ପାଇପ୍‌ ଫାଟି ମାଡ଼ିଗଲା ପାଉଁଶ ପାଣି

ତାଳଚେର,୭ା୩(ନି.ପ୍ର.) – ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପାଓ୍ବାର ଷ୍ଟେଶନ (ଟିଟିପିଏସ୍‌)ର ଆଶ୍‌ ପାଇପ୍‌ ଶୁକ୍ରବାର ଜଗନ୍ନାଥପୁର ଗ୍ରାମ ନିକଟରେ ଫାଟି ଯିବାରୁ କେତେଜଣଙ୍କ ଘର ସହ ଚାଷ ଜମିରେ ପାଉଁଶ ପାଣି ମାଡ଼ିଯାଇଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଖବରପାଇ ଥର୍ମାଲ କର୍ତ୍ତୃପକ୍ଷ ତୁରନ୍ତ ପାଇପ୍‌ ମରାମତି କରିବା ସହ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଯୋଗାଇ ଦେବା ଓ ପାଉଁଶ ସଫେଇ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ପ୍ରକାଶ ଯେ, ଟିଟିପିଏସ୍‌ରୁ ନିର୍ଗତ କୋଇଲା ପାଉଁଶକୁ ପାଇପ୍‌ ମାଧ୍ୟମରେ (ପାଣି ସହିତ ସ୍ଲରି କରାଯାଇ) ଏମ୍‌ସିଏଲ୍‌ର ଥିବା କୋଇଲା ଖଣିରେ ପକାଯାଇଥାଏ। ତାଳଚେରର ଜଗନ୍ନାଥପୁର ଗ୍ରାମ ନିକଟ ଦେଇ ଏହି ପାଉଁଶ ପାଇପ୍‌ ଯାଇଛି। ସକାଳ ପ୍ରାୟ ୬ଟା ବେଳେ ହଠାତ ଉକ୍ତ ପାଇପ୍‌ ଫାଟି ଯାଇଥିଲା। ଫଳରେ ମୂଷଳ ଧାରାରେ ପ୍ରବାହିତ ପାଉଁଶ ପାଣି ଗ୍ରାମର ଚାରୁ ବାରିକ, ଦୟାନନ୍ଦ ସାହୁ, ଅରୁଣ ସାହୁ, ବାବୁଲି ନାଏକ, ଜଳଧର ଦାସଙ୍କ ଘରେ ପଶିଯିବା ସହ ରାସ୍ତା ଓ ବହୁ ଚାଷ ଜମିରେ ମାଡ଼ି ଯାଇଥିଲା। ଚାରିଆଡେ ପାଉଁଶମୟ ହୋଇଯିବା ଯୋଗୁ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଖବରପାଇ ଟିଟିପିଏସ୍‌ କର୍ତ୍ତୃପକ୍ଷ ତୁରନ୍ତ ପାଇପ୍‌ରେ ପ୍ରବାହିତ ପାଣିକୁ ବନ୍ଦ କରିବା ସହ ମରାମତି କାର୍ଯ୍ୟ କରିଥିଲେ। ସ୍ଥାନୀୟ ସରପଞ୍ଚ, ପୋଲିସ, ଟିଟିପିଏସ୍‌ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଥିଲେ। ପରେ କ୍ଷୟକ୍ଷତିକୁ ନେଇ ଚାଇଁପାଳ ଫାଣ୍ଡିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ କ୍ଷତିଗ୍ରସ୍ତ ପରିବାରକୁ ୧୦ ହଜାର ଟଙ୍କା ଲେଖାଏ କ୍ଷତିପୂରଣ, ୩ ଦିନ ପର୍ଯ୍ୟନ୍ତ ମାଗଣା ରନ୍ଧା ଖାଦ୍ୟ ପ୍ରଦାନ ଓ ଘର ଭିତରେ ଜମା ହୋଇଥିବା ପାଉଁଶକୁ ସଫା କରାଯିବ ବୋଲି ବୈଠକରେ ଟିଟିପିଏସ୍‌ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ଫାଣ୍ଡି ଅଧିକାରୀ ଗୋକୁଳାନନ୍ଦ ପଣ୍ଡା ସୂଚନା ଦେଇଛନ୍ତି। ଏ ନେଇ ଟିଟିପିଏସ୍‌ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ଝୁଲିଲା ଅନୁଗୋଳ, ତାଳଚେର, ଆଠମଲ୍ଲିକ

ଅନୁଗୋଳ, ୨୮ା୩ (ଅମିତ କୁମାର ସାମଲ)ବିଜୁ ଜନତା ଦଳ ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟରେ ୭୧ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ...

ରାସ୍ତା ପାର୍ଶ୍ୱରେ ବିପଜ୍ଜନକ ଅବସ୍ଥାରେ ଚାଲୁଛି ପରିବା ବଜାର

ବଅଁରପାଳ/ଅନୁଗୋଳ,୨୫ା୩(ଅମିତ କୁମାର ସାମଲ): ବଅଁରପାଳ ବ୍ଲକ କୁଲା଼ଡ ଏଫ୍‌ସିଆଇ ଛକରୁ ନାଲ୍‌କୋ ସିପିପିକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାଖରେ ଚାଲିଛି ପରିବା ବଜାର। କରୋନା...

ଲୁଚାଚୋରାରେ ଘରୋଇ ଜାଗାରେ ପଡ଼ୁଛି ଅଳିଆ

ଅନୁଗୋଳ, ୨୨ା୩ (ଅମିତ କୁମାର ସାମଲ): ଅନୁଗୋଳ ସହରରୁ ବାହାରୁଥିବା ଆବର୍ଜନା କେଉଁଠାରେ ପକାଯିବ ତାହାକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟାର ଏଯାଏ ସମାଧାନ ହୋଇପାରୁ...

ରାଜନୈତିକ ସମୀକରଣ ଦେଖି ରଣନୀତି

ଆଠମଲ୍ଲିକ,୨୨।୩(ଉଦୀପ୍ତ ପୁରୋହିତ): ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପରଠାରୁ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ସାଧାରଣରେ ବହୁ ଆଲୋଚନା ଚାଲିଛି। ଅନୁଗୋଳ ଜିଲାର ୫ଟି ବିଧାନସଭା...

ଜଙ୍ଗଲ ନିଆଁ ଆୟତ୍ତ କଲେ ଗାଁ ପିଲା

ପାଲଲହଡ଼ା,୨୦ା୩ (ଦିବ୍ୟଜ୍ୟୋତି ଦାଶ): ଖେଳକୁଦ କରିବା ବୟସରେ ୭ ଜଣ ପିଲା ଦେଖାଇଛନ୍ତି ସାହସିକତା। ସଚେତନ ମଣିଷଙ୍କ ପରି ସେମାନେ ବୁଦ୍ଧି ଖଟାଇ ଜଙ୍ଗଲ ନିଅଁାକୁ...

ଅନୁଗୋଳରେ ୨୭, ୬୨୫ ନୂଆ, ୭, ୭୪୮ ବରିଷ୍ଠ ମତଦାତା

ଅନୁଗୋଳ, ୧୮ା୩ (ଅମିତ କୁମାର ସାମଲ): ଅନୁଗୋଳ ଜିଲାରେ ଥିବା ବିଧାନସଭା ଆସନ ଏବଂ ଢେଙ୍କାନାଳ ଓ ସମ୍ବଲପୁର ଲୋକ ସଭା ଅଧୀନରେ ଆସୁଥିବା ନିର୍ବାଚନମଣ୍ଡଳୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri