ଦୁର୍ଘଟଣାରେ ମୃତ, ଆହତଙ୍କୁ ମିଳୁନି ସହାୟତା

ଛତ୍ରପୁର,୨୧ା୭(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ସଡ଼କ ଦୁର୍ଘଟଣା କମୁନି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅନ୍ୟ ଜିଲା ଭଳି ଏଠାରେ ମଧ୍ୟ ଜିଲାସ୍ତରୀୟ ସଡକ ସୁରକ୍ଷା କମିଟି ଗଠିତ ହୋଇଛି। ବାରମ୍ବାର ବୈଠକ ମଧ୍ୟ ବସୁଛି। ମାତ୍ର କୌଣସି ନିଷ୍ପତ୍ତି କିମ୍ବା ନିର୍ଦ୍ଦେଶ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନି। ଫଳରେ କମିବା ବଦଳରେ ଦିନକୁ ଦିନ ଦୁର୍ଘଟଣା ବଢୁଛି। ଶନିବାର ମଧ୍ୟ ଗଞ୍ଜାମ ଜିଲା ସଡକ ସୁରକ୍ଷା କମିଟି ବୈଠକ ଛତ୍ରପୁରସ୍ଥିତ ଡିଆରଡିଏ ସମ୍ମିଳନୀ ଗୃହରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୬ ମାସ ମଧ୍ୟରେ ଜିଲାରେ ୪୧୧ଦୁର୍ଘଟଣା ଘଟି ୨୩୧ ଜଣଙ୍କ ଜୀବନ ଯାଇଛି। ୨୦୧୭ ବର୍ଷରେ ୭୧୬ ଦୁର୍ଘଟଣା ଘଟିଥିଲା। ଏଥିରେ ୩୮୦ ଜଣଙ୍କ ପ୍ରାଣହାନି ଘଟିଥିଲା। ସେହିପରି ୨୦୧୮ ବର୍ଷରେ ୭୩୮ ଦୁର୍ଘଟଣା ହୋଇଥିଲା। ଏଥିରେ ୩୮୯ ଜଣଙ୍କ ମୃତ୍ୟୁ ହୋଇଥିଲା। ବାରମ୍ବାର ଦୁର୍ଘଟଣା ଘଟୁଥିବା ରାସ୍ତା ଉପରେ ପଦକ୍ଷେପ ନେଇ ଏହା କମାଇବା ଉପରେ ଜିଲାପାଳ ବୈଠକରେ ଗୁରୁତ୍ୱାରୋପ କରିଥିଲେ। ଅଜଣା ଗାଡି ଧକ୍କାରେ କାହାର ମୃତ୍ୟୁ କିମ୍ବା ଆହତ ହେଲେ ଏ ବାବଦରେ ସୋଲାଟିୟମ୍‌ ଫଣ୍ଡରୁ ଅନୁଦାନ ମିଳିବାର ସରକାର ବ୍ୟବସ୍ଥା କରିଛନ୍ତି। ଅଜଣା ଗାଡି ଧକ୍କାରେ ମୃତ୍ୟୁ ବାବଦରେ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଉକ୍ତ ଫଣ୍ଡରୁ ମିଳିବାର ନିୟମ ରହିଛି। ମାତ୍ର ଗଞ୍ଜାମ ଜିଲାରେ ଜଣଙ୍କୁ ମଧ୍ୟ ଏହି ଅର୍ଥ ମିଳିନି। ଏହା ଉପରେ ପଦକ୍ଷେପ ନେଇ ମୃତ୍ୟୁ ବାବଦରେ ଓ ଆହତଙ୍କୁ ସହାୟତା ପ୍ରଦାନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବେପରୁଆ ଗାଡି ଚାଳନା ଓ ଅନ୍ୟ ନିୟମ ଉଲ୍ଲଂଘନ ନେଇ ଚଳିତ ବର୍ଷ ଜୁନ୍‌ ଶେଷ ସୁଦ୍ଧା ୧୨୦୭ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି। ଜାତୀୟ ରାଜପଥ ଉପରେ ବେଆଇନ୍‌ ଭାବେ ଗାଡି ପାର୍କିଂ ହେଉଛି। ଉପଜିଲାପାଳ, ଏସ୍‌ଡିପିଓ, ସ୍ଥାନୀୟ ଥାନା ଅଧିକାରୀମାନେ ଏହାକୁ ହଟାଇବାର ବ୍ୟବସ୍ଥା କରିବାକୁ କୁହାଯାଇଛି। ବର୍ଷ ବର୍ଷ ଧରି ରାସ୍ତା ଉପରେ ଭଙ୍ଗାରୁଜା ଓ ଅଚଳ ଅବସ୍ଥାରେ ଟ୍ରକ୍‌ଗୁଡିକ ପଡିରହୁଛି। ୧୫ ଦିନ ମଧ୍ୟରେ ବାହାର ନ କରାଗଲେ ଉକ୍ତ ଟ୍ରକ୍‌ ଗୁଡିକର ନିଲାମ କରିବାକୁ ଜିଲପାଳ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ସ୍କୁଲଗୁଡିକୁ ଛାତ୍ରୀଛାତ୍ର ଆସିବା ଓ ଫେରିବା ସମୟ ବେଳେ ଶିକ୍ଷକ ସେମାନଙ୍କୁ ସହଯୋଗ କରିବାକୁ କୁହାଯାଇଛି। ତାମ୍ପରାରେ ପାଟ୍ରୋଲିଂ ବ୍ୟବସ୍ଥା, ଛତ୍ରପୁର ହସ୍ପିଟାଲ ପାଇଁ ମହାପ୍ରୟାଣ ଗାଡି ଓ ଜାତୀୟ ରାଜପଥରେ ପାଣି ଜମି ରହୁଥିବା ନେଇ ବୈଠକରେ କମିଟି ସଦସ୍ୟ ବସନ୍ତ ମହାରଣା ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ, ପ୍ରୋବେଶନ ଆଇଏଏସ୍‌ କୀର୍ତ୍ତି ଭାସନ ଭି, ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲାପାଳ ରାଜେନ୍ଦ୍ର ମିଞ୍ଜ, ବ୍ରହ୍ମପୁର ଉପଜିଲାପାଳ, ଆରଟିଓ ସଞ୍ଜୟ ବିଶ୍ୱାଳଙ୍କ ସମେତ କମିଟି ସଭ୍ୟ ଅନୀଲ କୁମାର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri