ନିଆରା ପଥର କାରିଗର ବୀରବର ବେହେରା: କାରିଗରି ପାଇଁ ଛାଡ଼ିଥିଲେ ଚାକିରି

ଛେଣ୍ଡିପଦା,୧୯ା୭ – ତାଙ୍କ ହାତ ଛୁଆଁରେ ପଥର ମୂର୍ତ୍ତି ହୋଇଉଠେ ଜୀବନ୍ତ। ଯେ କୌଣସି ଚେହେରାର ପୂରା ଅବିକଳ ନକଲ ସେ ଗଢ଼ି ଦେଇପାରନ୍ତି ପଥରରେ। ଏଥିପାଇଁ ତାଙ୍କୁ ମିଳିଛି ବହୁ ସମ୍ମାନ। ରାଜ୍ୟ ସରକାରଙ୍କ ଠାରୁ ପୁରସ୍କାର ମଧ୍ୟ ପାଇଛନ୍ତି ସେ। କେବଳ ପଥର ନୁହେଁ ବାଲୁକା କଳା ପ୍ରତି ବି ତାଙ୍କ ମଧ୍ୟରେ ରହିଛି ଅହେତୁକ ଆକର୍ଷଣ। ଅନେକ ସ୍ଥାନରେ ନିଜର ଏପରି କଳା ପ୍ରଦର୍ଶନ କରି ସେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଖାସ୍‌ ଏହି ପଥର କାରିଗରି ପାଇଁ ସେ ଶିକ୍ଷକତା ପରି ସମ୍ମାନଜନକ ଚାକିରି ମଧ୍ୟ ଛାଡ଼ିଦେଇଛନ୍ତି।
ଏହି ନିଆରା ପଥର ଶିଳ୍ପୀ ହେଉଛନ୍ତି ବୀରବର ବେହେରା। ୭୦ ବର୍ଷରେ ପହଞ୍ଚି ସାରିଥିବା ବୀରବରଙ୍କ ଘର ଛେଣ୍ଡିପଦା ବ୍ଲକ ବରସାହି ପଞ୍ଚାୟତ ଖମାର ଗ୍ରାମରେ। ସିମେଣ୍ଟ, ବାଲି, ମାଟିରେ ସେ ଗଢ଼ୁଥିବା ମୂର୍ତ୍ତି, ପ୍ରତିମୂର୍ତ୍ତି ଏତେ ଆକର୍ଷଣୀୟ ଯେ ଦେଖିଲା ଲୋକ କ୍ଷଣଟିଏ ଠିଆ ହୋଇଯାଆନ୍ତି। ଅନୁଗୋଳ, ଦେବଗଡ, ସୁନ୍ଦରଗଡ, ଢେଙ୍କାନାଳ, କୋରାପୁଟ, ଜଗତସିଂହପୁର, କଟକ ଆଦି ଜିଲାର ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସହ ବହୁ ଛକରେ ତାଙ୍କ ହାତ ତିଆରି ପ୍ରତିମୂର୍ତ୍ତି ସ୍ଥାନ ପାଇଛି। ବିଶେଷକରି ଜାତିର ପିତା ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଲାଲବାହାଦୁର ଶାସ୍ତ୍ରୀ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଭଗତ ସିଂ, ଜବାହରଲାଲ ନେହେରୁ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଆମ୍ବେଡକର ପ୍ରମୁଖ ମହାପୁରୁଷଙ୍କ ଆକର୍ଷଣୀୟ ପ୍ରତିମୂର୍ତ୍ତି ଗଢ଼ି ସେ ରାଜ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେହିପରି ମନ୍ଦିର ନିର୍ମାଣ, ଚତୁଃପାର୍ଶ୍ୱ କାରୁକାର୍ଯ୍ୟ କରିବାରେ ମଧ୍ୟ ସେ ସିଦ୍ଧହସ୍ତ। ଏହାସହିତ ବିଭିନ୍ନ ସମୟରେ ବାଲୁକା କଳାରେ ସଚେତନତାର ବାର୍ତ୍ତା ଦେଇ ସେ ବହୁ ପ୍ରଶଂସା ପାଇପାରିଛନ୍ତି।
ନିଜର ଏହି କଳା ସମ୍ପର୍କରେ ବୀରବର କୁହନ୍ତି, ସ୍କୁଲରେ ପଢିବା ବେଳୁ ସୁନ୍ଦର ଚିତ୍ରାଙ୍କନ କରୁଥିଲେ। ସମୟକ୍ରମେ ଏହା ତାଙ୍କର ନିଶା ପାଲଟି ଯାଇଥିଲା। ୧୯୬୮ରେ ମାଟ୍ରିକ ପାସ ପରେ ୧୯୭୨ରେ ସେଟଲମେଣ୍ଟ ଅଫିସରେ ଚାକିରି କରିଥିଲେ। ଏହି ସମୟରେ ଖଲ୍ଲିକୋଟର ଚାରୁକଳା ମହାବିଦ୍ୟାଳୟରେ କଳା ଉପରେ ଅଧିକ ଶିକ୍ଷାଲାଭ କରିଥିଲେ। ପରେ ଏକ ଘରୋଇ ସ୍କୁଲରେ କଳା ଶିକ୍ଷକ ଭାବେ କାର୍ଯ୍ୟ କରିବା ସହିତ ୧୯୯୪ରେ ସିଟି ପାସ କରିଥିଲେ। ୧୯୯୭ରେ ତାଙ୍କୁ ଶିକ୍ଷକତା ପାଇଁ ସୁଯୋଗ ମିଳିଥିଲା। କିନ୍ତୁ କଳା ପ୍ରତି ଥିବା ଆଗ୍ରହ ତାଙ୍କୁ ଶିକ୍ଷକତା କ୍ଷେତ୍ରରୁ ଟାଣି ଆଣିଥିଲା। ଏହାପରେ ସେ ଘରେ ବସି ବିଭିନ୍ନ ପ୍ରତିମୂର୍ତ୍ତି ନିର୍ମାଣ କଲେ। ୨୦୦୧ରେ ଅନୁଗୋଳର ତତ୍କାଳୀନ ଜିଲାପାଳ ପାତ୍ରପଡା ଯାଉଥିବା ବେଳେ ରାସ୍ତା ପାର୍ଶ୍ୱରେ ବୀରବରଙ୍କ ହାତତିଆରି ପ୍ରତିମୂର୍ତ୍ତି ଦେଖି ଅଟକି ଯାଇଥିଲେ। ଜିଲାପାଳ ସମସ୍ତ ପ୍ରତିମୂର୍ତ୍ତି ବୁଲି ଦେଖିବା ସହ ତାଙ୍କୁ ଏଥିପାଇଁ ଉତ୍ସାହିତ କରିଥିଲେ। ତାଙ୍କ ହାତ ତିଆରି ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ଅନୁଗୋଳ ଜିଲା ଷ୍ଟାଡିୟମ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଲଗାଇବାକୁ କହିଥିଲେ। ପରେ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିବା ବୀରବର ପ୍ରକାଶ କରିଛନ୍ତି।

