ପଥରରେ ଛେଚି ଯୁବକଙ୍କୁ ହତ୍ୟା

ସୋହେଲା,୨୯ା୪(ଡି.ଏନ.ଏ.) – ସୀମାନ୍ତ ଲୁହୁରାଚଟି ପୁରୁଣା ଚେକ୍‌ଗେଟରେ ଚା ଦୋକାନ କରି ପରିବାର ପୋଷଣ କରୁଥିବା ଲୁହୁରାଚଟି ଗ୍ରାମର ରଜନୀକାନ୍ତ ଠେଟୁଆ(୩୮)ଙ୍କ ମୃତଦେହ ମଙ୍ଗଳବାର ସକାଳେ ଛତିଶଗଡ ରାଜ୍ୟ ସୀମାନ୍ତ ଏକ ଚାଷଜମିରୁ ଉଦ୍ଧାର କରାଯାଇଛି। ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଛି ା ଏହି ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡି ନ ଥିଲେ ହେଁ ମଦ କାରବାରକୁ ନେଇ ଏପରି ଘଟଣା ଘଟିଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି ା ଖବର ପାଇ ବରଗଡ ଏସ୍‌ପି ପଦ୍ମିନୀ ସାହୁ, ପଦ୍ମପୁର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ ଏବଂ ସୋହେଲା ଥାନା ଆଇଆଇସି ନିର୍ମଳ କୁମାର ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛନ୍ତି।
ଭାଇ ନରୋତ୍ତମ ଠେଟୁଆଙ୍କ ଅଭିଯୋଗ ଅନୁଯାୟୀ, ରଜନୀକାନ୍ତ ସୋମବାର ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଘରୁ ସାଇକେଲ ନେଇ କୁଆଡ଼େ ଯାଉଥିଲେ ା ଏହାପରେ ସେ ଆଉ ଘରକୁ ଫେରି ନ ଥିଲେ। ମଙ୍ଗଳବାର ସକାଳେ ପୁରୁଣା ଚେକଗେଟ ପଛପାର୍ଶ୍ୱ ଛତିଶଗଡ଼ ରାଜ୍ୟ ସୀମାନ୍ତକୁ ଲାଗି ରହିଥିବା ତେଲିମୁଣ୍ଡାର ଚାଷଜମିରେ ରଜନୀକାନ୍ତଙ୍କ ମୃତଦେହ ପଡିଥିବା ଖବର ମିଳିଥିଲା। ସାଇକେଲ ମୃତଦେହ ଉପରେ ପଡିଥିବା ବେଳେ ଚପଲ ପାଖରେ ପଡିଥିଲା ା ସୋହେଲା ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ା ବଲାଙ୍ଗୀରରୁ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ୍‌ ଆସି ତଦନ୍ତ କରିବା ସହିତ ରକ୍ତ ନମୁନା ସଂଗ୍ରହ କରିଛି ା ଏ ନେଇ ସୋହେଲା ଥାନାରେ ଏକ ମାମଲା(ନଂ. ୫୨/୨୦) ରୁଜୁ କରି ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ବରଗଡ ପଠାଇଛି। ମୃତକଙ୍କ ସାଇକେଲ ଏବଂ ଚପଲକୁ ପୋଲିସ ଜବତ କରିବା ସହିତ ତଦନ୍ତ ଜାରି ରଖିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଜମିରେ ଚାଷ କରୁଥିବା ବେଳେ କାମୁଡ଼ିଲା ସାପ, ପରେ….

ପାରଳାଖେମୁଣ୍ଡି, ୧୮।୮ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଥାନା ଅଧୀନ ଅଗରଖଣ୍ଡି ପଞ୍ଚାୟତର ଭିନ୍ନଳା ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ…

ଦିଗପହଣ୍ଡି ଘୋଡାହାଡ଼ ଡ଼୍ୟାମ ଇକୋ ଟୁରିଜିମ ପ୍ରକଳ୍ପ ନେଇ ଗଞ୍ଜାମ ଜିଲାପାଳଙ୍କ ବଡ଼ ଘୋଷଣା, ବିକାଶ….

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ଘୋଡାହାଡ଼ ଡ଼୍ୟାମ ପାର୍ଶ୍ଵରେ ଜଳସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ପାର୍କ ଏବଂ ବନ ବିଭାଗ ପକ୍ଷରୁ ନିର୍ମାଣ…

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

ଘର ବାହାରେ ଖେଳୁଥିବା ବେଳେ ଶିଶୁକନ୍ୟାଙ୍କୁ ଟେକି ନେଇଗଲା ବାଘ, ତାପରେ…

ମାଲକାନଗିରି,୧୮।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ ଇନ୍ଦ୍ରାଗୁଡ଼ା ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଘର ବାରଣ୍ଡାରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ହଠାତ୍…

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

ଶେଷ ପର୍ଯ୍ୟାୟରେ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ବାତିଲ: ପଲିଥିନରେ ଘୋଡ଼ାହୋଇ ରହିଛି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି

ଲୋଇସିଂହା,୧୮।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଏନଏସି ଅନ୍ତର୍ଗତ ଲୋଇସିଂହାସ୍ଥିତ ହରେକୃଷ୍ଣ ମହତାବ ହାଇସ୍କୁଲ ପରିସରରେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ୮୦…

ଦେବୋତ୍ତର ଜମି ଧାନବିକ୍ରି ପଞ୍ଜୀକରଣକୁ ନା: ଚିନ୍ତାରେ ଦେବଦେବୀଙ୍କ ସେବାୟତ

ବରଗଡ଼,୧୮।୮(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବରଗଡ଼ ଜିଲାରେ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଏହି ପଞ୍ଜୀକରଣରେ ଏଥର ନୂଆଁ କଟକଣାଗୁଡ଼ିକ ଚାଷୀଙ୍କ ପାଇଁ ଅଡୁଆ ସାଜିଛି।…

ଯୋବ୍ରା ଆନିକଟ ବ୍ରିଜ୍‌ରେ ଭାସୁଛି ମହିଳାଙ୍କ ମୃତଦେହ, ପୋଲିସ…

କଟକ,୧୮।୮(ପ୍ରଭୁକଲ୍ୟାଣ ପାଲ): କଟକ ଯୋବ୍ରା ଆନିକଟ ବ୍ୟାରେଜରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମଙ୍ଗଳବାର ସକାଳୁ ଗେଟ ନମ୍ବର ୪୧/୪୨ ରେ ଅଜଣା ମହିଳାଙ୍କ ମୃତଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri