ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଜଣେ ଗିରଫ

ଦିଗପହଣ୍ଡି,୩୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁହାଳପୁର ଗ୍ରାମର ଧବଳେଶ୍ୱର ପ୍ରଧାନ ଏବଂ ତାଙ୍କ ସାଙ୍ଗ କୃଷ୍ଣ ଗୌଡ଼ ଓରଫ କାଳିଆଙ୍କୁ ଗ୍ରାମ ନିକଟ ପୁରୁଣା ହାଇସ୍କୁଲ ନିକଟରେ ବୁଧବାର ସନ୍ଧ୍ୟା ୭ଟାରେ କେତେ ଜଣ ଯୁବକ ସଂଘବଦ୍ଧ ଭାବେ ଖଣ୍ଡା ଓ କାତିରେ ହାଣି ହତ୍ୟା ଉଦ୍ୟମ କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଗୁହାଳପୁର ଗ୍ରାମର ମୁକେଶ ପ୍ରଧାନ(୩୨)ଙ୍କୁ ଶୁକ୍ରବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠା ଯାଇଛି।
ଖବରରୁ ପ୍ରକାଶ, ବୁଧବାର ସନ୍ଧ୍ୟାରେ ଧବଳେଶର, କୃଷ୍ଣ, ଶୁଭମ ଏବଂ ତାଙ୍କ ୩ ସାଙ୍ଗ ହାଇସ୍କୁଲ ପିଣ୍ଡାରେ ବସି କଥା ହେଉଥିବା ବେଳେ ମୁକେଶ ଏବଂ ତାଙ୍କ ୫ ସହଯୋଗୀ ଖଣ୍ଡା, କାତି, ଭୁଜାଲି, ଠେଙ୍ଗା ଆଦି ମାରଣାସ୍ତ୍ର ଧରି ସେଠାରେ ପହଞ୍ଚି ଶୁଭମଙ୍କୁ ଗାଳି କରିଥିଲେ। ଶୁଭମ, ଧବଳେଶର, କୃଷ୍ଣ ଏବଂ ତାଙ୍କ ସାଙ୍ଗମାନେ ଏହାର ପ୍ରତିବାଦ କରିବାରୁ ସେମାନେ ସମସ୍ତଙ୍କୁ ଆକ୍ରମଣ କରିଥିଲେ। ଖଣ୍ଡା ଚୋଟରେ ଧବଳେଶ୍ୱରଶ୍‌ଙ୍କ ବାମ ପାଦ ହାଣି ହୋଇଯାଇଥିବା ବେଳେ କୃଷ୍ଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଉଭୟେ ନିକଟସ୍ଥ ମେଡିକାଲ ଷ୍ଟୋରରେ ଔଷଧ କିଣୁଥିବା ବେଳେ ମୁକେଶ ଓ ଅନ୍ୟମାନେ ଏକ କାର ଓ ବାଇକରେ ସେଠାରେ ପହଞ୍ଚତ୍ ଧବଳେଶ୍ୱରଙ୍କୁ ସେଠାରେ ପୁଣି ଥରେ ମାଡ଼ ମାରିବା ସହ ଧମକ ଦେଇ ଚାଲିଯାଇଥିଲେ। ଘଟଣା ପରଦିନ ଧବଳେଶ୍ୱର ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏହାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ୪୫୭/୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ ମାଫିଆଙ୍କ ଉପରେ ରହିବ କଡ଼ା ନଜର: ଦାୟିତ୍ୱ ଗ୍ରହଣ କରି ଚେତାବନୀ ଦେଲେ ନୂତନ ବନପାଳ

ପାଟଣା,୩୦।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ଦୁଇଜଣ ବନପାଳଙ୍କ ବଦଳି ହୋଇଥିବା ବେଳେ ନୂତନ ଭାବେ ଦୁଇଜଣ ବନପାଳ ଯୋଗଦେଇଛନ୍ତି। ଏହି ଅବସରରେ ଶୁକ୍ରବାର…

ଧରାଶାୟୀ ହେଲା ରୂପା, ଫିକା ପଡ଼ିଲା ସୁନା ଚମକ: ୧୧ ମାସର ରେକର୍ଡ ଭାଙ୍ଗି ୮୩୦୦ ଟଙ୍କା ଶସ୍ତା ହେଲା…

ନୂଆଦିଲ୍ଲୀ,୩୦।୧୦: ସାରା ଦେଶରେ ଅକ୍ଟୋବର ୩୦ ତାରିଖରେ ସୁନା ଓ ରୂପା (ଚାନ୍ଦି) ଦରରେ ଏକ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରାଫା ବଜାରରେ…

ତପ୍ତପାଣି ଘାଟି ରାସ୍ତାରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ଦିଗପହଣ୍ଡି,୩୦ା୧୦(ଅଶେଷ ନାଥ ମିଶ୍ର): ତପ୍ତପାଣି ଘାଟି ରାସ୍ତାରେ ଗାଡ଼ି ଚଳାଚଳ ଶୁକ୍ରବାର ସ୍ବାଭାବିକ ହୋଇଛି। ଗଞ୍ଜାମ-ଗଜପତି ସୀମାନ୍ତ ୩୨୬ ନଂ. ଜାତୀୟ ରାଜପଥ ତପ୍ତପାଣି ଘାଟିର ବେଲଗଡ…

ମେରୁଦଣ୍ଡ ଭାଙ୍ଗିଲା ‘ଅର୍ଣ୍ଣବ’: ଜକର ପଞ୍ଚାୟତରେ ଉଜୁଡ଼ିଗଲା ଚାଷଜମି, ବାସହରା ପରିବାର, ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ସିଦ୍ଧାନ୍ତ

ଦିଗପହଣ୍ଡି,୩୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଞ୍ଚଳରେ ବାତ୍ୟା ‘ଅର୍ଣ୍ଣବ’ ଜନିତ ଲଗାଣ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଶୁକ୍ରବାର…

ହେଲିକପ୍ଟରରେ ଆସିଲା ରିଲିଫ ସାମଗ୍ରୀ: ଆକାଶମାର୍ଗରୁ ବନ୍ୟା କ୍ଷୟକ୍ଷତି ଆକଳନ କଲେ ମୁଖ୍ୟମନ୍ତ୍ରୀ

ଭଞ୍ଜନଗର, ୩୦ା୧୦ (ବାବୁଲା ପ୍ରଧାନ: ଶୁକ୍ରବାର ବାୟୁସେନାର ଏକ ହେଲିକପ୍ଟର ଭଞ୍ଜନଗରର ଜିଲୁଣ୍ଡୀ ପଡ଼ିଆରେ ଅବତରଣ କରିଥିଲା। ବନ୍ୟା ପ୍ରଭାବିତଙ୍କ ପାଇଁ ଆଣିଥିବା ରିଲିଫ ସାମଗ୍ରୀ ବଣ୍ଟନ…

ଆନ୍ଦୋଳନ ପରେ ଚେତିଲା ପ୍ରଶାସନ ପୋଲିସ ସୁରକ୍ଷାରେ ବିପନ୍ନଙ୍କ ପାଖକୁ ଗଲା ରିଲିଫ, ଭୋକ ଉପାସରେ ଜଳବନ୍ଦି ଜୀବନ କାଟୁଥିଲେ ବନ୍ୟା ପୀଡ଼ିତ

ପୁରୁଷୋତ୍ତମପୁର, ୩୦।୧୦ (ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୁଲ୍ୟା ନଦୀରେ ଭୟଙ୍କର ବନ୍ୟା ଆସି ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଅଞ୍ଚଳକୁ ଛାରଖାର କରିଦେଇଛି। ନଦୀର ବନ୍ୟାଜଳ…

ବନ୍ୟାରେ ମାନବିକତାର ମୃତ୍ୟୁ: ପାଣିଘେରରେ ଲୋକେ, ବ୍ଲକ କାର୍ଯ୍ୟାଳୟର ଉଚ୍ଚ ସ୍ଥାନରେ ସୁରକ୍ଷିତ ରଖାଗଲା କର୍ମଚାରୀଙ୍କ ଗାଡ଼ି

ପୁରୁଷୋତ୍ତମପୁର, ୩୦।୧୦ (ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଋଷିକୁଲ୍ୟା ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରର ଜନଜୀବନକୁ ଛାରଖାର କରିଦେଇଛି। ଚାରିଆଡ଼େ ବନ୍ୟାଜଳ।…

୧୩୮ ଦିନ ପରେ ଶନିଙ୍କ ସିଧା ଚଳନ: ୩ ରାଶିରେ ପ୍ରବଳ ଧନବର୍ଷା, ଚାକିରିରେ ବଡ଼ ପ୍ରମୋଶନ

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ସମସ୍ତ ଗ୍ରହମାନଙ୍କ ମଧ୍ୟରେ ଶନିଙ୍କ ଗତି ସବୁଠାରୁ ମନ୍ଥର ତଥା ପ୍ରଭାବଶାଳୀ ହୋଇଥାଏ। ସୂଚନାଯୋଗ୍ୟ ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?