(ଅଜିତ କୁମାର ଧଳ)


Enter your email to get our daily news in your inbox.

All Right Reserved By Dharitri.Com

ଅନୁଗୋଳରେ ୨୭, ୬୨୫ ନୂଆ, ୭, ୭୪୮ ବରିଷ୍ଠ ମତଦାତା

ଅନୁଗୋଳ, ୧୮ା୩ (ଅମିତ କୁମାର ସାମଲ): ଅନୁଗୋଳ ଜିଲାରେ ଥିବା ବିଧାନସଭା ଆସନ ଏବଂ ଢେଙ୍କାନାଳ ଓ ସମ୍ବଲପୁର ଲୋକ ସଭା ଅଧୀନରେ ଆସୁଥିବା ନିର୍ବାଚନମଣ୍ଡଳୀରେ...

ଅନୁଗୋଳ ଜିଲାରେ ୧୬୫ ବୁଥ୍‌ ସମ୍ବେଦନଶୀଳ

ଅନୁଗୋଳ, ୧୮ା୩ (ଅମିତ କୁମାର ସାମଲ): ଅନୁଗୋଳ ଜିଲାରେ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ମହମ୍ମଦ ଅବଦଲ ଅଖତାର ରବିବାର...

ଅନୁଗୋଳରେ ବିଗୁଡୁଛି ଆଇନଶୃଙ୍ଖଳା ସ୍ଥିତି

ଅନୁଗୋଳ, ୧୩।୩ (ଅମିତ କୁମାର ସାମଲ): ଅନୁଗୋଳ ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେବାରେ ଅହେତୁକ ବିଳମ୍ବ ହେଉଛି।...

ବିକାଶ ଠାରୁ ଦୂରରେ ବିଲେଇସାହି

ବଇଣ୍ଡା,୧୩।୩(ପରିକ୍ଷିତ ସାହୁ): ଗ୍ରାମାଞ୍ଚଳର ସହରୀକରଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ପାଇପ୍‌ ପାଣି, ପକ୍କା ରାସ୍ତା, ନଦୀ ଓ ନାଳ ଉପରେ ପୋଲ ନିର୍ମାଣ ଦିଗରେ...

ଦଳରୁ ନିଲମ୍ବିତ, କିନ୍ତୁ ଗ୍ରୁପ୍‌ ଆଡମିନ୍‌

ଅନୁଗୋଳ, ୧୩ା୩ (ଅମିତ କୁମାର ସାମଲ): ଅନୁଗୋଳ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦେବାକୁ ଏକ ସାମାଜିକ ଗଣମାଧ୍ୟମ ଗ୍ରୁପ୍‌ କରାଯାଇଛି।...

ସଂଯୋଗ ବିଚ୍ଛିନ୍ନ ପରେ ପ୍ରଶାସନର ତନାଘନା

ଅନୁଗୋଳ,୮ା୩(ଅମିତ କୁମାର ସାମଲ): ଅନୁଗୋଳରେ ନିର୍ମାଣ ହୋଇଛି ବିଶ୍ୱସ୍ତରୀୟ ଲାଇବ୍ରେରି ବ୍ଲାକ ଡାଇମଣ୍ଡ। ହରିମୌରି ଛକ ନିକଟରେ ନିର୍ମିତ ଏହି ଲାଇବ୍ରେରି ଗତ ଡିସେମ୍ବର ୮ରେ...

ପରିବାରବାଦ ରାଜନୀତିରୁ ବାହାରିପାରେ ଅନୁଗୋଳ

ଅନୁଗୋଳ, ୭।୩ (ଅମିତ କୁମାର ସାମଲ): ଦୀର୍ଘ ୨୪ ବର୍ଷର ବିଜେଡି ନେତୃତ୍ୱାଧୀନ ସରକାରରେ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ଚାଲିଛି ପରିବାରବାଦ ରାଜନୀତି। ୨୦୦୦ ମସିହାରୁ...

ଗାଡ଼ି ରଖି ମହୁଲ ଗଛରେ ଝୁଲି ପଡ଼ିଲେ ଯୁବକ

ମାଧପୁର,୫।୩(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା ବେହେରାପଡା ଛକ ନିକଟ ଏକ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ସେ ହେଲେ ପୁରୁଣା ମାଣତ୍ରି...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri