ପୁରୀ ଜିଲା ଚିଠି: ବାଡ଼ ଖାଉଛି ଫସଲ

ମହାପ୍ରଭୁଙ୍କ ବିଭିନ୍ନ ଯାନିଯାତ୍ରା ମଧ୍ୟରୁ ପ୍ରସିଦ୍ଧ ହେଉଛି ରଥଯାତ୍ରା। ପବିତ୍ର ଆଷାଢ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଏହା ଅନୁଷ୍ଠିତ ହୋଇଥାଏ। ଏହା କେବଳ ପୁରୀ କି ଓଡ଼ିଶାରେ ସୀମିତ ନୁହେଁ, ଭାରତର ବିଭିନ୍ନ ରାଜ୍ୟ ଏପରି କି ବିଦେଶର ଅନେକ ସ୍ଥାନରେ ମଧ୍ୟ ରଥଯାତ୍ରା ଆୟୋଜନ ହେଉଛି। ଏହା ନିଶ୍ଚିତ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। କିନ୍ତୁ କିଛିବର୍ଷ ହେଲା ଅଦିନରେ ବିଭିନ୍ନ ଜାଗାରେ ଆୟୋଜନ ହେଉଛି ରଥଯାତ୍ରା, ଯାହାକି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ପ୍ରତି ଘୋର ଅପମାନ ଏବଂ ଶାସ୍ତ୍ର ବିରୋଧୀ। ଏହାକୁ ନେଇ ହୋହଲ୍ଲା, ବିକ୍ଷୋଭ, କୁଶପୁତ୍ତଳିକା ଦାହ ଏପରି କି ଥାନା ଯାଏ ବି କଥା ଯାଉଛି। ପ୍ରତିବାଦ ପରେ କେଉଁଠି ଆୟୋଜକ ତାଙ୍କ ନିଷ୍ପତ୍ତିରୁ ଓହରି ଯାଉଛନ୍ତି ତ ପୁଣି କେହି କେହି ଅବମାନନା କରୁଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏଥିରେ ରୋକ୍‌ ଲଗାଇବା ପାଇଁ ଅନେକ ସମୟରେ ଚେଷ୍ଟା କରୁଛି। କିନ୍ତୁ ଏ ପର୍ଯ୍ୟନ୍ତ ଏଥିରେ ଶତ ପ୍ରତିଶତ ସଫଳତା ମିଳିନାହିଁ। ଗତବର୍ଷ ସେପ୍ଟେମ୍ବର ୬ତାରିଖ ପରିଚାଳନା କମିଟି ବୈଠକରେ ଏ ସଂକ୍ରାନ୍ତରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ପୁରୀରେ ଯେଉଁଭଳି ବିଧି ଓ ପରମ୍ପରା ଅନୁସାରେ ରଥଯାତ୍ରା କରାଯାଉଛି ଅଧିକାଂଶ ସ୍ଥାନରେ ବିଧି ମୁତାବକ ହେଉନାହିଁ। ତେଣୁ ରାଜ୍ୟ ସରକାରଙ୍କ ସହଯୋଗରେ ରଥଯାତ୍ରାର ବିଧି ବିଶ୍ୱବାସୀଙ୍କୁ ଅବଗତ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଏହାସତ୍ତ୍ବେ କେତେକ ଅନୁଷ୍ଠାନ ଏହାକୁ ବେଖାତିର କରିଆସୁଛନ୍ତି। ଗତ ମାସ ୩୦ ତାରିଖ ବସନ୍ତ ପଞ୍ଚମୀରେ ମୁମ୍ବାଇରେ ଇସ୍କନ ପକ୍ଷରୁ ରଥଯାତ୍ରା କରାଯିବାକୁ ନେଇ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଭିନ୍ନ ସଙ୍ଗଠନ ପକ୍ଷରୁ ବିକ୍ଷୋଭ, କୁଶପୁତ୍ତଳିକା ଦାହ ସହ ଇସ୍କନ ଅଧିକାରୀଙ୍କ ନଁାରେ ଥାନାରେ ଏତଲା ଦିଆଯାଇଛି। ହେଲେ ମୁମ୍ବାଇରେ ଅଦିନିଆ ରଥଯାତ୍ରା ଆୟୋଜନ କରାଯିବାରେ ପୁରୀର ଜଣେ ଯୁବ ଦଇତାପତିଙ୍କ ହାତ ଥିବା ଚର୍ଚ୍ଚା ହେଉଛି। ସମ୍ପୃକ୍ତ ଦଇତାପତି ବ୍ୟକ୍ତିଗତ ସ୍ବାର୍ଥ ପାଇଁ ମହାପ୍ରଭୁଙ୍କ ବିଧି ପରମ୍ପରାକୁ ଆଡ଼େଇ ଆୟୋଜକଙ୍କ ସହ ହାତ ମିଶାଇ ରଥଯାତ୍ରା କରିଛନ୍ତି। ସେହିପରି ଭୁବନେଶ୍ୱରରେ ମହାପ୍ରଭୁଙ୍କ ରଘୁନାଥ ବେଶକୁ ନେଇ ବି ବିବାଦ ଉପୁଜିଥିଲା। ରତ୍ନସିଂହାସନ ବାହାରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ କରାଯାଇଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ପୁରାଣ ଅନୁସାରେ, ସ୍ବତନ୍ତ୍ର ତିଥିରେ ଶ୍ରୀମନ୍ଦିର ରତ୍ନସିଂହାସନରେ ଏହି ବେଶ କରାଯିବାର ବିଧି ଥିବାବେଳେ ଏହା ବାହାରେ ହେବା ପଛରେ ବି ଶ୍ରୀମନ୍ଦିରର କେତେଜଣ ସେବାୟତଙ୍କ ହାତ ରହିଥିଲା। ସେହିପରି କୋଲକାତାରେ ଜଣେ ବ୍ୟକ୍ତିଙ୍କ ଘରକୁ ଯାଇ ଚତୁର୍ଦ୍ଧାବିଗ୍ରହଙ୍କୁ ସ୍ଥାପନ କରିଥିଲେ ଶ୍ରୀମନ୍ଦିରର କେତେଜଣ ସେବାୟତ। ଏଠି ବାଡ଼ ଫସଲ ଖାଉଛି। ତେଣୁ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ କିପରି ସୁରକ୍ଷିତ ରଖାଯିବ ସେନେଇ ଗବେଷକ ଓ ବୁଦ୍ଧିଜୀବୀ ପ୍ରଶ୍ନ କରୁଛନ୍ତି। -ହେମନ୍ତ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ତୀର୍ଥଯାତ୍ରାରୁ ଫେରିବା ବାଟରେ ହୃଦ୍‌ଘାତ, ଚାଲିଗଲା ବିଭୂତିଙ୍କ ଜୀବନ

କୋକସରା,୧୧।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ କେନ୍ଦୁଗୁଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଗ୍ରାମର ବିଭୂତି ଭୂଷଣ ପଣ୍ଡା(୬୦) ବଦ୍ରୀନାଥ ତୀର୍ଥଯାତ୍ରା…

ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ, ଉତ୍ସବ ମୁଖର ଗାଁଠୁ ସହର

ଛତ୍ରପୁର,୧୧।୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ଅଗସ୍ତି ନୂଆଗାଁ ଗ୍ରାମର କଲ୍ୟାଣୀ ଯୁବକ ସଂଘ ପକ୍ଷରୁ ରବିବାର ମା’ ଦୁର୍ଗାଙ୍କ ନବରାତ୍ର ପୂଜା…

କିଶନନଗର ତହସିଲରେ ନୂଆ ନିଯୁକ୍ତିକୁ ନେଇ ବିବାଦ, କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

କଟକ ସଦର,୧୧।୧୦(ସୁଶାନ୍ତ କୁମାର ଜେନା): କଟକ ଜିଲା କିଶନ ନଗର ତହସିଲ କାର୍ଯ୍ୟାଳୟ ରେ ଜଣେ ଅଧିକାରିଣୀ ତହସିଲଦାର ଭାବେ ଯୋଗ ଦେଉଥିବା ଖବର ରବିବାର ଗଣମାଧ୍ୟମରେ…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା, ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ୧୬୩ ଧାରା ଜାରି

ସାକ୍ଷୀଗୋପାଳ,୧୧ା୧୦(କିଶୋର ମହାପାତ୍ର/ପ୍ରଶାନ୍ତ ବାରିକ): ଶାସକ ଓ ବିରୋଧୀ ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା ଥିବାରୁ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ବିଏନଏସ୍‌ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?