ଗଞ୍ଜାମ-ଗଜପତିରେ ବନ୍ୟା ବିଭୀଷିକା: ୪୩ ହଜାର ଲୋକ ପ୍ରଭାବିତ, ମନ୍ତ୍ରୀ କହିଲେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ…

ଭୁବନେଶ୍ୱର,୩୦ା୧୦: ରାଜ୍ୟରେ ବନ୍ୟା ସ୍ଥିତି ସଙ୍କଟଜନକ ରୂପ ନେଇଛି। ବିଶେଷ କରି ମାଲକାନଗିରି ତୁଳନାରେ ଏଥର ଗଞ୍ଜାମ ଓ ଗଜପତି ଜିଲା ବନ୍ୟା ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ଗଞ୍ଜାମ ଜିଲାରେ ୪୩ ହଜାରରୁ ଅଧିକ ଲୋକ ବନ୍ୟାଜଳ ଘେରରେ ଫସି ରହିଥିବା ବେଳେ ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି।

ଏହି ଆପାତକାଳୀନ ସ୍ଥିତିକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏସଆରସି  କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ବନ୍ୟାଞ୍ଚଳ ପରିଦର୍ଶନରେ ଯିବା ପୂର୍ବରୁ ସେ ଏକ ସାମ୍ବାଦିକ ସମ୍ମିଳନୀରେ ବନ୍ୟା ପରିସ୍ଥିତି ଓ ସରକାରଙ୍କ ରିଲିଫ୍‌ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ପ୍ରଭାବିତ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ତୁରନ୍ତ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ପାଇଁ ଜିଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଜଳବନ୍ଦୀ ହୋଇ ରହିଥିବା ଦୁର୍ଗମ ଅଞ୍ଚଳଗୁଡ଼ିକରେ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ହେଲିକପ୍ଟର ମାଧ୍ୟମରେ ଆକାଶ ମାର୍ଗରୁ ଶୁଖିଲା ଖାଦ୍ୟ ଓ ରିଲିଫ୍‌ ସାମଗ୍ରୀ ବଣ୍ଟନ କରାଯିବ।

ଯେଉଁ ଅଞ୍ଚଳରେ ଡଙ୍ଗା ଚଳାଚଳ ସମ୍ଭବ, ସେଠାରେ ବୋଟ୍‌ ମାଧ୍ୟମରେ ପ୍ରଭାବିତଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।

ବନ୍ୟା ଜଳରେ କ୍ଷତିଗ୍ରସ୍ତ ହୋଇଥିବା ପ୍ରମୁଖ ରାସ୍ତାଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହାଦ୍ୱାରା ଯୋଗାଯୋଗ ବ୍ୟବସ୍ଥା ଶୀଘ୍ର ସ୍ୱାଭାବିକ ହୋଇପାରିବ।

ସରକାରଙ୍କ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି। ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ନେବା ସହ ସେମାନଙ୍କୁ ଆବଶ୍ୟକୀୟ ଖାଦ୍ୟ ଓ ପାନୀୟ ଜଳ ଯୋଗାଇଦେବା ପ୍ରଶାସନର ପ୍ରାଥମିକତା ରହିଛି ବୋଲି ରାଜସ୍ୱ ମନ୍ତ୍ରୀ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୁଲଡିହା ବନ ବିଭାଗ କାର୍ଯ୍ୟାଳୟ ଗୋଦାମ ଘରେ ହଠାତ୍‌ ଲାଗିଲା ନିଆଁ, ଜଳିଗଲା ଗୁରୁତ୍ୱପୂର୍ଣ୍ଣ ଫାଇଲ ସହ…

ନୀଳଗିରି,୩୦ା୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): କୁଲଡିହା ବନ ବିଭାଗ କାର୍ଯ୍ୟାଳୟ ପାଖ ଗୋଦାମରେ ଏକ ଭୟାବହ ଅଘଟଣ ଘଟିଛି। ସେଠାରେ ହଠାତ୍‌ ନିଆଁ ଲାଗିବାର ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର…

ଚାଷୀଙ୍କ ପାଇଁ ଖୁସି ଖବର: ଆକାଉଣ୍ଟକୁ ଗଲା ଟଙ୍କା, ତୁରନ୍ତ କରି ନିଅନ୍ତୁ ଚେକ୍‌…

ନୂଆଦିଲ୍ଲୀ,୩୦ା୧୦: ଦେଶର ଅନ୍ନଦାତାଙ୍କ ଆର୍ଥିକ ସଶକ୍ତୀକରଣ ଦିଗରେ ଆଉ ଗୋଟିଏ ବଡ଼ ପଦକ୍ଷେପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ (ପିଏମ-କିଷାନ) ଯୋଜନାର…

ବାତ୍ୟା ପରେ ବନ୍ୟା ଭୟ: ସ୍ଥିତି ଅନୁଧ୍ୟାନ କଲେ ବିଧାୟକ, ଲୋକଙ୍କ ସୁରକ୍ଷା ପାଇଁ…

ଗଞ୍ଜାମ,୩୦ା୧୦(ବିଦ୍ୟାଧର ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ସମଗ୍ର ଗଞ୍ଜାମ ଜିଲା ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ବେଳକୁ ବେଳ ଋଷିକୂଲ୍ୟା ନଦୀ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ…

ଧୋଇଗଲା ତାଲିଯୋଡ଼ି ବ୍ରିଜ୍‌: ପହଞ୍ଚିଲା ଗ୍ରାମ୍ୟ ଉନ୍ନୟନ ବିଭାଗ, ଯନ୍ତ୍ରୀ କହିଲେ ଅନୁଦାନ ପରେ…

ଦାରିଙ୍ଗବାଡ଼ି, ୩୦।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଯୋଗୁ ବାଡ଼ାବାଙ୍ଗା-ଲାରିବାଡ଼ି ଦେଇ ଡାକରବାଡ଼ିକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା…

ଅମଳ ପୂର୍ବରୁ ଉଜୁଡ଼ିଗଲା ସ୍ବପ୍ନ: ପାଣିରେ ଲୋଟୁଛି ପାଚିଲା ଧାନ, ଚାଷୀଙ୍କ ମୁଣ୍ଡରେ ଚଡ଼କ

ଅମରପାଲି,୩୦ା୧୦(ପୀତାମ୍ବର ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଓ ପବନ ଯୋଗୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡରେ ବ୍ୟାପକ ଧାନଫସଲ କ୍ଷତିଗ୍ରସ୍ତ ହୋଇଛି। ଅମଳ…

ମାତ୍ର ୩୫ ରନ୍‌ କରିବା କ୍ଷଣି ବିଶ୍ୱରେକର୍ଡ ଭାଙ୍ଗିବେ ଅଭିଷେକ ଶର୍ମା: ହାତରେ ରହିଛି ବଡ଼ ସୁଯୋଗ

ନୂଆଦିଲ୍ଲୀ,୩୦।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ୍‌ର ଚତୁର୍ଥ ମ୍ୟାଚ ଆଜି ଅକଲାଣ୍ଡର ଇଡେନ ପାର୍କରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଓପନର ଅଭିଷେକ ଶର୍ମାଙ୍କ…

ଶୁବମନ ଗିଲଙ୍କ କପାଳରେ ଲାଗିଛି ଅଜବ ଡିଭାଇସ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଅକଲାଣ୍ଡ,୩୦।୧୦: କ୍ରିକେଟ ପଡ଼ିଆରେ ନିଜ ବ୍ୟାଟିଂକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଶୁବମନ ଗିଲ ଏବେ ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ…

ସ୍ମୃତି ମନ୍ଧାନାକୁ ମେସେଜ୍‌ କରିଥିଲେ ଧୋନୀ, ଖୋଲିଗଲା ବଡ଼ ରାଜ୍‌: ଜାଣନ୍ତୁ କ’ଣ ଲେଖିଥିଲେ

ନୂଆଦିଲ୍ଲୀ,୩୦।୧୦:: ଭାରତୀୟ ମହିଳା କ୍ରିକେଟ ଟିମ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପ ଜିତିବା ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଥିଲା। ଏହି ଐତିହାସିକ ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?