ତପ୍ତପାଣି ଘାଟି ରାସ୍ତାରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ଦିଗପହଣ୍ଡି,୩୦ା୧୦(ଅଶେଷ ନାଥ ମିଶ୍ର): ତପ୍ତପାଣି ଘାଟି ରାସ୍ତାରେ ଗାଡ଼ି ଚଳାଚଳ ଶୁକ୍ରବାର ସ୍ବାଭାବିକ ହୋଇଛି। ଗଞ୍ଜାମ-ଗଜପତି ସୀମାନ୍ତ ୩୨୬ ନଂ. ଜାତୀୟ ରାଜପଥ ତପ୍ତପାଣି ଘାଟିର ବେଲଗଡ ଗାଁ ନିକଟ କଲଭର୍ଟ ପାହାଡରୁ ଆସୁଥିବା ପାଣିରେ ଭାସି ଯାଇଥିଲା। ପ୍ରାୟ ୨୦ ଫୁଟ ରାସ୍ତା ସମ୍ପୂର୍ଣ୍ଣ ଧସିଯିବାରୁ ଏହି ରାସ୍ତାରେ ଗାଡ଼ି ଚଳାଚଳ ବିପଦପୂର୍ଣ୍ଣ ହୋଇପଡ଼ିଥିଲା। ପୋଲିସ ପ୍ରଶାସନ ପକ୍ଷରୁ ରାସ୍ତାର ଉଭୟ କଡ଼ରେ ଅସ୍ଥାୟୀ ବାରିକେଡ କରାଯାଇ ରାସ୍ତାକୁ ସିଲ କରାଯାଇଥିବା ବ୍ରହ୍ମପୁରଠାରୁ ଭାୟା ଦିଗପହଣ୍ଡି ଦେଇ ଗଜପତି, ରାୟଗଡ଼ା, କନ୍ଧମାଳ, ଜୟପୁର, କୋରାପୁଟ, କଳାହାଣ୍ଡି, ମାଲିକାନଗିରି ଜିଲା ସମେତ ପଡୋଶୀ ଆନ୍ଧ୍ର, ଛତିଶଗଡ଼, ତେଲଙ୍ଗାନା, ମଧ୍ୟପ୍ରଦେଶକୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଶୁକ୍ରବାର ସକାଳେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ କର୍ମଚାରୀ ସେଠାରେ ଉପସ୍ଥିତ ରହି ରାସ୍ତା ମରାମତି କରିବାପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିବା ଜଣାପଡିଛି।
ଅନ୍ୟପକ୍ଷରେ ଗୁରୁବାର ରାତିରେ ପ୍ରବଳ ବର୍ଷା ହେବାରୁ ଏହି ରାସ୍ତାର ତପ୍ତପାଣି, କାଳିବୋରେଇ, ଛେଦନଇ, ପାଳୁଖଳା ଗାଁ ନିକଟ ରାସ୍ତାକଡରେ ଥିବା ଧାଙ୍ଗିଡି ପାହାଡ଼ରେ ଭୂ-ସ୍ଖଳନ ହୋଇ ଗୋଟିଏ ଗୋଟିଏ ସ୍ଥାନରେ ପାହାଡ ଧସି ପାହାଡ଼ରୁ ୩ ଫୁଟ ଉଚ୍ଚରେ ପାଣି ରାସ୍ତାରେ ପ୍ରବାହିତ ହେଉଥିଲା। ରାସ୍ତାକଡର ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିରହିଥିଲା। ବ୍ରହ୍ମପୁରସ୍ଥିତ ଜାତୀୟ ରାଜପଥ ପ୍ରାଧିକରଣ କାର୍ଯ୍ୟାଳୟ ସାନଖେମୁଣ୍ଡି ଅଗ୍ନିଶମବାହିନୀ ଓ ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ଅଧିକାରୀ ପି.କେ. ବାଲିକାନା ଘଟଣାସ୍ଥଳରେ ପହଞ୍ଚି କିଛି ମାତ୍ରାରେ ରାସ୍ତା ସଫା କରିଥିଲେ। ଏବେ ସୁଦ୍ଧା ରାସ୍ତାର ଉଭୟ ପାର୍ଶ୍ୱରେ ପଥର ଓ ପାହାଡ଼ର ମାଟି ପଡିରହିଛି। ରାଜପଥ ବିଭାଗ ପକ୍ଷରୁ ଏହାକୁ ସଫାକରିବା ଲାଗି ଉଦ୍ୟମ ଜାରି ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଜଣେ ଗିରଫ

ଦିଗପହଣ୍ଡି,୩୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁହାଳପୁର ଗ୍ରାମର ଧବଳେଶ୍ୱର ପ୍ରଧାନ ଏବଂ ତାଙ୍କ ସାଙ୍ଗ କୃଷ୍ଣ ଗୌଡ଼ ଓରଫ କାଳିଆଙ୍କୁ…

ଧରାଶାୟୀ ହେଲା ରୂପା, ଫିକା ପଡ଼ିଲା ସୁନା ଚମକ: ୧୧ ମାସର ରେକର୍ଡ ଭାଙ୍ଗି ୮୩୦୦ ଟଙ୍କା ଶସ୍ତା ହେଲା…

ନୂଆଦିଲ୍ଲୀ,୩୦।୧୦: ସାରା ଦେଶରେ ଅକ୍ଟୋବର ୩୦ ତାରିଖରେ ସୁନା ଓ ରୂପା (ଚାନ୍ଦି) ଦରରେ ଏକ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରାଫା ବଜାରରେ…

ମେରୁଦଣ୍ଡ ଭାଙ୍ଗିଲା ‘ଅର୍ଣ୍ଣବ’: ଜକର ପଞ୍ଚାୟତରେ ଉଜୁଡ଼ିଗଲା ଚାଷଜମି, ବାସହରା ପରିବାର, ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ସିଦ୍ଧାନ୍ତ

ଦିଗପହଣ୍ଡି,୩୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଞ୍ଚଳରେ ବାତ୍ୟା ‘ଅର୍ଣ୍ଣବ’ ଜନିତ ଲଗାଣ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଶୁକ୍ରବାର…

ହେଲିକପ୍ଟରରେ ଆସିଲା ରିଲିଫ ସାମଗ୍ରୀ: ଆକାଶମାର୍ଗରୁ ବନ୍ୟା କ୍ଷୟକ୍ଷତି ଆକଳନ କଲେ ମୁଖ୍ୟମନ୍ତ୍ରୀ

ଭଞ୍ଜନଗର, ୩୦ା୧୦ (ବାବୁଲା ପ୍ରଧାନ: ଶୁକ୍ରବାର ବାୟୁସେନାର ଏକ ହେଲିକପ୍ଟର ଭଞ୍ଜନଗରର ଜିଲୁଣ୍ଡୀ ପଡ଼ିଆରେ ଅବତରଣ କରିଥିଲା। ବନ୍ୟା ପ୍ରଭାବିତଙ୍କ ପାଇଁ ଆଣିଥିବା ରିଲିଫ ସାମଗ୍ରୀ ବଣ୍ଟନ…

ଆନ୍ଦୋଳନ ପରେ ଚେତିଲା ପ୍ରଶାସନ ପୋଲିସ ସୁରକ୍ଷାରେ ବିପନ୍ନଙ୍କ ପାଖକୁ ଗଲା ରିଲିଫ, ଭୋକ ଉପାସରେ ଜଳବନ୍ଦି ଜୀବନ କାଟୁଥିଲେ ବନ୍ୟା ପୀଡ଼ିତ

ପୁରୁଷୋତ୍ତମପୁର, ୩୦।୧୦ (ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୁଲ୍ୟା ନଦୀରେ ଭୟଙ୍କର ବନ୍ୟା ଆସି ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଅଞ୍ଚଳକୁ ଛାରଖାର କରିଦେଇଛି। ନଦୀର ବନ୍ୟାଜଳ…

ବନ୍ୟାରେ ମାନବିକତାର ମୃତ୍ୟୁ: ପାଣିଘେରରେ ଲୋକେ, ବ୍ଲକ କାର୍ଯ୍ୟାଳୟର ଉଚ୍ଚ ସ୍ଥାନରେ ସୁରକ୍ଷିତ ରଖାଗଲା କର୍ମଚାରୀଙ୍କ ଗାଡ଼ି

ପୁରୁଷୋତ୍ତମପୁର, ୩୦।୧୦ (ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଋଷିକୁଲ୍ୟା ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରର ଜନଜୀବନକୁ ଛାରଖାର କରିଦେଇଛି। ଚାରିଆଡ଼େ ବନ୍ୟାଜଳ।…

୧୩୮ ଦିନ ପରେ ଶନିଙ୍କ ସିଧା ଚଳନ: ୩ ରାଶିରେ ପ୍ରବଳ ଧନବର୍ଷା, ଚାକିରିରେ ବଡ଼ ପ୍ରମୋଶନ

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ସମସ୍ତ ଗ୍ରହମାନଙ୍କ ମଧ୍ୟରେ ଶନିଙ୍କ ଗତି ସବୁଠାରୁ ମନ୍ଥର ତଥା ପ୍ରଭାବଶାଳୀ ହୋଇଥାଏ। ସୂଚନାଯୋଗ୍ୟ ଯେ,…

ବନ୍ୟାରେ ଉଜୁଡ଼ିଲା ଜୀବିକା, ପାଣି ଭିତରୁ ସ୍ୱପ୍ନ ସାଉଁଟୁଛନ୍ତି ବ୍ୟବସାୟୀ: କିଏ ଖୋଜୁଛି ହଜିଯାଇଥିବା ସାମଗ୍ରୀ, କିଏ ମୁଠାଏ ଖାଦ୍ୟ ପାଇଁ ଡହଳବିକଳ

ପୁରୁଷୋତ୍ତମପୁର, ୩୦।୧୦ (ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଋଷିକୁଲ୍ୟା ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଜିଲାରୁ ପୁରୁଷୋତ୍ତମପୁରର ଜନଜୀବନକୁ ଛାରଖାର କରିଦେଇଛି। ଦୋକାନ ବଜାରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?