ଦୁଗ୍ଧ ଶୀତଳୀକରଣ କେନ୍ଦ୍ରରେ ଚାଷୀଙ୍କୁ ଠକେଇ ଅଭିଯୋଗ : କମ୍‌ ମୂଲ୍ୟରେ କିଣାଯାଉଛି କ୍ଷୀର

ଛେଣ୍ଡିପଦା, ୧୬।୬(ସ୍ବ.ପ୍ର.) – ଅନୁଗୋଳ ଜିଲା ଛେଣ୍ଡିପଦା ଦୁଗ୍ଧ ଶୀତଳୀକରଣ କେନ୍ଦ୍ରରେ କ୍ଷୀର ଚାଷୀ ଠକେଇର ଶିକାର ହେଉଥିବା ଅଭିଯୋଗ ହୋଇଛି। କେନ୍ଦ୍ର କର୍ମଚାରୀ ମାପରେ ଠକେଇ କରିବା ସହ ନିମ୍ନମାନର କ୍ଷୀର କହି ଅଧିକ ରଖି କମ୍‌ ପରିମାଣ ଖାତାରେ ଲେଖୁଛନ୍ତି। ଏଥିଯୋଗୁ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ଏପରିକି ସେମାନେ ଦୁଗ୍ଧ ଉତ୍ପାଦନ ପାଇଁ କରୁଥିବା ଖର୍ଚ୍ଚ ମଧ୍ୟ ଉଠୁ ନ ଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେଉଛି।
ଏହି ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଉପରେ ଛେଣ୍ତିପଦା ବ୍ଲକର ୫୦ରୁ ଉଦ୍ଧର୍‌ବ ଗ୍ରାମର ଚାଷୀ ନିର୍ଭର କରନ୍ତି। ଦୈନିକ ୧୪ ଶହ ଲିଟର କ୍ଷୀର ଚାଷୀମାନେ କେନ୍ଦ୍ରକୁ ଆଣିବା ସହ ପ୍ରତି ୧୦ ଦିନରେ ଏ ବାବଦ ଟଙ୍କା ପାଇଥାନ୍ତି। ହେଲେ ଓମ୍‌ଫେଡ କର୍ତ୍ତୃପକ୍ଷ କ୍ଷୀରକୁ ନିମ୍ନମାନର କହିବା ସହ ଅଧିକ ପରିମାଣର କ୍ଷୀରକୁ କମ୍‌ ଦର୍ଶାଇ ରଖୁଛନ୍ତି। ଫଳରେ ଚାଷୀଙ୍କୁ ମାପରେ ଠକେଇ କରାଯାଉଥିବା ସେମାନେ ପ୍ରକାଶ କରିଛନ୍ତି। ସେହିପରି କ୍ଷୀର ଲିଟର ପିଛା କମ୍‌ ଟଙ୍କା ପ୍ରଦାନ କରାଯାଉଥିବାରୁ ଚାଷୀ କ୍ଷତି ସହୁଛନ୍ତି। ବଜାରରେ ପ୍ରାୟ ୩୦ ଟଙ୍କା ଲିଟର ପିଛା କ୍ଷୀର କିଣା ଯାଉଥିବାବେଳେ ଶୀତଳୀକରଣ କେନ୍ଦ୍ରରେ ଚାଷୀ ୨୨ ଟଙ୍କାରେ ବିକ୍ରି କରୁଥିବା ସେମାନେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଏହି କେନ୍ଦ୍ରକୁ ସରକାରଙ୍କ ପକ୍ଷରୁ ଯୋଗାଯାଉଥିବା ଔଷଧ ଓ ଦାନା ମଧ୍ୟ ସେମାନଙ୍କୁ ପ୍ରଦାନ କରାଯାଉନାହିଁ। ଏ ବାବଦରେ ଚାଷୀଙ୍କ ଖାତାରୁ ଟଙ୍କା କଟା ଯାଉଥିଲେ ହେଁ ଔଷଧ ଆଦି ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ଫଳରେ ବାହାରୁ ଅଧିକ ଟଙ୍କାରେ ଦାନା ଓ ଔଷଧ କିଣିବାକୁ ପଡୁଛି। ଏପରି ସ୍ଥିତିରେ ବ୍ଲକର କ୍ଷୀର ଚାଷୀମାନଙ୍କୁ ମାସ ମାସ ଧରି ସେମାନଙ୍କ ପାଉଣା ମିଳୁ ନ ଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ପରିବାର ପ୍ରତିପୋଷଣ ସହ ଗୋରୁଙ୍କ ଆବଶ୍ୟକ ଯତ୍ନ ନେବା ମଧ୍ୟ କଷ୍ଟକର ହୋଇପଡିଛି। ଛେଣ୍ଡିପଦାରେ ଥିବା ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଅଧିକାରୀଙ୍କ ଦେଖା ମିଳୁ ନ ଥିବା ଅଭିଯୋଗ ଆସିଛି। ଏଥିପ୍ରତି କର୍ତ୍ତୃପକ୍ଷ ଧ୍ୟାନ ନ ଦେଲେ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ନେଇ ଦୁଗ୍ଧ ଶୀତଳୀକରଣ କେନ୍ଦ୍ରର ଅଧିକାରୀ ଯତିନ କୁମାର ମିଶ୍ରଙ୍କୁ ମୋବାଇଲ ନଂ ୯୪୩୭୨୯୦୩୩୬କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଉ ନ ଥିବାରୁ ମତାମତ ମିଳିପାରି ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଯିଏ ଜଗୁଥିଲେ ସିଏ ଖାଇଗଲେ: ହରିଣ ମାରି ମାଂସ ରାନ୍ଧି ଖାଉଥିଲେ ଧରାପଡ଼ିଲେ ବନ ଜଗୁଆଳି

ଅନୁଗୋଳ, ୪।୭: ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ ଜଗୁଆଳିମାନେ ହିଁ ହରିଣ ଶିକାର କରି ତାହାର ମାଂସ ରାନ୍ଧି ଖାଉଥିବା ଘଟଣା ସାମ୍ନାକୁ ଆସିଛି। ଅନୁଗୋଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri