Posted inଖେଳ

ଭାରତକୁ ହରାଇବା ପରେ ଖୁସି ପ୍ରକଟ କଲେ କିୱି ଅଧିନାୟକ: କହୁ କହୁ କହିଦେଲେ ଏମିତି, ଭାରତୀୟ ଖେଳାଳି ଶୁଣିଲେ…

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ମାଟିରେ ଲଗାତାର ୩ଟି ମ୍ୟାଚ ଜିତିବା ପରେ ଚତୁର୍ଥ ଟି-୨୦ ମ୍ୟାଚରେ ପରାଜୟର ସାମ୍ନା କରିଛି ଟିମ ଇଣ୍ଡିଆ। ଅକଲାଣ୍ଡରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଭାରତକୁ ୮୭ ରନରେ ହରାଇଛି ନ୍ୟୁଜିଲାଣ୍ଡ। ଦୀର୍ଘ ସାଢ଼େ ୬ ବର୍ଷ ପରେ ନିଜ ଘରୋଇ ମାଟିରେ ଭାରତ ବିପକ୍ଷରେ ପ୍ରଥମ ଥର ପାଇଁ ଟି-୨୦ ମ୍ୟାଚ ଜିତିଛି କିୱି ଦଳ। ଏହି ବିଜୟ ପରେ କିୱି ଅଧିନାୟକ ମିଚେଲ ସାଣ୍ଟନର କ’ଣ କହିଛନ୍ତି, ଆସନ୍ତୁ ଜାଣିବା।

ଚତୁର୍ଥ ଟି-୨୦ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୨୫୯ ରନର ବିଶାଳ ସ୍କୋର କରିଥିଲା। ଏହାର ଜବାବରେ ଭାରତୀୟ ଦଳ ମାତ୍ର ୧୭୨ ରନ କରିବାକୁ ସକ୍ଷମ ହୋଇଥିଲା। ମ୍ୟାଚ ପରେ ମିଚେଲ ସାଣ୍ଟନର କହିଥିଲେ, ହଁ, ଆମେ ପୁଣି ଥରେ ଟସ ହାରିଥିଲୁ। କିନ୍ତୁ ମୋ ମତରେ ପବନ ଯୋଗୁ ଶୁକ୍ରବାର ରାତିରେ କାକରର ପ୍ରଭାବ ସେତେଟା ନଥିଲା। ୨୬୦ ରନର ଲକ୍ଷ୍ୟ ନିଶ୍ଚିତ ଭାବେ ଭଲ ସ୍କୋର। କିନ୍ତୁ ଭାରତ ଭଳି ଶକ୍ତିଶାଳୀ ଖେଳାଳିଙ୍କ ବିପକ୍ଷରେ ଜିତିବାକୁ ହେଲେ ଭଲ ବୋଲିଂ କରିବା ଜରୁରୀ। ମୋ ମତରେ ଆମେ ତାହା ହିଁ କରିଛୁ।

ସେ ଆହୁରି କହିଥିଲେ, ଆମେ ପିଚକୁ ଭଲ ଭାବେ ବୁଝିପାରିଥିଲୁ। ଆରମ୍ଭରେ ବଲ ଦ୍ରୁତ ଗତିରେ ବ୍ୟାଟରୁ ଆସୁଥିଲା। ଏହାପରେ ଆମେ ସମାନ ଲେନ୍ଥରେ ବୋଲିଂ ଜାରି ରଖିଥିଲୁ। ବ୍ୟାଟରମାନେ ମଧ୍ୟ ଚମତ୍କାର ବ୍ୟାଟିଂ କରିଥିଲେ। ଆରମ୍ଭରୁ ହିଁ ଆମେ ଉଇକେଟ୍‌ ନେବାରେ ସଫଳ ହୋଇଥିଲୁ, ଯାହା ପାୱାରପ୍ଲେରେ ବେଶ ଗୁରୁତ୍ୱପୂର୍ଣ୍ଣ।

ସାଣ୍ଟନର ଆହୁରି କହିଛନ୍ତି, ଏହି ମ୍ୟାଚରେ ଆମର ଲାଇନ ଓ ଲେନ୍ଥ ବହୁତ ଭଲ ଥିଲା। ପିଚକୁ ମଧ୍ୟ ଆମକୁ କିଛି ସହାୟତା ମିଳିଥିଲା। ଅଧିକାଂଶ ମ୍ୟାଚରେ ଆମେ ଏଭଳି ପିଚ ଚାହିଁଥାଉ। ଭଲ ବାଉନ୍ସ ଥିବା ପିଚ ମିଳିବା ସହ ଯଦି ଆମେ ସଠିକ ସ୍ଥାନରେ ବୋଲିଂ କରିପାରିବୁ, ତେବେ ସବୁକିଛି ଭଲ ହୋଇଥାଏ।

ଅକଲାଣ୍ଡର ପଡ଼ିଆକୁ ବୋଲରଙ୍କ ପାଇଁ ବେଶ ଆହୱାନପୂର୍ଣ୍ଣ ବୋଲି ବିବେଚନା କରାଯାଏ। କାରଣ ଏଠାରେ ସିଧା ବାଉଣ୍ଡାରୀ ବହୁତ ଛୋଟ। ତଥାପି ଭାରତକୁ ୯ ଉଇକେଟ୍‌ ବିନିମୟରେ ୧୭୨ ରନର ଅଟକାଇବାରେ ସଫଳ ହୋଇଥିବାରୁ ନିଜ ଦଳର ବୋଲିଂ ପ୍ରଦର୍ଶନରେ ସାଣ୍ଟନର ବେଶ ଖୁସି ଥିଲେ।

ସେ କହିଥିଲେ, ମୁଁ ଆମ ଦଳର ପ୍ରଦର୍ଶନରେ ବହୁତ ଖୁସି। ଏହା ଏକ କଷ୍ଟକର ପଡ଼ିଆ। ଆମେ ଭାରତୀୟ ବ୍ୟାଟରଙ୍କୁ ଦ୍ରୁତ ଗତି ଓ ଭଲ ବାଉନ୍ସ ଥିବା ବଲ୍ର ସାମ୍ନା କରିବାକୁ ବାଧ୍ୟ କରିଥିଲୁ। ଫଳରେ ସେମାନଙ୍କୁ କଠିନ ସଟ ଖେଳିବାକୁ ପଡ଼ିଥିଲା। କିଛି ବଲ ଆକାଶକୁ ଉଠିଥିଲା, ଯାହା ଆମ ପାଇଁ ଭଲ ଥିଲା। ଯଦିଓ ଆମେ କିଛି କ୍ୟାଚ ଛାଡ଼ିଥିଲୁ, ତଥାପି ଏଠାରେ ପବନ ଯୋଗୁ ବଲର ଦିଗ ବଦଳିବା ସାଧାରଣ କଥା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ବଢ଼ିଲା ଟିମଇଣ୍ଡିଆର ଟେନ୍‌ସନ୍‌: ପୁଣି ଫେଲ ମାରିଲେ..

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳର ଷ୍ଟାର୍‌ ଓପନର ଯଶସ୍ବୀ ଜୟସ୍ବାଲଙ୍କ ଖରାପ ଫର୍ମ ଏବେ ଟିମ ଇଣ୍ଡିଆର ଚିନ୍ତା ବଢ଼ାଇଛି। ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ଦ୍ୱିତୀୟ…

ବଡ଼ ରେକର୍ଡ କରିଦେଲେ ଶ୍ରେୟସ ଆୟର: ରୋହିତ ଶର୍ମାଙ୍କୁ ପକାଇଲେ ପଛରେ

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଭାରତୀୟ ଦଳକୁ ଚତୁର୍ଥ ମ୍ୟାଚ୍‌ରେ ବଡ଼ ପରାଜୟର ସାମ୍ନା କରିବାକୁ ପଡ଼ିଛି। ପ୍ରଥମ ୩ଟି ମ୍ୟାଚ…

ଭୋଟ ଦେବାକୁ ଆନ୍ଧ୍ର କରୁଛି ବ୍ଲାକ୍‌ମେଲ୍‌: ଲୋକଙ୍କୁ ବୁଝାଇଲେ ବିଧାୟକ

ନନ୍ଦପୁର,୩୧ା୧୦(ତୁଷାର କାନ୍ତ ମହାନ୍ତି):ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବା ପଞ୍ଚାୟତଗୁଡ଼ିକରେ ରାଜନୈତିକ ଓ ପ୍ରଶାସନିକ…

ସରକାର ଆଗୁଆ ପ୍ରସ୍ତୁତ ହୋଇଥିଲେ ଏତେ ଖରାପ ଅବସ୍ଥା ହୋଇ ନ ଥାଆନ୍ତା: ବିଜେଡି

ଭୁବନେଶ୍ୱର, ୩୧।୧୦(ସୁନିତ୍‌ ମିଶ୍ର): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସମ୍ପର୍କରେ ଆଗୁଆ ସତର୍କ ସୂଚନା ଜାରି ହୋଇଥିବା ସତ୍ତ୍ୱେ ଗଞ୍ଜାମ…

ଭାଙ୍ଗିଲା ଭୁଟାନ ଗ୍ଲେସିଅର ହ୍ରଦ

ଥିମ୍ପୁ, ୩୧ା୧୦: ଭୁଟାନରେ ଏକ ଗ୍ଲେସିଅର ହ୍ରଦ ଭାଙ୍ଗିବା ଜନିତ ବନ୍ୟା(ଜିଏଲ୍‌ଓଏଫ୍‌) କାରଣରୁ ଉତ୍ତର ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ ଉଚ୍ଚ ବନ୍ୟା ସତର୍କତା ଜାରି କରାଯାଇଛି। ସଙ୍କୋଶ…

ଅଭିଷେକ-ବୈଭବଙ୍କୁ ନେଇ ଯୁବରାଜଙ୍କ ବଡ଼ ବୟାନ, କହିଦେଲେ ଏମିତି କଥା! ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ,୩୧।୧୦: ବିଶ୍ୱର ସବୁଠାରୁ ବିସ୍ଫୋରକ ଓପନିଂ ବ୍ୟାଟରଙ୍କ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିସାରିଛନ୍ତି ଅଭିଷେକ ଶର୍ମା। ତାଙ୍କର ବର୍ତ୍ତମାନର ଦମ୍‌ଦାର ଫର୍ମ ଦର୍ଶାଉଛି ଯେ, ରାଙ୍କିଂରେ…

BCCIର ବଡ଼ ନିଷ୍ପତ୍ତି: ଟିମ ଇଣ୍ଡିଆରୁ ବିଦାୟ ନେବେ ନୀତୀଶ ରେଡ୍ଡୀ! କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ପରେ ଯୁବ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀଙ୍କୁ ଭାରତୀୟ ଦିନିକିଆ ଦଳରୁ ରିଲିଜ କରିବାକୁ ବଡ଼ ନିଷ୍ପତ୍ତି ନେଇଛି ଭାରତୀୟ…

ମ୍ୟାଚ୍ ହାରିଲା ଟିମ୍ ଇଣ୍ଡିଆ, କିନ୍ତୁ ଇତିହାସ ରଚିଲେ ଅଲରାଉଣ୍ଡର ଅକ୍ଷର ପଟେଲ

ନୂଆଦିଲ୍ଲୀ,୩୦।୧୦: ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲ ଟି-୨୦ କ୍ରିକେଟରେ ଏକ ନୂଆ ଇତିହାସ ରଚିଛନ୍ତି। ଟି-୨୦ କ୍ରିକେଟ ଫର୍ମାଟରେ ୩,୦୦୦ ରନ୍ ଏବଂ ୩୦୦ ଉଇକେଟର ‘ଡବଲ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?