ପାଇପ୍‌ ଫାଟି ମାଡ଼ିଗଲା ପାଉଁଶ ପାଣି

ତାଳଚେର,୭ା୩(ନି.ପ୍ର.) – ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପାଓ୍ବାର ଷ୍ଟେଶନ (ଟିଟିପିଏସ୍‌)ର ଆଶ୍‌ ପାଇପ୍‌ ଶୁକ୍ରବାର ଜଗନ୍ନାଥପୁର ଗ୍ରାମ ନିକଟରେ ଫାଟି ଯିବାରୁ କେତେଜଣଙ୍କ ଘର ସହ ଚାଷ ଜମିରେ ପାଉଁଶ ପାଣି ମାଡ଼ିଯାଇଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଖବରପାଇ ଥର୍ମାଲ କର୍ତ୍ତୃପକ୍ଷ ତୁରନ୍ତ ପାଇପ୍‌ ମରାମତି କରିବା ସହ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଯୋଗାଇ ଦେବା ଓ ପାଉଁଶ ସଫେଇ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ପ୍ରକାଶ ଯେ, ଟିଟିପିଏସ୍‌ରୁ ନିର୍ଗତ କୋଇଲା ପାଉଁଶକୁ ପାଇପ୍‌ ମାଧ୍ୟମରେ (ପାଣି ସହିତ ସ୍ଲରି କରାଯାଇ) ଏମ୍‌ସିଏଲ୍‌ର ଥିବା କୋଇଲା ଖଣିରେ ପକାଯାଇଥାଏ। ତାଳଚେରର ଜଗନ୍ନାଥପୁର ଗ୍ରାମ ନିକଟ ଦେଇ ଏହି ପାଉଁଶ ପାଇପ୍‌ ଯାଇଛି। ସକାଳ ପ୍ରାୟ ୬ଟା ବେଳେ ହଠାତ ଉକ୍ତ ପାଇପ୍‌ ଫାଟି ଯାଇଥିଲା। ଫଳରେ ମୂଷଳ ଧାରାରେ ପ୍ରବାହିତ ପାଉଁଶ ପାଣି ଗ୍ରାମର ଚାରୁ ବାରିକ, ଦୟାନନ୍ଦ ସାହୁ, ଅରୁଣ ସାହୁ, ବାବୁଲି ନାଏକ, ଜଳଧର ଦାସଙ୍କ ଘରେ ପଶିଯିବା ସହ ରାସ୍ତା ଓ ବହୁ ଚାଷ ଜମିରେ ମାଡ଼ି ଯାଇଥିଲା। ଚାରିଆଡେ ପାଉଁଶମୟ ହୋଇଯିବା ଯୋଗୁ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଖବରପାଇ ଟିଟିପିଏସ୍‌ କର୍ତ୍ତୃପକ୍ଷ ତୁରନ୍ତ ପାଇପ୍‌ରେ ପ୍ରବାହିତ ପାଣିକୁ ବନ୍ଦ କରିବା ସହ ମରାମତି କାର୍ଯ୍ୟ କରିଥିଲେ। ସ୍ଥାନୀୟ ସରପଞ୍ଚ, ପୋଲିସ, ଟିଟିପିଏସ୍‌ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଥିଲେ। ପରେ କ୍ଷୟକ୍ଷତିକୁ ନେଇ ଚାଇଁପାଳ ଫାଣ୍ଡିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ କ୍ଷତିଗ୍ରସ୍ତ ପରିବାରକୁ ୧୦ ହଜାର ଟଙ୍କା ଲେଖାଏ କ୍ଷତିପୂରଣ, ୩ ଦିନ ପର୍ଯ୍ୟନ୍ତ ମାଗଣା ରନ୍ଧା ଖାଦ୍ୟ ପ୍ରଦାନ ଓ ଘର ଭିତରେ ଜମା ହୋଇଥିବା ପାଉଁଶକୁ ସଫା କରାଯିବ ବୋଲି ବୈଠକରେ ଟିଟିପିଏସ୍‌ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ଫାଣ୍ଡି ଅଧିକାରୀ ଗୋକୁଳାନନ୍ଦ ପଣ୍ଡା ସୂଚନା ଦେଇଛନ୍ତି। ଏ ନେଇ ଟିଟିପିଏସ୍‌ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?