ପୁଓର ଚିକିଛା ଲାଗି ବାପ୍‌ ବାରଦୁଆର: ସରକାରୀ ସାହାଯ୍‌ ଆଶ୍‌ରେ ପରିବାର

ଅତାବିରା, ୧୫।୮ (ଡି.ଏନ୍‌.ଏ.): କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖିକର ଚିକିଛା ସୁବିଧା ଲାଗି ସ୍ବାସ୍ଥ୍ୟ ବୀମା ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଶିକ୍ଷାଦୀକ୍ଷା ହେଉ କି ସରକାରୀ ପରଚାର ପରସାରର ଅଭାବ, ଆଏଜ୍‌ ବି ଅନେକ୍‌ ଗରିବ୍‌ ଦୁଖି ଇ ସରକାରୀ ସୁବିଧାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଭେଡ଼େନ ବ୍ଲକ ଅଂଚଲରେ।
ସୂଚନା ଅନ୍‌ସାରେ ବରଗଡ଼ ଜିଲା ଅତାବିରା ବ୍ଲକ ଚାବିରିପାଲିର ମୂଲ ବାସିନ୍‌ଦା ରାମ ଜାଲ(୪୦)। ପରିବାର କହେଲେ ମାଏକିନା ସୁବାଶିନୀ(୩୫), ତିନ୍‌ ପୁଓ କୃଷ୍ଣ(୧୮), ଶଙ୍କର(୮), ସଞ୍ଜୟ(୧)କେ ନେଇ ତାକର ସଁସାର। ରାମକଁର ଦୁତୀଅ ପୁଓ ଶଙ୍କର ଜନମ୍‌ ହେଲାବେଲେ ତାର ମଲଦୁଆର ନାଇଁଥାଇ। ଏନ୍‌ତାଥି ସେ ପୁଓକେ ବୁର୍ଲାନୁ ମୂଲକରି କଟକ ତକ୍‌ ନେଇ ଚିକିଛା କରେଇ ସରବ୍‌ସୁଅଁାତ୍‌ ହେଲେ। ହେଲେ ପୁଓ ପୂରା ନୁକୋ ନାଇଁ ହେଲା। ଡାକ୍‌ତର ଶଙ୍କରର ପେଟ୍‌ରେ ଗୁଟେ କଣା କରି ମଳ ବାହାରବାର ବେବସ୍‌ତା କରିଛନ୍‌। ଡାକ୍‌ତରକଁର କହେବାର ହିସାବେ ଶଙ୍କରକେ ପୂରା ଠିକ୍‌ କରବାକେ ହେଲେ ବୁହୁତ୍‌ ଟଁକା ଦରକାର। ଇଆଡ଼େ ରାମ ଝନେ ନିହାତି ଗରିବ୍‌ ଲୋକ୍‌ ହେଇଥିଲାବେଲେ ବାହାଜାଂଗଲ ମାଜି କୁଟୁମ୍‌ ପୁଷୁଛନ୍‌। ଯାହା ପାରଲେ ଲାଗେଲେସରକଁରନୁ ଧାର ଉଧାର କରି ପୁଓର ଚିକିଛା କରେଇଛନ୍‌। ଏହେଦେ ଶଙ୍କରକେ ୮ ବଛର ହେଲାନ, ହେଲେ ଏନ୍‌ତା ସମସିଆର ଲାଗି ସେ ସ୍କୁଲ ଯିବାର ମୂଲ କରି ନାଇଁପାରି। ଇଆଡ଼େ କୁଟୁମବସିଆ ରାମ ପୁଓର ଚିକିଛା ସାହାଯ୍‌ ଆଶ୍‌ରେ ଭେଡ଼େନ ବ୍ଲକ ବଡପିପିଲିପାଲରେ ଥିବାର ଝନେ ଲାଗେଲେସର ଘରରେ ବଛ୍‌ରେ ପାଖାପାଖି ହେଲା ଡେରା ପକେଇଛନ୍‌। ହେଲେ ରାମ ଉପେ ଶୂଇନ୍‌ ହେଇ ପୁଓର ଚିକିଛା ସାହାଯ୍‌ ଲାଗି ଗଣମାଧ୍ୟ ଜରିଆରେ ପରଶାସନ, ବେସରକାରୀ ଅନୁଷ୍ଠାନ, ସହୁରୁଦ୍‌ ଲୁକ୍‌କୁଁ ଗୁହାରି କରିଛନ୍‌। ଇ ବାବ୍‌ଦେ ଭେଡ଼େନ ବିଡିଓ ମୂରଲୀଧର ନାୟକ ଆର ଅତାବିରା ବିଡିଓ ପ୍ରଣବ ଚାନ୍ଦକୁଁ ପଚରାଲାରୁ ଉଭଏ ପରଶାସନ ତରଫୁ ଶଙ୍କରର ଚିକିଛା ଲାଗି ବେବସ୍‌ତା କରାଯିବା ବଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

କୋରାପୁଟ,୫।୧୦(ଅମିତାଭ ବେହେରା): ମଙ୍ଗଳବାର କୋରାପୁଟ ଜିଲାର ସୁନାବେଡ଼ା ଗସ୍ତରେ ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

‘ଅ’ ମହୋତ୍ସବ-୨୦୨୬: ରାଜ୍ୟସ୍ତରୀୟ କବିତା..

କେସିଙ୍ଗା, ୫/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡିର ଚର୍ଚ୍ଚିତ ସାହିତ୍ୟ ଅନୁଷ୍ଠାନ ‘ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ, କଳାହାଣ୍ଡିର ଷଷ୍ଠ ବାର୍ଷିକ ମହୋତ୍ସବ ‘ଅ’ ମହୋତ୍ସବ-୨୦୨୬ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?