ନାଲ୍‌କୋ ଅଞ୍ଚଳରେ ବଢ଼ୁଛି ପ୍ରଦୂଷଣ: ଧୂଳି ଧୂଆଁରେ ଲୋକେ ଅତିଷ୍ଠ

ବଅଁରପାଳ, ୫।୬ (ଡି.ଏନ୍‌.ଏ.)- ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀ ଅନେକ ସମୟରେ ପ୍ରଦୂଷଣରେ ଛଟପଟ ହେଉଥିବା ଅଭିଯୋଗ ହେଉଛି। ପ୍ଲାଣ୍ଟ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେଉ ନ ଥିବାରୁ ପାଉଁଶ ଓ ବିଷାକ୍ତ ଧୂଅଁା ଲୋକଙ୍କୁ ଅତିଷ୍ଠ କରିଦେଉଛି। ବିଶେଷକରି ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟରୁ ଅନେକ ସମୟରେ ବିଷାକ୍ତ ଗ୍ୟାସ୍‌ ନିର୍ଗତ ହେଉଥିବାରୁ ନିକଟରେ ଥିବା ଜମିରେ ଫସଲ କ୍ଷତିଗ୍ରସ୍ତ ହେଉଛି। ଏ ନେଇ କ୍ଷତିଗ୍ରସ୍ତମାନେ ଜିଲା ପ୍ରଶାସନ ଓ ନାଲ୍‌କୋ କର୍ତ୍ତୃପକ୍ଷଙ୍କ ନିକଟରେ ପୂର୍ବରୁ ବହୁବାର ଅଭିଯୋଗ ମଧ୍ୟ କରିଛନ୍ତି। ହେଲେ ପ୍ରତିକାରର ସ୍ଥାୟୀ ବ୍ୟବସ୍ଥା କରାଯାଉ ନ ଥିବାରୁ ସମସ୍ୟା ବୃଦ୍ଧି ପାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
୧୨ ଶହ ମେଗାୱାଟ ବିଶିଷ୍ଟ ସିପିପି ବିଦ୍ୟୁତ୍‌ ପ୍ରକଳ୍ପରେ ୧୦ଟି ୟୁନିଟ୍‌ ରହିଛି। ଗୋଟିଏ ୟୁନିଟ୍‌ରୁ ୧୨୦ ମେଗାୱାଟ୍‌ ବିଦ୍ୟୁତ୍‌ ଶକ୍ତି ଉତ୍ପାଦିତ ହୋଇଥାଏ। ବର୍ତ୍ତମାନ କାର୍ଯ୍ୟକ୍ଷମ ୮ଟି ୟୁନିଟ୍‌ରୁ ୯୬୦ ମେଗାଓ୍ବାଟ୍‌ ଶକ୍ତି ଉତ୍ପାଦନ ହେଉଛି। କିନ୍ତୁ ପ୍ଲାଣ୍ଟରୁ ବାହାରୁଥିବା କୋଇଲା ପାଉଁଶର ଉପଯୁକ୍ତ ଯତ୍ନ ନିଆ ନ ଯାଇ ଆଶ୍‌ପଣ୍ଡରେ ଗଦେଇ ଦିଆଯାଉଥିବାରୁ ସାମାନ୍ୟ ପବନରେ ତାହା ଉଡ଼ି ଅଞ୍ଚଳର ପରିବେଶକୁ ପ୍ରଦୂଷିତ କରୁଛି। ବିଶେଷକରି ଖରାଦିନେ ଆଶପଣ୍ଡରୁ ବହୁମାତ୍ରାରେ ପାଉଁଶ ଗୁଣ୍ଡ ଉଡ଼ୁଛି। ଗତ ୧୫ ଦିନ ମଧ୍ୟରେ ନାଲ୍‌କୋ ଆଶ୍‌ପଣ୍ଡରୁ ୩ରୁ ୪ ଥର ପାଉଁଶ ଉଡ଼ି ଆଖପାଖ ଅଞ୍ଚଳର ଲୋକଙ୍କ ଘରେ, କୂଅ ଓ ପୋଖରୀରେ ପଡ଼ିବା ଦ୍ୱାରା ପ୍ରଦୂଷଣ ମାତ୍ରା ବଢ଼ିଯାଇଛି। ସେହିପରି ବର୍ଷା କିମ୍ବା ଆଶପଣ୍ଡରେ ଫାଟ ସୃଷ୍ଟି ହେଲେ ପାଉଁଶ ପାଣି ଲିକେଜ ହୋଇ ନନ୍ଦିରା ନାଳରେ ମିଶୁଥିବା ଅନେକ ସମୟରେ ଦେଖାଯାଉଛି। ଏହାଦ୍ୱାରା ନନ୍ଦିରା ନାଳ ପ୍ରଦୂଷିତ ହେବାରେ ଲାଗିଛି। ୧୯୯୯ରେ ଆଶ୍‌ପଣ୍ଡ ଭୁଶୁଡ଼ି ବହୁ ମାତ୍ରାରେ ପାଉଁଶ ନନ୍ଦିରାରେ ମିଶିବା ସହ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଗ୍ର୍ରାମର ଫସଲ ନଷ୍ଟ କରିଥିଲା। ଏ ସମ୍ପର୍କରେ କୁକୁଡ଼ାଙ୍ଗର ପୂର୍ବତନ ସରପଞ୍ଚ ଅମୀୟ ତ୍ରିପାଠୀ, କୁରୁଡ଼ୁଲୁର ପୂର୍ବତନ ସରପଞ୍ଚ ସନ୍ତୋଷ ଥମ୍ବ, ବଳରାମପ୍ରସାଦର ଅଖିଳ ପଣ୍ଡା, ଗିରାଙ୍ଗର ପ୍ରଭାସ ସାମଲ ପ୍ରମୁଖ କୁହନ୍ତି, ନାଲ୍‌କୋ ପ୍ଲାଣ୍ଟ ଯୋଗୁ ଅନେକ ସମୟରେ ଜଳ ଓ ବାୟୁ ପ୍ରଦୂଷିତ ହେଉଛି। ଖରାଦିନେ ପବନରେ ଆଶ୍‌ପଣ୍ଡରୁ ପ୍ରବଳମାତ୍ରାରେ ପାଉଁଶ ଉଡ଼ୁଛି। ସେହିପରି ସ୍ମେଲଟର ପ୍ଲାଣ୍ଟରୁ ବିଷାକ୍ତ ଗ୍ୟାସ୍‌ ନିର୍ଗତ ହେଉଛି। ତେଣୁ ପ୍ଲାଣ୍ଟର ଧୂଳିଧୂଆଁରେ ଆମେ ଅତିଷ୍ଠ ହୋଇପଡ଼ିଲୁଣି। ଏ ସମ୍ପର୍କରେ ନାଲ୍‌କୋ ସିପିପି ମହାପ୍ରବନ୍ଧକ ଅମ୍ବିକା ପ୍ରସାଦ ପଣ୍ଡା କହିଛନ୍ତି, ସାମାନ୍ୟ ପବନ ହେଲେ ଆଶ୍‌ପଣ୍ଡରୁ ପାଉଁଶ ଗୁଣ୍ଡ ଉଡ଼ିଥାଏ। କିନ୍ତୁ ପାଉଁଶ ଗୁଣ୍ଡ କିପରି ନ ଉଡ଼ିବ ସେଥିପ୍ରତି ପଦକ୍ଷେପ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri