ତାଳଚେର ବାଣିଜ୍ୟକର କାର୍ଯ୍ୟାଳୟ ପ୍ରତି ଅବହେଳା:ବର୍ଷେ ହେଲା ବନ୍ଦ ଘରେ ଅଫିସ ସାମଗ୍ରୀ

ତାଳଚେର, ୨ା୭(ନି.ପ୍ର.)ବାର୍ଷିକ ୬ ଶହ କୋଟି ରାଜସ୍ବ ଦେଉଥିବା ତାଳଚେର ବାଣିଜ୍ୟକର କାର୍ଯ୍ୟାଳୟ ପ୍ରତି କରାଯାଉଛି ଚରମ ଅବହେଳା। ଭଡ଼ା ଘରେ ଚାଲିଆସିଥିବା ଏହି କାର୍ଯ୍ୟାଳୟ ବର୍ଷେ ହେଲା ବନ୍ଦ ପଡ଼ିଛି। ଘର ମାଲିକ ଘର ଛଡ଼ାଇ ନେବା ପରଠାରୁ ଅଫିସର ସମସ୍ତ ଫାଇଲ ଓ ଆସବାବପତ୍ର ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ସ୍ଥାନାନ୍ତର ହୋଇଥିଲେ ବି ସେବେଠାରୁ ଭଡ଼ା ଘରଟିଏ ଯୋଗାଡ଼ କରାଯାଇ ପାରୁ ନାହିଁ। ଫଳରେ ଏହା ଉପରେ ନିର୍ଭର କରୁଥିବା ୩୫ ଶହ ଡିଲର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି କାର୍ଯ୍ୟାଳୟକୁ ଅନୁଗୋଳ ସ୍ଥାନାନ୍ତର ପାଇଁ ହୋଇଥିବା ଷଡ଼ଯନ୍ତ୍ର ଯୋଗୁ ଏପରି ଅଣଦେଖା କରାଯାଉଥିବା ସାଧାରଣରେ ଅଭିଯୋଗ ହେଉଛି। ତେବେ ବାଣିଜ୍ୟକର କାର୍ଯ୍ୟାଳୟ ତୁରନ୍ତ କାର୍ଯ୍ୟକ୍ଷମ କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ଯୁବ ସାମାଜସେବୀ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
ଅଞ୍ଚଳବାସୀଙ୍କ ପକ୍ଷରୁ ବହୁ ଦାବି, ଆନ୍ଦୋଳନ ପରେ ୨୦୦୮ରେ ତାଳଚେର ବାଇପାସ୍‌ସ୍ଥିତ ଏକ ଭଡା ଘରେ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟ ଖୋଲା ଯାଇଥିଲା। ଦୀର୍ଘ ୧୦ ବର୍ଷ ସେଠାରେ କାର୍ଯ୍ୟାଳୟ ଚାଲିଥିଲା। ହେଲେ ମରାମତି ପାଇଁ ଭଡ଼ା ଘର ମାଲିକ ୨୦୧୮ ଜୁଲାଇ ୫ ମଧ୍ୟରେ କାର୍ଯ୍ୟାଳୟ ଖାଲି କରିବାକୁ ୩ ମାସ ପୂର୍ବରୁ ନୋଟିସ ଦେଇଥିଲେ। ଏହାପରେ ଜୁନ ୨୨ରେ ଅନୁଗୋଳର ଜଏଣ୍ଟ କମିଶନର ଏହି ଅଫିସକୁ ଅନୁଗୋଳ ସ୍ଥାନାନ୍ତର ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜୁନ ୨୪ରେ ତାଳଚେର ସିଟିଓ ଉକ୍ତ ଅଫିସର କାଗଜପତ୍ର ଓ ଅନ୍ୟାନ୍ୟ ଆସବାବପତ୍ର ଅନୁଗୋଳ ନେବା ପାଇଁ ପ୍ରସ୍ତୁତି ଚଳାଇଥିବାବେଳେ ତାଳଚେରବାସୀ ଏହାକୁ ଦୃଢ ବିରୋଧ କରିବା ସହ ସାମଗ୍ରୀ ନେବାକୁ ଆସିଥିବା ଗାଡିକୁ ଫେରାଇ ଦେଇଥିଲେ। ପରେ କାର୍ଯ୍ୟାଳୟର ସମସ୍ତ ଆସବାବପତ୍ର, ଫାଇଲ ଗାଡିରେ ନିଆଯାଇ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଏମ୍‌ସିଏଲ୍‌ର ସ୍ବତନ୍ତ୍ର ଥଇଥାନ ଅଧିକାରୀଙ୍କ କାର୍ଯ୍ୟାଳୟ ଭିତରେ ରଖାଯାଇଥିଲା। ସେବେଠାରୁ ସେଠାରେ ତାଲା ପକାଯାଇଥିବା ବେଳେ ଜଣେ ପିଅନ ଏହାକୁ ଜଗିଛନ୍ତି। ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଭୁବନେଶ୍ୱର ବଦଳି କରିଦିଆଯାଇ ଅନୁଗୋଳର ଜଣେ ଅଧିକାରୀଙ୍କୁ ଉକ୍ତ ଅଫିସ ଦାୟିତ୍ୱରେ ରଖାଯାଇଛି। ଅନୁଗୋଳ ଜିଲାରେ ମୋଟ ୬ ହଜାର ୫ଶହ ଡିଲର ଥିବା ବେଳେ କେବଳ ଏହି ଅଫିସ ଉପରେ ୩୫ ଶହ ଡିଲର ନିର୍ଭର କରିଥାନ୍ତି। ତେବେ କେତେଜଣ ଅସାଧୁ ଅଫିସର ଓ ଡିଲରଙ୍କୁ ଫାଇଦା ପହଞ୍ଚାଇବା ପାଇଁ ଜାଣି ଶୁଣି ଏହି କାର୍ଯ୍ୟାଳୟକୁ ଅଚଳାବସ୍ଥାରେ ରଖାଯାଇଛି ବୋଲି ଅନେକ ବ୍ୟବସାୟୀ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଯେ, ବାର୍ଷିକ ୬ଶହ କୋଟି ଟଙ୍କା ରାଜସ୍ବ ଦେଉଥିବା ଏହି ଅଫିସ ପାଇଁ ପ୍ରଶାସନ ନିଜସ୍ବ ଘର ନିର୍ମାଣ କରିବା କଥା। କିନ୍ତୁ ତାହା ତ ଦୂରର କଥା ଭଡ଼ା ଘରଟିଏ ଯୋଗାଡ଼ କରାଯାଉ ନ ଥିବା ପଛରେ କି ଷଡ଼ଯନ୍ତ୍ର ରହିଛି ସେ ନେଇ ପ୍ରଶ୍ନ କରିଛନ୍ତି। ଏପରି କି ଅଫିସ ଅନୁଗୋଳକୁ ସ୍ତାନାନ୍ତର କରିନେବାକୁ ଏହା ଏକ ଚକ୍ରାନ୍ତ ବୋଲି ସାଧାରଣରେ ଆଲୋଚନା ହେଉଛି। ତୁରନ୍ତ ଏହାକୁୁ କାର୍ଯ୍ୟକ୍ଷମ କରା ନ ଗଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଯୁବସମାଜସେବୀ ସଙ୍ଗଠନ ପକ୍ଷରୁ ଚେତାଇ ଦିଆଯାଇଛି। ଏ ସମ୍ପର୍କରେ ଅନୁଗୋଳର ଜଏଣ୍ଟ କମିଶନର ତେଜରାଜ ପ୍ରଧାନଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ସେ କୌଣସି ସନ୍ତୋଷଜନକ ଉତ୍ତର ନ ଦେଇ ମୁଖ୍ୟ ପ୍ରସଙ୍ଗକୁ ଏଡାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ହେଉନି

ବଇଣ୍ଡା,୧୩।୪(ପରିକ୍ଷିତ ସାହୁ): କେତେକ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷାବିଭାଗ ପକ୍ଷରୁ ଅଷ୍ଟମ ଶ୍ରେଣୀ ଖୋଲାଯାଇଛି। ହେଲେ ଉକ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତ...

ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri