ପାନୀୟ ଜଳ ପାଇଁ ରୋଗୀ ହନ୍ତସନ୍ତ : ଥଣ୍ଡା ପ୍ରକଳ୍ପରୁ ବାହାରୁଛି ତତଲା ପାଣି

ଅନୁଗୋଳ ଅଫିସ, ୧୩।୬ – ଅବ୍ୟବସ୍ଥିତ ଚିକିତ୍ସା ନେଇ ଚର୍ଚ୍ଚାରେ ରହିଆସୁଥିବା ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ପ୍ରକଳ୍ପ ଓ ସରଞ୍ଜାମର ରକ୍ଷଣାବେକ୍ଷଣ ତଥା ମରାମତିରେ ଅଣଦେଖା କରାଯାଉଛି। ଚିକିତ୍ସାଧୀନ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଅତ୍ୟାବଶ୍ୟକ ସୁବିଧା ଯୋଗାଇବାରେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ ଅବହେଳା କରୁଥିବା ଅଭିଯୋଗ ହୋଇଛି। ଦିନକୁ ଦିନ ବର୍ଦ୍ଧିତ ତାପମାତ୍ରା ଯୋଗୁ ପ୍ରବଳ ଗରମରେ ଲୋକେ ଆଉଟୁପାଉଟୁ ହେଉଥିବାବେଳେ ଚିକିତ୍ସାଳୟରେ ରୋଗୀ ଓ ସମ୍ପର୍କୀୟ ଘୋର ପାନୀୟ ଜଳ ସମସ୍ୟାରେ ପଡୁଛନ୍ତି। ମେଡିକାଲ ପରିସରରେ ଥିବା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡିଥିବାରୁ ଟ୍ୟାପରୁ ବାହାରୁଥିବା ଅତ୍ୟଧିକ ଗରମ ପାଣିକୁ ପିଇବାକୁ ସେମାନେ ବାଧ୍ୟ ହେଉଛନ୍ତି।
ମେଡିକାଲ ପରିସରରେ ଦୁଇଟି ଥଣ୍ଡା ପାଣି ପ୍ରକଳ୍ପ ରହିଛି। ସେଥିରେ ଥିବା ଫ୍ରିଜର୍‌ ଖରାପ ହୋଇଯାଇଥିବାରୁ ପାଣି ଭର୍ତ୍ତି ପ୍ଲାଷ୍ଟିକ ଟାଙ୍କିରୁ ସିଧାସଳଖ ବାହାରୁଥିବା ତତଲା ପାଣିକୁ ଶୋଷବେଳେ ପିଇବାକୁ ପଡୁଛି। ସେହିପରି ମେଡିକାଲ ପରିସରରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ସହ ଶିଶୁ ୟୁନିଟ ନିକଟରେ ଜିଲା ଖଣିଜ ପାଣ୍ଠିରୁ ଏକ ପାଣି ପ୍ରକଳ୍ପ କରାଯାଇଛି। ଉକ୍ତ ପ୍ରକଳ୍ପରୁ ପାଣି ବାହାରୁଥିବା ୩ଟି ଟ୍ୟାପ ଉଭାନ ହୋଇଗଲାଣି। କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଏପରି ପରିସ୍ଥିତି ଉପୁଜୁଥିବା ଅଭିଯୋଗ ହୋଇଛି। ଭଙ୍ଗା ଟ୍ୟାପଗୁଡିକୁ କାହିଁକି ତୁରନ୍ତ ମରାମତି କରାଯାଉନାହିଁ ସେ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ମେଡିକାଲ କର୍ମଚାରୀଙ୍କ ପାଇଁ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା ହୋଇଥିବାବେଳେ ରୋଗୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି।
ଅନ୍ୟପକ୍ଷରେ ମେଡିକାଲରେ ଅନବରତ ପାଣି ଅପଚୟ ଚାଲିଛି। ସିଡିଏମଓଙ୍କ କାର୍ଯ୍ୟାଳୟ ଉପରେ ଥିବା ପାଣି ଟାଙ୍କି ପୂରଣ କରିବା ପାଇଁ ମୋଟର ଲଗାଇବା ଦାୟିତ୍ୱରେ ଥିବା କର୍ମଚାରୀ ସୁଇଚ ବନ୍ଦ କରିବାକୁ ଭୁଲି ଯାଉଛନ୍ତି। ଫଳରେ ଘଣ୍ଟା ଘଣ୍ଟା ଧରି ତଳେ ପାଣି ପଡି ଲହଡି ମାରୁଛି। ଏ ସମ୍ପର୍କରେ ଅନୁଗୋଳ ଭାରପ୍ରାପ୍ତ ସିଡିଏମ୍‌ଓ ପ୍ରତାପ କୁମାର ବେହେରା କହିଛନ୍ତି, ଘଟଣାକୁ ମୁଁ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରିବି। ମୋଟର ଲଗାଇବା ଦାୟିତ୍ୱରେ ଥିବା କର୍ମଚାରୀ ଏହାକୁ କାହିଁକି ବନ୍ଦ କରୁନାହାନ୍ତି ତାହାର କୈଫିୟତ ମଗାଯିବ। ପାଣି ଟାଙ୍କି ଗୁଡ଼ିକରୁ କାହିଁକି ଥଣ୍ଡା ପାଣି ବାହାରୁ ନାହିଁ ତାହାର ମଧ୍ୟ ଅନୁଧ୍ୟାନ କରିବେ ବୋଲି ସେ କହିଛନ୍ତି। ଅଚଳ ହୋଇଥିବା ଫ୍ରିଜରକୁ ମରାମତି କରିବାକୁ ଯଥାସମ୍ଭବ ଚେଷ୍ଟା କରିବେ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ ବାଇକ ସହ ଜିଅନ୍ତା ଜଳିଗଲେ ଯୁବକ, କାରଣ ଜାଣିଲେ….

ପାଲଲହଡ଼ା,୨୯।୫(ଦିବ୍ୟଜ୍ୟୋତି ଦାଶ): ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ବାଇକ ଦୁର୍ଘଟଣାରେ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେହିପରି ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଖମାର…

ନାତୁଣୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜେଜେଙ୍କ ଜୀବନ

ଅନୁଗୋଳ,୧୨।୫: ଅନୁଗୋଳ ଜିଲା ଆଠମଲ୍ଳିକ ବ୍ଲକ ପାଇକ ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ଜେଜେଙ୍କ ମୃତ୍ୟୁ ଘଟିଛି।…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…

ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଦଳିଦେଲା ଦନ୍ତା

ମାଧପୁର,୪।୫(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ଅଧୀନ ମାଧପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତ ମହିଳା…

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri