Posted inରାଜ୍ୟ

ପଙ୍କପାଳରେ ମାଙ୍କଡ଼ ଆତଙ୍କ: ଭୟରେ ହନୁମାନଙ୍କ ପୂଜା କଲେ ଗ୍ରାମବାସୀ

କୁଜଙ୍ଗ,୧୬ା୬(ସ୍ବ.ପ୍ର.): ଦୀର୍ଘ ଏକ ମାସ ହେଲା ପଙ୍କପାଳରେ ଆତଙ୍କ ସୃଷ୍ଟି କରିଥିବା ଏକ ମାଙ୍କଡ଼କୁ ନେଇ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢିବାରେ ଲାଗିଛି। ଇତିମଧ୍ୟରେ ମାଙ୍କଡ଼ ଆକ୍ରମଣରେ ୨୧ରୁ ଊର୍ଦ୍ଧ୍ୱ ଲୋକ ଆହତ ହେଲେଣି। ସବୁ ପ୍ରକାର ଉଦ୍ୟମ ସତ୍ତ୍ୱେ ବନ ବିଭାଗ ଉକ୍ତ ମାଙ୍କଡ଼କୁ କାବୁ କରିବାରେ ସକ୍ଷମ ହୋଇନାହିଁ। ତେଣୁ ସ୍ଥାନୀୟ ଲୋକ ବନ ବିଭାଗ ଉପରୁ ଭରସା ତୁଟାଇ ପୂଜାପାଠ ଆରମ୍ଭ କରିଛନ୍ତି। ଶନିବାର ପଙ୍କପାଳ ଗ୍ରାମବାସୀ ହନୁମାନଙ୍କ ପୂଜା କରିଛନ୍ତି। ଏହି ଅବସରରେ ବିଗ୍ରହଙ୍କ ସ୍ନାନ, ହନୁମାନ ଚାଳିଷା ପାଠ, ହୋମଯଜ୍ଞ କରାଯାଇଛି। ସମିତି ସଭ୍ୟ ଅକ୍ଷୟ କୁମାର ସାହୁ, ଆଶୁତୋଷ କଣ୍ଠ, ୱାର୍ଡସଭ୍ୟ ନରେନ୍ଦ୍ର ନାୟକ, ନାରୀନେତ୍ରୀ ଲକ୍ଷ୍ମୀପ୍ରିୟା କର, ଫକୀର ସାହୁ ପ୍ରମୁଖଙ୍କ ପରିଚାଳନାରେ ପୂଜା କରାଯାଇଥିଲା। ପଣ୍ଡିତ ତ୍ରିଲୋଚନ ମିଶ୍ର, ନୀରଞ୍ଜନ ଦାଶ ଓ ତରୁଣ ଦାଶ ପ୍ରମୁଖ ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ। ତିଳୋତ୍ତମା କଣ୍ଠ, ଭାରତୀ ପରିଡା, ମିତାଲି ଦାଶ, ତରୁଲତା ଦାସ, ମମତା ଦାଶ, ସବିତା ଦାସ, ମୀନା ଦାସ, ପ୍ରଫୁଲ୍ଲ ମିଶ୍ର, ଟୁନି ସାହୁ, ନାରାୟଣ ସାହୁ, କମଳାକାନ୍ତ ମିଶ୍ର ପ୍ରମୁଖ ପୂଜାପାଠରେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ, ଉକ୍ତ ମାଙ୍କଡ଼କୁ କାବୁ କରିବା ଦାବିରେ ପଙ୍କପାଳ ଗ୍ରାମବାସୀଙ୍କ ସହ ଇନ୍ଦିରା କଲୋନୀର ଲୋକମାନେ ବହୁବାର ରାସ୍ତାରୋକୋ କରିଥିଲେ। ଏଥିସହ ବନ ବିଭାଗର ଚାରା ଉତ୍ପାଦନ କେନ୍ଦ୍ରରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନନ୍ଦନକାନନରୁ ଏକ ଟ୍ରାଙ୍କୁଲାଇଜର ଟିମ୍‌ ସହ ରାଜନଗରରୁ ମାଙ୍କଡ଼ ଧରାଳି ଦଳ ଆସି କେତୋଟି ମାଙ୍କଡ଼ ଧରିବାକୁ ସକ୍ଷମ ହୋଇଥିଲେ ମଧ୍ୟ ଲୋକଙ୍କୁ ଆକ୍ରମଣ କରୁଥିବା ମାଙ୍କଡ଼ କାବୁ ହୋଇପାରିନାହିଁ। ସବୁ ପ୍ରକାର ଉଦ୍ୟମ ସତ୍ତ୍ୱେ ମାଙ୍କଡ଼ ଧରାପଡୁନାହିଁ। ଅନ୍ୟପକ୍ଷରେ ଆଉ ଦିନ କେଇଟା ପରେ ବିଦ୍ୟାଳୟ ଖୋଲିବାକୁ ଥିବାରୁ ମାଙ୍କଡ଼ ଭୟରେ ପିଲାଙ୍କୁ ଘରୁ ଛାଡ଼ିବାକୁ ନେଇ ଅଭିଭାବକ ଚିନ୍ତାରେ ପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri