ଦୁର୍ଗାପୂଜା ପାଇଁ ୧୦ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର, ୨୫-୯(ବ୍ୟୁରୋ):ଦୁର୍ଗାପୂଜା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୧୦ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି। ଯାତ୍ରୀ ସଂଖ୍ୟା ବୃଦ୍ଧି ସମ୍ଭାବନା ଥିବାରୁ ଚଳାଚଳ କରୁଥିବା ଟ୍ରେନଗୁଡିକର ଅତିରିକ୍ତ କୋଚ୍‌ ବ୍ୟବସ୍ଥା କରାଯାଇଛି। ନିୟମିତ ଟ୍ରେନଗୁଡିକରେ ମାତ୍ରାଧିକ ଅପେକ୍ଷା ସୂଚୀ ଏଡାଇବାକୁ ଏହି ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। ତେବେ ଏହି ସ୍ବତନ୍ତ୍ର ଟ୍ରେନ୍‌ଗୁଡ଼ିକ ହେଲା ପୁରୀ-ସନ୍ତ୍ରାଗଚ୍ଛିି-ପୁରୀ ସ୍ପେଶାଲ, ପୁରୀ-ଶାଲିମାର-ପୁରୀ ସ୍ପେଶାଲ, ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର, ବିଶାଖାପାଟଣା-ସିକନ୍ଦରାବାଦ-ବିଶାଖାପାଟଣା, ବିଶାଖାପାଟଣା-ତିରୁପତି-ବିଶାଖାପାଟଣା, କାଚେଗୁଡା-ଟାଟା-କାଚେଗୁଡା, ସନ୍ତ୍ରାଗଚ୍ଛିି-ଚେନ୍ନାଇ-ସନ୍ତ୍ରାଗଚ୍ଛି, ସିକନ୍ଦରାବାଦ-ଭୁବନେଶ୍ୱର-ସିକନ୍ଦରାବାଦ, ସମ୍ବଲପୁର-ବନସଓ୍ବାଡି-ସମ୍ବଲପୁର ଓ ହବିବ୍‌ଗଞ୍ଜ-ପୁରୀ-ହବିବ୍‌ଗଞ୍ଜ।
ପୁରୀ-ସନ୍ତ୍ରାଗଚ୍ଛିି-ପୁରୀ ଟ୍ରେନ୍‌ (୦୮୪୦୩/୦୮୪୦୪) ୪ ଅକ୍ଟୋବରରୁ ୨୭ ଡିସେମ୍ବର ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ପୁରୀରୁ ରାତି ୯ଟା ୨୫ରେ ଛାଡ଼ିବ। ଏହି ତାରିଖ ମଧ୍ୟରେ ପୁରୀ-ଶାଲିମାର-ପୁରୀ ଟ୍ରେନ୍‌ (୦୮୦୩୭/୦୮୦୩୮) ୫ ଅକ୍ଟୋବରରୁ ୨୮ ଡିସେମ୍ବର ପର୍ଯ୍ୟନ୍ତ ପ୍ରତି ଶନିବାର ୧୧ଟା ୫୫ରେ ପୁରୀରୁ ଛାଡ଼ିବ। ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ଏସି ଟ୍ରେନ ୩ ଅକ୍ଟୋବରରୁ ୨୬ ଡିସେମ୍ବର ପର୍ଯ୍ୟନ୍ତ ପ୍ରତି ଗୁରୁବାର ଅପରାହ୍ନ ୧ଟା ୨୦ରେ ଛାଡିବ। କାଚେଗୁଡା-ଟାଟା-କାଚେଗୁଡା(୦୭୪୩୮/୦୭୪୩୯) ୮ ଅକ୍ଟୋବରରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ଟାଟାରୁ ପ୍ରତି ମଙ୍ଗଳବାର ରାତି ୧୦ଟା ୫୦ରେ ଛାଡିବ। ସନ୍ତ୍ରାଗଚ୍ଛି-ଚେନ୍ନାଇ-ସନ୍ତ୍ରାଗଚ୍ଛି (୦୨୮୪୧/୦୨୮୪୨) ୪ ଅକ୍ଟୋବରରୁ ୨୭ ଡିସେମ୍ବର ପର୍ଯ୍ୟନ୍ତ ସନ୍ତ୍ରାଗଚ୍ଛିରୁ ପ୍ରତି ଶୁକ୍ରବାର ଅପରାହ୍ନ ୧୨ଟା ୪୦ରେ ଓ ୫ ଅକ୍ଟୋବରରୁ ୨୮ ଡିସେମ୍ବର ପର୍ଯ୍ୟନ୍ତ ଚେନ୍ନାଇରୁ ପ୍ରତି ଶନିବାର ସନ୍ଧ୍ୟା ୬ଟା ୨୦ରେ ଛାଡିବ। ସିକନ୍ଦରାବାଦ-ଭୁବନେଶ୍ୱର-ସିକନ୍ଦରାବାଦ(୦୨୭୮୩/୦୨୭୮୪) ୩ ଅକ୍ଟୋବରରୁ ୨୮ ନଭେମ୍ବର ପର୍ଯ୍ୟନ୍ତ ଭୁବନେଶ୍ୱରରୁ ପ୍ରତି ଗୁରୁବାର ଓ ରବିବାର ସନ୍ଧ୍ୟା ୬ଟାରେ ଛାଡିବ। ସମ୍ବଲପୁର-ବନସଓ୍ବାଡି-ସମ୍ବଲପୁର(୦୮୩୦୧/୦୮୩୦୨) ୨ ଅକ୍ଟୋବରରୁ ୨୫ ଡିସେମ୍ବର ପର୍ଯ୍ୟନ୍ତ ସମ୍ବଲପୁରରୁ ପ୍ରତି ବୁଧବାର ସକାଳ ୯ଟା ୩୫ରେ ଛାଡିବ। ୩ ଅକ୍ଟୋବରରୁ ୨୬ ଡିସେମ୍ବର ପର୍ଯ୍ୟନ୍ତ ବନସଓ୍ବାଡିରୁ ପ୍ରତି ଗୁରୁବାର ରାତି ୧୧ଟା ୩୦ରେ ଛାଡିବ। ବିଶାଖାପାଟଣା-ସିକନ୍ଦରାବାଦ-ବିଶାଖାପାଟଣା (୦୮୫୦୧/୦୮୫୦୨) ଅକ୍ଟୋବର ୧ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବିଶାଖାପାଟଣାରୁ ପ୍ରତି ମଙ୍ଗଳବାର ରାତି ୧୧ଟାରେ ଛାଡିବ। ୨ ଅକ୍ଟୋବରରୁ ୨୫ ଡିସେମ୍ବର ପର୍ଯ୍ୟନ୍ତ ସିକନ୍ଦରାବାଦରୁ ପ୍ରତି ବୁଧବାର ଅପରାହ୍ନ ୪ଟା ୩୦ରେ ଛାଡିବ। ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ୭ ଅକ୍ଟୋବରରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ବିଶାଖାପାଟଣାରୁ ପ୍ରତି ସୋମବାର ରାତି ୧୦ଟା ୫୫ରେ ଓ ୮ ଅକ୍ଟୋବରରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ତିରୁପତିରୁ ପ୍ରତି ମଙ୍ଗଳବାର ଅପରାହ୍ନ ୩ଟା ୩୦ରେ ଛାଡିବ। ହବିବଗଞ୍ଜ-ପୁରୀ-ହବିବଗଞ୍ଜ(୦୧୬୬୧/୦୧୬୬୨) ୩୦ ଅକ୍ଟୋବର ପର୍ଯ୍ୟନ୍ତ ହବିବଗଞ୍ଜରୁ ପ୍ରତି ମଙ୍ଗଳବାର ସକାଳ ୭ଟା ୨୦ ଓ ପୁରୀଠାରୁ ପ୍ରତି ବୁଧବାର ଅପରାହ୍ନ ୩ଟାରେ ଛାଡିବାକୁ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ, ସୂଚନା ଜାରି କରି ବିଭାଗ କହିଲା ଏହି…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀ ମେଟ୍ରୋ ରେଳ ନିଗମ (DMRC) ସୂଚନା ଦେଇଛି ଯେ, ଜାତୀୟ ରାଜଧାନୀରେ ସୁରକ୍ଷା କାରଣରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ୧୬ଟି ମେଟ୍ରୋ ଷ୍ଟେଶନକୁ ବନ୍ଦ…

