ନାଲ୍‌କୋ ଅଞ୍ଚଳରେ ବଢ଼ୁଛି ପ୍ରଦୂଷଣ: ଧୂଳି ଧୂଆଁରେ ଲୋକେ ଅତିଷ୍ଠ

ବଅଁରପାଳ, ୫।୬ (ଡି.ଏନ୍‌.ଏ.)- ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀ ଅନେକ ସମୟରେ ପ୍ରଦୂଷଣରେ ଛଟପଟ ହେଉଥିବା ଅଭିଯୋଗ ହେଉଛି। ପ୍ଲାଣ୍ଟ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେଉ ନ ଥିବାରୁ ପାଉଁଶ ଓ ବିଷାକ୍ତ ଧୂଅଁା ଲୋକଙ୍କୁ ଅତିଷ୍ଠ କରିଦେଉଛି। ବିଶେଷକରି ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟରୁ ଅନେକ ସମୟରେ ବିଷାକ୍ତ ଗ୍ୟାସ୍‌ ନିର୍ଗତ ହେଉଥିବାରୁ ନିକଟରେ ଥିବା ଜମିରେ ଫସଲ କ୍ଷତିଗ୍ରସ୍ତ ହେଉଛି। ଏ ନେଇ କ୍ଷତିଗ୍ରସ୍ତମାନେ ଜିଲା ପ୍ରଶାସନ ଓ ନାଲ୍‌କୋ କର୍ତ୍ତୃପକ୍ଷଙ୍କ ନିକଟରେ ପୂର୍ବରୁ ବହୁବାର ଅଭିଯୋଗ ମଧ୍ୟ କରିଛନ୍ତି। ହେଲେ ପ୍ରତିକାରର ସ୍ଥାୟୀ ବ୍ୟବସ୍ଥା କରାଯାଉ ନ ଥିବାରୁ ସମସ୍ୟା ବୃଦ୍ଧି ପାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
୧୨ ଶହ ମେଗାୱାଟ ବିଶିଷ୍ଟ ସିପିପି ବିଦ୍ୟୁତ୍‌ ପ୍ରକଳ୍ପରେ ୧୦ଟି ୟୁନିଟ୍‌ ରହିଛି। ଗୋଟିଏ ୟୁନିଟ୍‌ରୁ ୧୨୦ ମେଗାୱାଟ୍‌ ବିଦ୍ୟୁତ୍‌ ଶକ୍ତି ଉତ୍ପାଦିତ ହୋଇଥାଏ। ବର୍ତ୍ତମାନ କାର୍ଯ୍ୟକ୍ଷମ ୮ଟି ୟୁନିଟ୍‌ରୁ ୯୬୦ ମେଗାଓ୍ବାଟ୍‌ ଶକ୍ତି ଉତ୍ପାଦନ ହେଉଛି। କିନ୍ତୁ ପ୍ଲାଣ୍ଟରୁ ବାହାରୁଥିବା କୋଇଲା ପାଉଁଶର ଉପଯୁକ୍ତ ଯତ୍ନ ନିଆ ନ ଯାଇ ଆଶ୍‌ପଣ୍ଡରେ ଗଦେଇ ଦିଆଯାଉଥିବାରୁ ସାମାନ୍ୟ ପବନରେ ତାହା ଉଡ଼ି ଅଞ୍ଚଳର ପରିବେଶକୁ ପ୍ରଦୂଷିତ କରୁଛି। ବିଶେଷକରି ଖରାଦିନେ ଆଶପଣ୍ଡରୁ ବହୁମାତ୍ରାରେ ପାଉଁଶ ଗୁଣ୍ଡ ଉଡ଼ୁଛି। ଗତ ୧୫ ଦିନ ମଧ୍ୟରେ ନାଲ୍‌କୋ ଆଶ୍‌ପଣ୍ଡରୁ ୩ରୁ ୪ ଥର ପାଉଁଶ ଉଡ଼ି ଆଖପାଖ ଅଞ୍ଚଳର ଲୋକଙ୍କ ଘରେ, କୂଅ ଓ ପୋଖରୀରେ ପଡ଼ିବା ଦ୍ୱାରା ପ୍ରଦୂଷଣ ମାତ୍ରା ବଢ଼ିଯାଇଛି। ସେହିପରି ବର୍ଷା କିମ୍ବା ଆଶପଣ୍ଡରେ ଫାଟ ସୃଷ୍ଟି ହେଲେ ପାଉଁଶ ପାଣି ଲିକେଜ ହୋଇ ନନ୍ଦିରା ନାଳରେ ମିଶୁଥିବା ଅନେକ ସମୟରେ ଦେଖାଯାଉଛି। ଏହାଦ୍ୱାରା ନନ୍ଦିରା ନାଳ ପ୍ରଦୂଷିତ ହେବାରେ ଲାଗିଛି। ୧୯୯୯ରେ ଆଶ୍‌ପଣ୍ଡ ଭୁଶୁଡ଼ି ବହୁ ମାତ୍ରାରେ ପାଉଁଶ ନନ୍ଦିରାରେ ମିଶିବା ସହ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଗ୍ର୍ରାମର ଫସଲ ନଷ୍ଟ କରିଥିଲା। ଏ ସମ୍ପର୍କରେ କୁକୁଡ଼ାଙ୍ଗର ପୂର୍ବତନ ସରପଞ୍ଚ ଅମୀୟ ତ୍ରିପାଠୀ, କୁରୁଡ଼ୁଲୁର ପୂର୍ବତନ ସରପଞ୍ଚ ସନ୍ତୋଷ ଥମ୍ବ, ବଳରାମପ୍ରସାଦର ଅଖିଳ ପଣ୍ଡା, ଗିରାଙ୍ଗର ପ୍ରଭାସ ସାମଲ ପ୍ରମୁଖ କୁହନ୍ତି, ନାଲ୍‌କୋ ପ୍ଲାଣ୍ଟ ଯୋଗୁ ଅନେକ ସମୟରେ ଜଳ ଓ ବାୟୁ ପ୍ରଦୂଷିତ ହେଉଛି। ଖରାଦିନେ ପବନରେ ଆଶ୍‌ପଣ୍ଡରୁ ପ୍ରବଳମାତ୍ରାରେ ପାଉଁଶ ଉଡ଼ୁଛି। ସେହିପରି ସ୍ମେଲଟର ପ୍ଲାଣ୍ଟରୁ ବିଷାକ୍ତ ଗ୍ୟାସ୍‌ ନିର୍ଗତ ହେଉଛି। ତେଣୁ ପ୍ଲାଣ୍ଟର ଧୂଳିଧୂଆଁରେ ଆମେ ଅତିଷ୍ଠ ହୋଇପଡ଼ିଲୁଣି। ଏ ସମ୍ପର୍କରେ ନାଲ୍‌କୋ ସିପିପି ମହାପ୍ରବନ୍ଧକ ଅମ୍ବିକା ପ୍ରସାଦ ପଣ୍ଡା କହିଛନ୍ତି, ସାମାନ୍ୟ ପବନ ହେଲେ ଆଶ୍‌ପଣ୍ଡରୁ ପାଉଁଶ ଗୁଣ୍ଡ ଉଡ଼ିଥାଏ। କିନ୍ତୁ ପାଉଁଶ ଗୁଣ୍ଡ କିପରି ନ ଉଡ଼ିବ ସେଥିପ୍ରତି ପଦକ୍ଷେପ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri