ମୋବାଇଲ ୟୁଜର୍ସଙ୍କ ପାଇଁ ନଭେମ୍ୱର ୧ରୁ ନୂଆ ନିୟମ: ଅଜଣା ନମ୍ୱରରୁ କଲ୍‌ ଆସିଲେ…

ନୂଆଦିଲ୍ଲୀ,୩୦।୧୦: ଏବେ କୌଣସି ଅଜଣା ନମ୍ୱରରୁ ଫୋନ କଲ ଆସିଲେ କିଏ କଲ କରୁଛି ତାହା ଜାଣିବା ପାଇଁ ଆପଣଙ୍କୁ ଆଉ ଚିନ୍ତା ହେବାକୁ ପଡ଼ିବ ନାହିଁ। ନଭେମ୍ୱର ୧ରୁ ମୋବାଇଲ ବ୍ୟବହାରକାରୀଙ୍କୁ ମିଳିବାକୁ ଯାଉଛି ଏକ ନୂଆ ସୁବିଧା। ଏହା ଅଧୀନରେ ଫୋନ ସ୍କ୍ରିନରେ କେବଳ ଅଜଣା ନମ୍ୱର ନୁହେଁ, ବରଂ ଯାହା ନାମରେ ସିମ କାର୍ଡ଼ ଜାରି ହୋଇଛି ସେହି ବ୍ୟକ୍ତିଙ୍କ ନାମ ମଧ୍ୟ ଦେଖାଯିବ। ଦୂରସଞ୍ଚାର ବିଭାଗ (DoT) ଏ ସମ୍ପର୍କରେ ସମସ୍ତ ଟେଲିକମ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଜାରି କରିଛି। ଏହି ସୁବିଧାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଫର୍ଜି ବା ଠକେଇ କଲ ଜରିଆରେ ହେଉଥିବା ଠକେଇ ଉପରେ ରୋକ ଲଗାଇବା।

DoT ସମସ୍ତ ଟେଲିକମ ସର୍ଭିସ ପ୍ରୋଭାଇଡର୍ସଙ୍କୁ ନଭେମ୍ୱର ୧ ତାରିଖରୁ ’କଲର୍‌ ନେମ ପ୍ରେଜେଣ୍ଟେସନ’ ବା CNAP ସେବା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛି। ଏହା ହେଉଛି ଭାରତର ଭେରିଫାଏଡ କଲର୍‌ ସିଷ୍ଟମ। ଏହାର ସହାୟତାରେ କଲ ଆସିବା ମାତ୍ରେ ମୋବାଇଲ ସ୍କ୍ରିନ୍ରେ ନମ୍ୱର ସହିତ କଲ କରୁଥିବା ବ୍ୟକ୍ତିଙ୍କ ନାମ ମଧ୍ୟ ଦେଖାଯିବ।

ବର୍ତ୍ତମାନ ପର୍ଯ୍ୟନ୍ତ ଯଦି କୌଣସି ଅଜଣା ନମ୍ୱରରୁ କଲ ଆସେ ଏବଂ ତାହା ଆପଣଙ୍କ ଫୋନ୍ରେ ସେଭ ହୋଇ ନଥାଏ, ତେବେ ସ୍କ୍ରିନ୍ରେ କେବଳ ନମ୍ୱର ହିଁ ଦେଖାଯାଏ। କିନ୍ତୁ CNAP ସେବା ଆରମ୍ଭ ହେବା ପରେ ଏପରି ହେବ ନାହିଁ। ଯଦି କୌଣସି ବ୍ୟକ୍ତିଙ୍କ ନମ୍ୱର ଆପଣଙ୍କ ଫୋନର କଣ୍ଟାକ୍ଟ ଲିଷ୍ଟରେ ସେଭ ହୋଇ ନାହିଁ, ତଥାପି କଲ ଆସିବା ବେଳେ ସେହି ବ୍ୟକ୍ତିଙ୍କ ନାମ ଦେଖାଯିବ। ଏହା ସେହି ନାମ ହେବ, ଯେଉଁ ନାମରେ ଟେଲିକମ କମ୍ପାନୀ ସିମ କାର୍ଡ଼ ଜାରି କରିଛି।

DoTର ନିର୍ଦ୍ଦେଶ ଅନୁଯାୟୀ, ଯେଉଁ ୟୁଜର୍ସ 4G କିମ୍ୱା ତା’ଠାରୁ ନୂଆ ଜେନେରେସନ୍ର ଟେଲିକମ ସେବା ବ୍ୟବହାର କରୁଛନ୍ତି, ସେମାନଙ୍କ ପାଇଁ ଏହି CNAP ସେବା ସକ୍ରିୟ କରାଯିବ। ଅନ୍ୟପକ୍ଷରେ, 2G ଏବଂ 3G ନେଟୱର୍କ ବ୍ୟବହାର କରୁଥିବା ଗ୍ରାହକମାନଙ୍କ ପାଇଁ ଏହି ସୁବିଧା କେବେ ଆରମ୍ଭ କରାଯିବ, ସେ ସମ୍ପର୍କରେ ପରେ ଅଲଗା ଭାବେ ସୂଚନା ଦିଆଯିବ।

CNAP ସେବା ଅଧୀନରେ ଯେତେବେଳେ ବି ଆପଣଙ୍କ ଫୋନ କାହାର କଲ ଆସିବ, ସ୍ମାର୍ଟଫୋନ ସ୍କ୍ରିନ୍ରେ କଲର୍ଙ୍କ ନମ୍ୱର ଦେଖାଯିବ। ତା’ର ତଳେ ଆପଣଙ୍କ ଫୋନ କଣ୍ଟାକ୍ଟ ଲିଷ୍ଟରେ ସେଭ ଥିବା ନାମ ନଜର ଆସିବ। ଯଦି ସେହି ନମ୍ୱର ଆପଣଙ୍କ ଫୋନ୍ରେ ସେଭ ନାହିଁ, ତେବେ ସ୍କ୍ରିନ୍ରେ ଟେଲିକମ କମ୍ପାନୀର ସର୍ଭରରେ ପଞ୍ଜୀକୃତ ଥିବା ନାମ ଦେଖାଯିବ। ଅର୍ଥାତ୍ ଏବେ ଅଜଣା ନମ୍ୱରରୁ ଆସୁଥିବା କଲ୍କୁ ଚିହ୍ନିବା ପୂର୍ୱ ଅପେକ୍ଷା ଆହୁରି ସହଜ ହୋଇଯିବ।

ଏହି ନୂତନ ସୁବିଧାରେ ଆନ୍ତର୍ଜାତୀୟ (International) କଲ ଚିହ୍ନଟ କରିବାର ବିକଳ୍ପ ମଧ୍ୟ ଉପଲବ୍ଧ ହେବ। ଯଦି କୌଣସି ବିଦେଶୀ ନମ୍ୱରରୁ କଲ ଆସେ, ତେବେ CNAP ଅଧୀନରେ ନମ୍ୱର ସହିତ “International Call” ମଧ୍ୟ ପ୍ରଦର୍ଶିତ ହେବ। ଏଥିପାଇଁ ସମସ୍ତ ଟେଲିକମ କମ୍ପାନୀଗୁଡ଼ିକୁ ସେମାନଙ୍କର ଆବଶ୍ୟକୀୟ ଡାଟାବେସ ପ୍ରସ୍ତୁତ କରିବାକୁ ପଡ଼ିବ। ବର୍ତ୍ତମାନ ଏହି ସେବାର ପରୀକ୍ଷଣ କରାଯାଉଥିଲା ଏବଂ ଏବେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଚାଲିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶଂସା ସାଉଁଟିଲେ ଶ୍ରଦ୍ଧା କପୁର: ‘ଇଠା’ର ଧମାକାଦାର ଟ୍ରେଲର ରିଲିଜ୍‌

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ପୁଣି ବଡ଼ ପରଦାକୁ ଫେରୁଛନ୍ତି। ମ୍ୟାଡକ ଫିଲ୍ମସ ଏବଂ କଠପୁତଲି କ୍ରିଏସନ୍ସର ଆଗାମୀ ଫିଲ୍ମ ‘ଇଠା’ରେ ସେ ଏକ ଭିନ୍ନ ତଥା…

ଅଧାରେ ରହିଲା ଜଗା ଦର୍ଶନ, ବଡ଼ଦାଣ୍ଡରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ଭକ୍ତ, ଆଉ ତା’ ପରେ…

ପୁରୀ,୩୦ା୧୦(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ଆସିଥିବା ଜଣେ ଭକ୍ତଙ୍କର ପୁରୀରେ ଦେହାନ୍ତ ହୋଇଛି। ମନ୍ଦିରରେ ଦର୍ଶନ ପାଇଁ ବ୍ୟାରିକେଡ୍‌ ବାହାରେ ଅପେକ୍ଷା କରିଥିବାବେଳେ…

OSCPCR ଅଧ୍ୟକ୍ଷାଙ୍କ ବଡ଼ ଚେତାବନୀ: ଅଭିଯୋଗ ନ ରଖିଲେ ପୋଲିସ କର୍ମଚାରୀଙ୍କ ବିରୋଧରେ ହେବ ଆକ୍ସନ

ଭୁବନେଶ୍ୱର,୩୦।୧୦: ଶିଶୁ ସୁରକ୍ଷା ଅଧିକାର ଆୟୋଗ କମିଶନ ଅଧ୍ୟକ୍ଷା(OSCPCR) ଶୁକ୍ରବାର ଏକ କଡ଼ା ଚେତାବନୀ ଦେଇଛନ୍ତି। ଜଳେଶ୍ୱରରେ ନାବାଳିକାଙ୍କୁ ବଳାତ୍କାର ପରେ ଘଟିଥିବା ହତ୍ୟା ଘଟଣାକୁ ନେଇ…

ଗଞ୍ଜାମରେ ବନ୍ୟା ସ୍ଥିତି: ପ୍ରଶାସନ ପ୍ରସ୍ତୁତ, ଅନୁଧ୍ୟାନ ପାଇଁ ଆସିବେ କେନ୍ଦ୍ରୀୟ ପ୍ରତିନିଧି ଦଳ

ଛତ୍ରପୁର,୩୦ା୧୦(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ଗଞ୍ଜାମ ଜିଲାରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିରେ ଧିରେ ଧିରେ ସୁଧାର ଆସୁଛି। ଭଞ୍ଜନଗରଠାରୁ ଛତ୍ରପୁର…

ଘରେ ଜରୁରୀକାଳୀନ ଖାଦ୍ୟସାମଗ୍ରୀ ଗଚ୍ଛିତ କରି ରଖୁଛନ୍ତି ଜାପାନ, ଆମେରିକା, ବ୍ରିଟେନର ଲୋକେ, କିଛି ବଡ଼ ଘଟଣା ଘଟିବାକୁ ଯାଉଛି କି? ଜାଣନ୍ତୁ…

ଓ୍ବାଶିଂଟନ/ଟୋକିଓ,୩୦।୧୦: ବିଶ୍ୱର ଅନେକ ବିକଶିତ ଦେଶ ନିଜ ନାଗରିକମାନଙ୍କୁ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ରଖିବାକୁ ପରାମର୍ଶ ଦେଉଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା, ଯୁକ୍ତରାଜ୍ୟ…

ତ୍ରିଲୋଚନ ହତ୍ୟାକାଣ୍ଡ ଘଟଣା: ସିନ୍‌ ରିକ୍ରିଏଶନ କଲା ପୋଲିସ, ଗୋଟି ଗୋଟି କରି ସତ ବଖାଣିଲେ ଅପରାଧୀ

ପାଟଣା,୩୦ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନାରେ କାର୍ଯ୍ୟରତ ମହିଳା କନଷ୍ଟେବଳ ତୁଳସୀ ମହାନ୍ତଙ୍କ ସ୍ବାମୀ ତଥା ବ୍ୟବସାୟୀ ତ୍ରିଲୋଚନ ମହାନ୍ତଙ୍କ ହତ୍ୟାକାଣ୍ଡର ଏକ ମାସ ପରେ…

ବଡ଼ ଘୋଷଣା: ଏବେ ଭତ୍ତା ଟଙ୍କା ହେଲା ଡବଲ୍‌, ଏଣିକି ପ୍ରତି ମାସରେ ଖାତାକୁ ଆସିବ…

ନୂଆଦିଲ୍ଲୀ,୩୦।୧୦: ବିଧବା ଏବଂ ଦିବ୍ୟାଙ୍ଗ ପେନସନ ୧,୦୦୦ ଟଙ୍କାରୁ ବୃଦ୍ଧି କରାଯାଇ ୨,୦୦୦ ଟଙ୍କା କରାଯାଇଛି। ଚଣ୍ଡୀଗଡ଼ ଶ୍ରମ କଲ୍ୟାଣ ବୋର୍ଡ (Labour Welfare Board)ର ୯ମ…

ଅର୍ଣ୍ଣବ କ୍ଷୟକ୍ଷତିର ଆକଳନ ପାଇଁ ଆସିବେ କେନ୍ଦ୍ରୀୟ ଟିମ୍‌: ମନ୍ତ୍ରୀ

ଭୁବନେଶ୍ୱର,୩୦ା୧୦: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ରାଜ୍ୟରେ ବନ୍ୟା ସ୍ଥିତି ସଙ୍କଟ ରୂପ ନେଇଛି। ବିଶେଷ କରି ରାଜ୍ୟର ମାଲକାନଗିରି ତୁଳନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?