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଲିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

ସାକ୍ଷୀଗୋପାଳଙ୍କ ଚନ୍ଦନ ପୋଖରୀ ଜଳ ପ୍ରଦୂଷିତ: ଅତିଷ୍ଠ ହେଉଛି ପଚାମାଛ ଦୁର୍ଗନ୍ଧ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀ ଜଳ ଅତିମାତ୍ରାରେ ପ୍ରଦୂଷିତ ହୋଇଛି। ଫଳରେ ବୁଧବାର ସକାଳୁ ଶହଶହ ସଂଖ୍ୟାରେ ରୋହି, ଭାକୁର,…

ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ପୋଲ: ୩୦ ଏକର ଚାଷଜମିରେ ମାଡ଼ିଗଲା ବାଲିଚର, ଉପବାଚସ୍ପତି ଘଟଣାସ୍ଥଳ ପରିଦର୍ଶନ କରି…

ବଡ଼ଗାଁ,୨୨ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଏକମା, ପାମରା, ବାମଡେରା ଓ ରୁନଗାଁ ପଞ୍ଚାୟତ ଅଞ୍ଚଳରେ ସୋମବାର ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁ…

କଳା ପୋଷାକ ପିନ୍ଧି ସଂସଦ ଆସିବେ ବିରୋଧୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହଙ୍ଗାମାର ଆଶାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ଦଳ ସହିତ ଆଲୋଚନା…

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri