ଭଞ୍ଜନଗର, ୩୦ା୧୦ (ବାବୁଲା ପ୍ରଧାନ: ଶୁକ୍ରବାର ବାୟୁସେନାର ଏକ ହେଲିକପ୍ଟର ଭଞ୍ଜନଗରର ଜିଲୁଣ୍ଡୀ ପଡ଼ିଆରେ ଅବତରଣ କରିଥିଲା। ବନ୍ୟା ପ୍ରଭାବିତଙ୍କ ପାଇଁ ଆଣିଥିବା ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଅନ୍ୟ କେତେକ ବନ୍ୟା ପ୍ରଭାବିତ ଅଞ୍ଚଳରେ ଆକାଶମାର୍ଗରୁ ମଧ୍ୟ ରିଲିଫ ସାମଗ୍ରୀ ପକାଯାଇଥିଲା। ତେବେ ବନ୍ୟାର ପ୍ରକୋପ ସମୟରେ ଅନେକ ଲୋକ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବାବେଳେ ହେଲିକପ୍ଟର କିମ୍ବା ଆକାଶମାର୍ଗରୁ ରିଲିଫ ସହାୟତା ମିଳି ନ ଥିଲା। ବନ୍ୟାଜଳ କମିବା ପରେ ହେଲିକପ୍ଟର ଆସି ରିଲିଫ ସାମଗ୍ରୀ ପହଞ୍ଚାଇବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିପଦ ସମୟରେ ତ୍ୱରିତ ସହାୟତା ମିଳିଥିଲେ ଅନେକ ଲୋକ ଉପକୃତ ହୋଇପାରିଥାନ୍ତେ ବୋଲି ଅଞ୍ଚଳବାସୀ କହିଛନ୍ତି।

