ନାରୀକୁ ଲୋଡ଼ା ସୁରକ୍ଷା

ଢେଙ୍କାନାଳ ଅଫିସ, ୮।୩ – ଶିଳ୍ପରେ ସମୃଦ୍ଧ। ଶିକ୍ଷାରେ ଅଗ୍ରଣୀ। ସ୍ବେଚ୍ଛାସେବୀଙ୍କ ପ୍ରମୁଖ କର୍ମସ୍ଥଳ। ସଚେତନତାର ଅଭାବ ନାହିଁ। ଏସବୁ ସତ୍ତ୍ୱେ ଢେଙ୍କାନାଳ ଜିଲାରେ କମୁନି ନାରୀ ନିର୍ଯାତନା। ବଳାତ୍କାର, ଯୌତୁକ ନିର୍ଯାତନା ଭଳି ମାମଲା ସାଧାରଣ ହେଲାଣି। ବିଗତ ୩ବର୍ଷର ତଥ୍ୟକୁ ଆକଳନ କଲେ ଏହା ସ୍ପଷ୍ଟ ବାରି ହୋଇପଡୁଛି। ମହିଳାଙ୍କ ପ୍ରତି ବଢୁଥିବା ନିର୍ଯାତନା ରୋକିବା ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଥିବାବେଳେ ଏ ଦିଗରେ ଯୁବପିଢ଼ି ଭାବିବାର ସମୟ ଆସିଛି ବୋଲି ଅନେକେ ମତ ଦେଇଛନ୍ତି।
ହସ୍ତଗତ ହୋଇଥିବା ତଥ୍ୟରୁ ଜଣାପଡ଼ିଛି, ଜିଲାରେ ୨୦୧୭ରେ ୩୭, ୨୦୧୮ରେ ୬୪ ଏବଂ ୨୦୧୯ରେ ୭୭ଟି ମହିଳା ବଳାତ୍କାର ମାମଲା ରୁଜୁ ହୋଇଛି। ନାବାଳିକା ବଳାତ୍କାର ମାମଲାର ଚିତ୍ର ମଧ୍ୟ ବେଶ୍‌ ସଙ୍ଗିନ। ୨୦୧୭ରେ ୪୮, ୨୦୧୮ରେ ୭୨, ୨୦୧୯ରେ ୬୬ ଏବଂ ୨୦୨୦ ଜାନୁୟାରୀ ସୁଦ୍ଧା ୪ଜଣ ନାବାଳିକା ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ୨୦୧୭ରେ ୧୧୨, ୨୦୧୮ରେ ୯୭, ୨୦୧୯ରେ ୧୩୦ଟି ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇଛି। ସେହିପରି ୨୦୧୭ରେ ୧୮ଟି ଯୌତୁକଜନିତ ହତ୍ୟାକାଣ୍ଡ ମାମଲା ଦାଏର ହୋଇଥିଲା। ୨୦୧୮ ଏବଂ ୨୦୧୯ରେ ୮ଟି ଲେଖାଏ ଯୌତୁକଜନିତ ହତ୍ୟାକାଣ୍ଡ ଘଟିଥିବା ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି। ଅପରପକ୍ଷେ ୨୦୧୭ରେ ୪୨, ୨୦୧୮ରେ ୪୧ ଏବଂ ୨୦୧୯ରେ ୬୧ଟି ନିର୍ଯାତନା ମାମଲା ରୁଜୁ ହୋଇଛି। ତେବେ ପାରିପାର୍ଶ୍ୱିକ ଚାପରେ ଅନେକ ଘଟଣା ଘରର ଚାରିକାନ୍ଥ ଭିତରେ ଲୁଚିଯାଉଛି। ମହିଳା, ଯୁବତୀ ଏବଂ ନାବାଳିକାଙ୍କ କ୍ଷେତ୍ରରେ ଘଟିଥିବା ଏସବୁ ଅପରାଧକୁ ଆକଳନ କଲେ ଜିଲାରେ ନାରୀ ନିର୍ଯାତନା ବଢ଼ିଥିବା ସ୍ପଷ୍ଟ ଅନୁମେୟ। ଏହାର ପ୍ରମୁଖ କାରଣ ବିକୃତ ମାନସିକତା, ପେସାଦାର ଅପରାଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଅଭାବ ଏବଂ ଯୌତୁକ ଲୋଭ ବୋଲି କୁହାଯାଉଛି। ବିଶେଷ କରି ଗ୍ରାମାଞ୍ଚଳରେ ନାରୀ ନିର୍ଯାତନା ଭଳି ଅପରାଧ ବଢ଼ିବା ଚିନ୍ତାର ବିଷୟ ହୋଇଛି।
ଜିଲା ସଦର ମହକୁମାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବର୍ଷତମାମ ମହିଳା ହିଂସା ନିରୋଧୀ ସଚେତନତା କାର୍ଯ୍ୟକ୍ରମ ହେଉଛି। ବିଭିନ୍ନ କଲେଜରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦିଆଯାଉଛି। ହେଲେ ଗ୍ରାମାଞ୍ଚଳକୁ ସଚେତନତା ଛୁଇଁପାରୁନି। ମାନସିକତାରେ ପରିବର୍ତ୍ତନ ଏବଂ ବ୍ୟାପକ ସଚେତନତା ଦ୍ୱାରା ଅପରାଧକୁ ରୋକାଯାଇପାରିବ ବୋଲି ଅନେକେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri