ପଚା ଅଦା ବିହନ ବାଣ୍ଟି ଟଙ୍କା ହଡ଼ପ ଉଦ୍ୟମ ଅଭିଯୋଗ: ଯୋଗାଣକାରୀ ସଂସ୍ଥାକୁ ମିଳିବନି ଟଙ୍କା

ପାଲଲହଡ଼ା, ୧୯ା୭(ଡି.ଏନ.ଏ.)-ପାଲଲହଡ଼ା ଉପଖଣ୍ଡରେ ପାଉଡି ଭୂଁୟାଙ୍କ ଉନ୍ନତି ପାଇଁ ଗଠନ କରାଯାଇଥିବା ପାଉଡି ଭୂଁୟା ଉନ୍ନୟନ ସଂସ୍ଥା (ପିବିଡିଏ) ପକ୍ଷରୁ ଆଦିବାସୀ ଚାଷୀଙ୍କୁ ପଚା ତଥା ନିମ୍ନମାନର ଅଦା ବିହନ ଯୋଗାଯାଇଥିବା ଅଭିଯୋଗ ହୋଇଛି। ଏ ବାବଦରେ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ଆସିବା ପରେ ଉପଜିଲାପାଳ ଅଜିତ କୁମାର ପ୍ରଧାନ ଯୋଗାଣ ହୋଇଥିବା ଅଦାର ନମୁନା ସଂଗ୍ରହ କରି ଏହାର ତଦନ୍ତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏହି ରିପୋର୍ଟ ଚିଠି ନଂ ୩୦୧୫/୧୭ା୭ା୨୦୧୯ରେ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ଏଥିରେ ସଂସ୍ଥା ପକ୍ଷରୁ ଯୋଗାଣ କରାଯାଇଥିବା ଅଦା ବିହନରେ ୬୦ ଭାଗ ଅଦା ପଚା ଥିବା ଉଲ୍ଲେଖ କରାଯାଇଥିବାବେଳେ ଉକ୍ତ ସଂସ୍ଥାକୁ ଟଙ୍କା ନ ଦେବାକୁ ରିପୋର୍ଟରେ କୁହାଯାଇଛି। ପୁଣିଥରେ ଚାଷୀଙ୍କୁ ଉଚ୍ଚମାନର ବିହନ ଯୋଗାଣ ପାଇଁ ଉକ୍ତ ରିପୋର୍ଟରେ ସୁପାରିସ କରାଯାଇଛି।
ଅଭିଯୋଗ ଅନୁଯାୟୀ, ଉପଖଣ୍ଡରେ ରାଜ୍ୟ ଆଦିବାସୀ କଲ୍ୟାଣ ବିଭାଗର ଓପିଇଏଲଆଇପି ଯୋଜନାକୁ ଭୁବନେଶ୍ୱରର ଏକ ନିର୍ଦ୍ଦିଷ୍ଟ ସ୍ବେଚ୍ଛାସେବୀ ସଙ୍ଗଠନ କାର୍ଯ୍ୟକାରୀ କରୁଛି। ଚଳିତ ବର୍ଷ ନାଗିରା, ବରଡ଼ିହ ଏବଂ ବନ୍ଧାଭୂଇଁ ପଞ୍ଚାୟତର ୧୨ଟି ଗାଁରେ ଚାଷ ପାଇଁ ଅଦା ବିହନ ବଣ୍ଟା ହେବ ପାଇଁ ସ୍ଥିର କରାଯାଇଥିବା ବେଳେ ପିବିଡିଏ କର୍ତ୍ତୃପକ୍ଷ ଏବଂ ଉକ୍ତ ସ୍ବେଚ୍ଛାସେବୀ ସଙ୍ଗଠନ ଏହାକୁ ସ୍ଥାନୀୟ ପରଚେଜ କମିଟିର ବିନା ଅନୁମୋଦନ ଓ ବିନା ଟେଣ୍ଡରରେ ଭୁବନେଶ୍ୱରର ଭଞ୍ଜପ୍ରଭା ନାମକ ଏକ ସଂସ୍ଥାକୁ ବିହନ ଯୋଗେଇବା ପାଇଁ କହିଥିଲେ। ପରେ ଉକ୍ତ ସଂସ୍ଥI ପକ୍ଷରୁ ଏହି ୧୨ ଗାଁରେ ଚାଷୀ ମାନଙ୍କୁ ୩୭ କୁଇଣ୍ଟାଲ ଅଦା ବିହନ ବଣ୍ଟନ କରାଯାଇଥିଲା। ଏହା ବାବଦକୁ ୫ ଲକ୍ଷ ୧୮ ହଜାର ଟଙ୍କାର ବିଲ୍‌ ପ୍ରସ୍ତୁତ କରାଯାଇଥିଲା। ତେବେ ବଣ୍ଟନ କରାଯାଇଥିବା ଅଦା ବିହନ ପଚା ବାହାରିବାରୁ ଚାଷୀମାନେ ପାଲଲହଡା ଉପଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ।
ଏ ସମ୍ପର୍କରେ ପିବିଡିଏ ସ୍ବତନ୍ତ୍ର ଅଧିକାରୀ ଉଦିତ କୁମାର ପୁରୋହିତଙ୍କୁ ନମ୍ବର ୯୩୩୭୦୮୯୪୯୬ରେ ଫୋନ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇ ନ ପାରିବାରୁ ମତାମତ ମିଳିପାରିନାହିଁ। ସେହିପରି ସମ୍ପୃକ୍ତ ସ୍ବେଚ୍ଛାସେବୀ ସଙ୍ଗଠନର ପ୍ରକଳ୍ପ ପରିଚାଳକ ରାଜେନ୍ଦ୍ର ପଟ୍ଟନାୟକଙ୍କୁ ପଚାରିବାରେ ସେ କୌଣସି ମତାମତ ଦେବା ପାଇଁ ମନା କରିଦେଇଥିଲେ। ଉପଜିଲାପାଳ ପ୍ରଧାନ କହିଛନ୍ତି, ତଦନ୍ତ ବେଳେ ମୋତେ ସଂସ୍ଥା ପକ୍ଷରୁ କୌଣସି ସନ୍ତୋଷ ଜନକ ଦସ୍ତାବିଜ ଦିଆଯାଇ ନାହିଁ। ତଦନ୍ତ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରିଦେଇଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ଏସୀୟ କ୍ରୀଡ଼ା ହକିରେ ଐତିହାସିକ ବିଜୟ, ସ୍ବର୍ଣ୍ଣ ହାତେଇଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ପୁରୁଷ ହକି ଦଳ ମାଲେସିଆକୁ ୫-୧ ଗୋଲ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। ଏହି ବିଜୟ ସହ ଭାରତ…

ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲେ ବୈଭବ ସୂର୍ଯ୍ୟବଂଶୀ, ଜୟ ଶାହାଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ଇତିହାସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବାରେ ବୈଭବ ସୂର୍ଯ୍ୟବଂଶୀ ସବୁଠାରୁ କମ ବୟସର ଖେଳାଳି ହୋଇପାରିଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?