ଦୃଷ୍ଟି ଆଢୁଆଳରେ ମା’ ଝାରୀ କୁଆଁଦେଈ ପୀଠ: ଉନ୍ନତୀକରଣ, ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି

ଛେଣ୍ଡିପଦା, ୩୦।୧୧(ସ୍ବ.ପ୍ର.) ମନୋରମ ପରିବେଶ, ଉଷ୍ମ ପ୍ରସ୍ରବଣ, ଜନ ସାଧାରଣଙ୍କ ସମାଗମ ଲାଗି ରହିବା ସତ୍ତ୍ୱେ ପର୍ଯ୍ୟଟନ ବିଭାଗ ତଥା ପ୍ରଶାସନର ଦୃଷ୍ଟି ଆଢୁଆଳରେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଚାଙ୍ଗୁଡିଆ ପଞ୍ଚାୟତ ବଡବେରେଣା ଗ୍ରାମସ୍ଥିତ ମା’ ଝାରୀ କୁଆଁଦେଈ ପୀଠ। ନା ହେଉଛି ପୀଠର ଉନ୍ନତୀକରଣ ନା ମିଳୁଛି ପର୍ଯ୍ୟଟନସ୍ଥଳୀର ମାନ୍ୟତା। ଏପରିକି ଯାହାକିଛି ପ୍ରକୃତିଦତ୍ତ ତାହାର ମଧ୍ୟ ରକ୍ଷଣାବେକ୍ଷଣ ହୋଇପାରୁନାହିଁ। ବହୁବାର ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ୱେ ଏ ଦିଗରେ ଦୃଷ୍ଟି ଦିଆଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ।
ବଡବେରେଣା ଗ୍ରାମ ଓହ୍ଲାଣୀ ନାଳ ପାର୍ଶ୍ୱରେ ରହିଛି ମା’ଝାରୀ କୁଆଁଦେଇଙ୍କ ପୀଠସ୍ଥଳ। ନିକଟରେ କୁମ୍ଭୀରା, ଗଉଡୁଣୀ ଓ ବଡଯୋରା ନାଳର ସଂଗମ ସ୍ଥଳରୁ ଓହ୍ଲାଣୀ ନାଳ ବାହାରି ଚିରସ୍ରୋତା ଟିକିରା ନଦୀରେ ମିଶିଛି। ସୁନ୍ଦର ପରିବେଶରେ ଭରପୁର ପୀଠସ୍ଥଳରେ ରହିଛି ଉଷ୍ନ ପ୍ରସ୍ରବଣ ଯାହା ଏହି ସ୍ଥାନର ମୁଖ୍ୟ ଆକର୍ଷଣ। ସେହିପରି ଏଠାକାର ଅନ୍ୟତମ ଆକର୍ଷଣ ମା’ଙ୍କ ବାର୍ଷିକ ଯାତ୍ରା। ଗ୍ରାମବାସୀଙ୍କ ସହଯୋଗରେ ପ୍ରତିବର୍ଷ ଚୈତ୍ର ପୂର୍ଣ୍ଣିମାରେ ବାର୍ଷିକ ଯାତ୍ରା ପାଳନ କରାଯାଇଥାଏ। ବଡବେରେଣା ଯାତ୍ରା ତଥା କୁନ୍ଦ ଯାତ୍ରା ନାମରେ ଏହା ଜଣାଶୁଣା। ଯାତ୍ରା ସମୟରେ ଅନୁଗୋଳ ସମେତ ସମ୍ବଲପୁର, ଦେବଗଡ ତଥା ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥାଏ। ଏଥିସହ ପର୍ଯ୍ୟଟନ ଋତୁରେ ମଧ୍ୟ ଏଠାରେ ବିଭିନ୍ନ ସ୍ଥାନରୁ ଲୋକେ ବୁଲିବାକୁ ଆସି ବଣଭୋଜି କରିଥାନ୍ତି। ହେଲେ ଏସବୁର ରକ୍ଷଣାବେକ୍ଷଣ ସହ ପୀଠର ସୌନ୍ଦର୍ଯ୍ୟକରଣ ତଥା ଉନ୍ନତି ଦିଗରେ ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉ ନ ଥିବା ଅଭିଯୋଗ ହେଉଛି। ପୀଠରେ ଥିବା ଉଷ୍ନ ପ୍ରସବଣ କୁଣ୍ଡଗୁଡିକ ଭାଙ୍ଗିରୁଜି ନଷ୍ଟ ହେବାକୁ ବସିଥିଲେ ହେଁ ଏଥିପ୍ରତି କାହାରି ଦୃଷ୍ଟି ପଡୁନାହିଁ। ଫଳରେ ଦିନକୁ ଦିନ ଏହି ସ୍ଥାନ ନିଜର ଆକର୍ଷଣ ହରାଇବାକୁ ବସିଛି। ସମ୍ପ୍ରତି ସନ୍ତରାବନ୍ଧ ଯୁବଗୋଷ୍ଠୀ, ବଡବେରେଣା ଗ୍ରାମବାସୀଙ୍କ ସମେତ ଆଖପାଖ ଅଞ୍ଚଳ ଲୋକେ ଦେଖାଶୁଣା କରୁଛନ୍ତି। ତୁରନ୍ତ ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ ସହ ସୌନ୍ଦର୍ଯ୍ୟକରଣ କାମ କରାଯିବାକୁ ସେମାନେ ଦାବି କରିଛନ୍ତି। ଏହାହେଲେ ସରକାରଙ୍କ ରାଜସ୍ବ ମଧ୍ୟ ବୃଦ୍ଧି ପାଇବା ସହ ସ୍ଥାନୀୟ ଲୋକେ ମଧ୍ୟ ଉପକୃତ ହୋଇପାରନ୍ତେ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri