିଲେ। ମୃତ ଛାତ୍ରଙ୍କ ଅଜା ସନ୍ତୋଷପୁରର ନିରଞ୍ଜନ ତ୍ରିପାଠୀ ଓ ମାମୁ ହରେକୃଷ୍ଣ ଶକ୍ତିପ୍ରସାଦଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ, ସ୍କୁଲଠାରୁ କିଛି ଦୂର ଏକ ପୋଖରୀରେ ଅପରାହ୍ନ ପ୍ରାୟ ୧ଟାରେ ମୃତଦେହ ପଡ଼ିଥିବା ସ୍ଥାନୀୟ ଅଞ୍ଚଳର ଛେଳି ଚରାଳିମାନେ ଦେଖି ରମ୍ଭା ଥାନାକୁ ଖବର ଦେଇଥିଲେ। ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀ ପହଞ୍ଚତ୍ ଅଗ୍ନିଶମ ବାହିନୀ ସହାୟତାରେ ପୋଖରୀରୁ ମୃତହେଦ ବାହାର କରିଥିଲେ। ପରେ ସେ ନିକଟସ୍ଥ ସାଇ ସରସ୍ବତୀ ବିଦ୍ୟାମନ୍ଦିର ଛାତ୍ର ଶକ୍ତିପ୍ରସାଦ ବୋଲି ଜଣାପଡ଼ିଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ଏହାଏକ ହତ୍ୟାକାଣ୍ଡ ବୋଲି ପୋଲିସ ଅନୁମାନ କରୁଛି। ମୃତ ଛାତ୍ର ହଷ୍ଟେଲରେ ରହି ପାଠ ପଢୁଥିଲେ। ଶନିବାର ଗଣିତ ପରୀକ୍ଷା ଦେଇଥିବାବେଳେ ମଙ୍ଗଳବାର ପରବର୍ତ୍ତୀ ପରୀକ୍ଷା ଥିଲା। ମାତ୍ର ସୋମବାର କରୋନା ପାଇଁ ପ୍ରଶାସନ ପକ୍ଷରୁ ପରୀକ୍ଷା ବାତିଲ କରିଦିଆଯାଇଥିଲା। ବିଦ୍ୟାଳୟ କର୍ତ୍ତୃପକ୍ଷ ହଷ୍ଟେଲରେ ଥିବା ଛାତ୍ରମାନଙ୍କୁ ଘରକୁ ପଠାଇ ଦେଇଥିଲେ ବୋଲି ସ୍କୁଲ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ଗୌଡ଼ କହିଛନ୍ତି। ମାତ୍ର ଶକ୍ତିପ୍ରସାଦ ଘରକୁ ଯାଇ ନ ଥିବା ଅଜା କହିଛନ୍ତି। ସୋମବାର ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ନଂ.୪/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ପୋଲିସ ତନ୍ତ ଚଳାଇଛି।
ସୂଚନାଯୋଗ୍ୟ, ଶକ୍ତିପ୍ରସାଦଙ୍କ ବାପାଙ୍କ ଦେହାନ୍ତ ପରେ ମା’ ଅନ୍ୟତ୍ର ବିବାହ କରିଥିଲେ। ୭/୮ ବର୍ଷ ହେବ ସେ ଭୁବନେଶ୍ୱରରେ ରହୁଛନ୍ତି। ଶକ୍ତିପ୍ରସାଦ ଅଜାଘର ରହି ପାଠ ପଢୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri