PNB ଗ୍ରାହକଙ୍କୁ ବଡ଼ ଝଟ୍‌କା: ନଭେମ୍ୱର ୧ରୁ ଏଟିଏମ୍‌ ଟଙ୍କା ଉଠାଣରେ ଲାଗିବ ଭାରୀ ଚାର୍ଜ

ନୂଆଦିଲ୍ଲୀ,୩୦।୧୦: ଦୀପାବଳି ପୂର୍ୱରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ନିଜର ଭିସା (Visa) ଏବଂ ରୁପେ (RuPay) କ୍ରେଡିଟ କାର୍ଡ଼ର ନିୟମ ଓ ଚାର୍ଜରେ ବଡ଼ ଧରଣର ପରିବର୍ତ୍ତନ କରିଛି। ନୂତନ ନିୟମ ଅନୁସାରେ କ୍ରେଡିଟ କାର୍ଡ଼ ବ୍ୟବହାର କରି ଏଟିଏମରୁ ଟଙ୍କା ଉଠାଇବା, ବିଳମ୍ୱ ଦେୟ ଶୁଳ୍କ (ଲେଟ ପେମେଣ୍ଟ ଫି’) ଏବଂ ରିୱାର୍ଡ ପଏଣ୍ଟ ରିଡିମ କରିବା ମହଙ୍ଗା ହୋଇଛି। ଏହି ପରିବର୍ତ୍ତନଗୁଡ଼ିକ ନଭେମ୍ୱର ୧ ତାରିଖରୁ ଲାଗୁ ହେବାକୁ ଯାଉଛି।

ଏଣିକି ଯଦି କୌଣସି ଗ୍ରାହକ ଗୋଟିଏ ବିଲିଂ ସାଇକେଲରେ ୫୦,୦୦୦ ଟଙ୍କାରୁ ଅଧିକ ୟୁଟିଲିଟି ବିଲ ଯେପରିକି ବିଦ୍ୟୁତ, ପାଣି, ୱାଇ-ଫାଇ ଏବଂ ଏଲ୍ପିଜି ଭଳି ଘରୋଇ ବିଲ କ୍ରେଡିଟ କାର୍ଡ଼ ମାଧ୍ୟମରେ ପୈଠ କରନ୍ତି, ତେବେ ସେଥିପାଇଁ ୧% ନୂଆ ଶୁଳ୍କ ଆଦାୟ କରାଯିବ। ଏହି ପରିବର୍ତ୍ତନ ପରେ ଗ୍ରାହକମାନଙ୍କୁ କ୍ରେଡିଟ କାର୍ଡ଼ ବ୍ୟବହାର କରିବା ପୂର୍ୱରୁ ନୂଆ ଚାର୍ଜ ତାଲିକାକୁ ଭଲ ଭାବରେ ଦେଖିନେବାକୁ ପଡ଼ିବ।

ରିୱାର୍ଡ ରିଡିମ୍ପସନ (Reward Redemption): ପୂର୍ୱରୁ ଏହା ମାଗଣା ଥିଲା, ଏବେ ପ୍ରତ୍ୟେକ ଥର ରିଡିମ କଲେ ୯୯ ଟଙ୍କା ଦେବାକୁ ପଡ଼ିବ।
ବିଲ ପେମେଣ୍ଟ (Bill Payments): ଗୋଟିଏ ବିଲିଂ ସାଇକେଲରେ ୫୦,୦୦୦ ଟଙ୍କାରୁ ଅଧିକ ବିଲ କ୍ରେଡିଟ କାର୍ଡ଼ରେ ପୈଠ କଲେ ୧% ଶୁଳ୍କ ଲାଗିବ। ଗୋଟିଏ କାରବାରରେ ସର୍ୱାଧିକ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ଲାଗିପାରିବ।
ଏଟିଏମରୁ ଟଙ୍କା ଉଠାଣ (ATM Cash Withdrawal): PNB ଏଟିଏମରେ ୨.୫% କିମ୍ୱା ୪୦୦ ଟଙ୍କା (ଯାହା ଅଧିକ ହେବ)। ସେହିପରି ଅନ୍ୟ ବ୍ୟାଙ୍କର ଏଟିଏମ ଏବଂ ବିଦେଶରେ ୨.୫% କିମ୍ୱା ୫୦୦ ଟଙ୍କା (ଯାହା ଅଧିକ ହେବ)। ପୂର୍ୱରୁ ଏହା ୨% ଏବଂ ସର୍ୱନିମ୍ନ ୧୦୦-୨୦୦ ଟଙ୍କା ଥିଲା।

ଲେଟ ପେମେଣ୍ଟ ଫି’ (Late Payment Fees): ଏବେ ବକେୟା ରାଶି ଉପରେ ସ୍ଲାବ ବୃଦ୍ଧି କରାଯାଇଛି। ୫୦୧ରୁ ୧,୦୦୦ ଟଙ୍କା ବକେୟା ଉପରେ ୫୦୦ ଟଙ୍କା, ୧,୦୦୧ରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ୭୫୦ ଟଙ୍କା ଏବଂ ୧୦,୦୦୧ ଟଙ୍କାରୁ ଊର୍ଦ୍ଧ୍ୱ ବକେୟା ଉପରେ ୧,୦୦୦ ଟଙ୍କା ଶୁଳ୍କ ଆଦାୟ ହେବ। ପୂର୍ୱରୁ ୧,୦୦୦ ଟଙ୍କା ପର୍ଯ୍ୟନ୍ତ କୌଣସି ଶୁଳ୍କ ଲାଗୁ ନଥିଲା (Nil)।

ସୂଚନାଯୋଗ୍ୟ ଯେ, ଏହା ବ୍ୟତୀତ ଚେକ, ଅଟୋ-ଡେବିଟ ରିଟର୍ଣ୍ଣ ଏବଂ ଡୁପ୍ଲିକେଟ ଷ୍ଟେଟମେଣ୍ଟ ଚାର୍ଜରେ ମଧ୍ୟ ପରିବର୍ତ୍ତନ ହୋଇଛି। ଏହି ସମସ୍ତ ଚାର୍ଜ ଉପରେ ଜିଏସ୍ଟି (GST) ଅଲଗା ଭାବେ ଲାଗୁ ହେବ ଏବଂ କାର୍ଡ଼ର ପ୍ରକାରଭେଦ (Variant) ଅନୁଯାୟୀ ଶୁଳ୍କ ଭିନ୍ନ ହୋଇପାରେ।

ଭିସା ଏବଂ ରୁପେ କ୍ରେଡିଟ କାର୍ଡ଼ର ବକେୟା ପରିଶୋଧ ପାଇଁ ଦିଆଯାଇଥିବା ଚେକ ଫେରିଆସିଲେ (ବାଉନ୍ସ ହେଲେ) କିମ୍ୱା ଇଲେକ୍ଟ୍ରୋନିକ କ୍ଲିୟରିଂ ସର୍ଭିସ (ECS) / ଅଟୋ-ଡେବିଟ ନିର୍ଦ୍ଦେଶ ବିଫଳ ହେଲେ, ପୈଠ ରାଶିର ୨% (ସର୍ୱନିମ୍ନ ୪୦୦ ଟଙ୍କା) ନୂଆ ଚାର୍ଜ ଲାଗୁ ହେବ।

ଫିକ୍ସଡ ଡିପୋଜିଟ (FD) ସହ ଜଡ଼ିତ କ୍ରେଡିଟ କାର୍ଡ଼ଗୁଡ଼ିକ ପାଇଁ ପ୍ରତି ଉପକରଣ (Instrument) ପିଛା ୧୦୦ ଟଙ୍କା ଚାର୍ଜ ଲାଗିବ। ଫିକ୍ସଡ ଡିପୋଜିଟ ଆଧାରରେ ଜାରି ହୋଇଥିବା ’ଲକ୍ସୁରା’ (Luxura) କ୍ରେଡିଟ କାର୍ଡ଼ରେ ଲାଗୁ ହେଉଥିବା ସମସ୍ତ ସେବା ଶୁଳ୍କ ସାଧାରଣ ଲକ୍ସୁରା କ୍ରେଡିଟ କାର୍ଡ଼ ଭଳି ସମାନ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

୧୩୮ ଦିନ ପରେ ଶନିଙ୍କ ସିଧା ଚଳନ: ୩ ରାଶିରେ ପ୍ରବଳ ଧନବର୍ଷା, ଚାକିରିରେ ବଡ଼ ପ୍ରମୋଶନ

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ସମସ୍ତ ଗ୍ରହମାନଙ୍କ ମଧ୍ୟରେ ଶନିଙ୍କ ଗତି ସବୁଠାରୁ ମନ୍ଥର ତଥା ପ୍ରଭାବଶାଳୀ ହୋଇଥାଏ। ସୂଚନାଯୋଗ୍ୟ ଯେ,…

ବନ୍ୟାରେ ଉଜୁଡ଼ିଲା ଜୀବିକା, ପାଣି ଭିତରୁ ସ୍ୱପ୍ନ ସାଉଁଟୁଛନ୍ତି ବ୍ୟବସାୟୀ: କିଏ ଖୋଜୁଛି ହଜିଯାଇଥିବା ସାମଗ୍ରୀ, କିଏ ମୁଠାଏ ଖାଦ୍ୟ ପାଇଁ ଡହଳବିକଳ

ପୁରୁଷୋତ୍ତମପୁର, ୩୦।୧୦ (ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଋଷିକୁଲ୍ୟା ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଜିଲାରୁ ପୁରୁଷୋତ୍ତମପୁରର ଜନଜୀବନକୁ ଛାରଖାର କରିଦେଇଛି। ଦୋକାନ ବଜାରରେ…

ଜମ୍ବୁ-ମାର୍ଶାଘାଇ କେନାଲରେ ମତ୍ସ୍ୟଜୀବୀଙ୍କ ନୌଚାଳନା : ଚାମ୍ପିୟନ ଦଳକୁ ଟ୍ରଫି ସହ ଚେକ୍‌ ପ୍ରଦାନ

ମହାକାଳପଡ଼ା, ୩୦।୧୦ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ବଉଳକଣି ପଞ୍ଚାୟତ ଅନ୍ତର୍ଗତ ସ୍କୁଲଘେରି ଗ୍ରାମରେ ନେତାଜୀ ୟୁନାଇଟେଡ୍‌ ଯୁବକ ସଂଘ ପକ୍ଷରୁ ୩୫ତମ…

ଜିଓ ପ୍ଲାଟଫର୍ମସର ଧମାକା: ବମ୍ପର ଲିଷ୍ଟିଂ ପରେ Q2ରେ ଆଦାୟ କଲା ୮,୩୮୯ କୋଟି ଟଙ୍କା

ନୂଆଦିଲ୍ଲୀ,୩୦।୧୦: ନିକଟରେ ଶେୟାର ବଜାରରେ ତାଲିକାଭୁକ୍ତ ହେବା ପରେ ଜିଓ ପ୍ଲାଟଫର୍ମସ୍‌ ପକ୍ଷରୁ ଶୁକ୍ରବାର ପ୍ରଥମ ତ୍ରୈମାସିକ (ସେପ୍ଟେମ୍ବର କ୍ୱାର୍ଟର) ଆର୍ଥିକ ଫଳାଫଳ ପ୍ରକାଶ ପାଇଛି। ଚଳିତ…

ଓଡ଼ିଶା ସୀମାରେ ଆନ୍ଧ୍ରପ୍ରଦେଶର ବେଆଇନ ନିର୍ବାଚନୀ ପ୍ରଚାର: ଗାଡ଼ି ଅଟକାଇଲେ ପଟ୍ଟାଙ୍ଗି ତହସିଲଦାର, ପୋଲିସକୁ…

ପଟ୍ଟାଙ୍ଗି,୩୦।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମା ଭିତରେ ପ୍ରବେଶ କରି ବେଆଇନ ଭାବେ ପ୍ରଚାର କରୁଥିବା ଆନ୍ଧ୍ରପ୍ରଦେଶର ଏକ ପ୍ରଚାର ଗାଡ଼ିକୁ ସ୍ଥାନୀୟ…

ବାତ୍ୟା ପରିସ୍ଥିତି ଅନୁଧ୍ୟାନ କଲେ ପୂର୍ବତନ ବିଧାୟକ

ଗଞ୍ଜାମ, ୩୦।୧୦ (ବିଦ୍ୟାଧର ସାହୁ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ସମଗ୍ର ଗଞ୍ଜାମ ଜିଲା ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ବେଳକୁ ବେଳ ଋଷିକୁଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ…

ଦାଦନ ଦୁଃଖ: ଗାଁରେ ପହଞ୍ଚିଲା ଶ୍ରମିକଙ୍କ ମୃତଦେହ

ନୂଆପଡ଼ା,୩୦ା୧୦(ମକାରୁ ବେମାଲ): ନୂଆପଡ଼ା ଜିଲାରେ ପୁଣି ଏକ ଦାଦନ ଦୁଃଖର ଚିତ୍ର ସାମ୍ନାକୁ ଆସିଛି। କାମ ଅନ୍ବଷଣରେ ବାହାର ରାଜ୍ୟକୁ ଯାଇଥିବା ଜଣେ ଶ୍ରମିକଙ୍କ ମୃତଦେହ ଶୁକ୍ରବାର…

୧୯ ବର୍ଷରୁ କମ୍‌ ଭାରତୀୟ ଏସିଆ କପ୍‌ ଦଳରେ ସ୍ଥାନ ପାଇଲେ ଡ୍ରାଭିଡ୍‌, ସେହ୍ବାଗଙ୍କ ପୁଅ

ନୂଆଦିଲ୍ଲୀ,୩୦ା୧୦: ଆସନ୍ତା ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ଓମାନର ମସ୍କଟଠାରେ ଏସିସି ପୁରୁଷ ୧୯ ବର୍ଷରୁ କମ୍‌ ଏସିଆନ କପ୍‌ ଖେଳାଯିବ। ଏଥିଲାଗି ଘୋଷିତ ଭାରତୀୟ ଦଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?