ଡମ୍ପିଂୟାର୍ଡ଼ ପ୍ରକଳ୍ପ ବୁଲିଲେ ଜିଲାପାଳ

ଅନୁଗୋଳ ଅଫିସ, ୧୨।୬- ଅନୁଗୋଳ ସହରର ପ୍ରସ୍ତାବିତ ଡମ୍ପିଂୟାର୍ଡ଼ ସ୍ଥାନ କୁଶାସିଂହାକୁ ମଙ୍ଗଳବାର ଜିଲାପାଳ ମନୋଜ କୁମାର ମହାନ୍ତି ପରିଦର୍ଶନ କରିଛନ୍ତି। ଡମ୍ପିଂୟାର୍ଡ଼ ନିର୍ମାଣରେ କେଉଁଠି ସମସ୍ୟା ରହିଛି ସେ ସମ୍ପର୍କରେ ପ୍ରଶାସନ ଅଧିକାରୀ, ପୌର କର୍ତ୍ତୃପକ୍ଷଙ୍କଠାରୁ ପଚାରି ବୁଝିଛନ୍ତି। ବିରୋଧ ଯୋଗୁ ଉକ୍ତ ସ୍ଥାନରେ ନିର୍ମାଣ କାର୍ଯ୍ୟ ବନ୍ଦ ଥିବା ଅଧିକାରୀମାନେ ଜିଲାପାଳଙ୍କୁ ଅବଗତ କରାଇଛନ୍ତି। ସ୍ଥାନୀୟ ଲୋକଙ୍କ ସହ ଜନ ପ୍ରତିନିଧିଙ୍କୁ ଡକାଯାଇ ପ୍ରସ୍ତାବିତ ସ୍ଥାନରେ କାର୍ଯ୍ୟ କରିବାକୁ ଆଲୋଚନା କରାଯିବ ବୋଲି ଜିଲାପାଳ କହିଛନ୍ତି। ଏଥିସହ ଡମ୍ପିଂୟାର୍ଡ ହେଲେ ଅଞ୍ଚଳରେ କୌଣସି ସମସ୍ୟା ହେବ ନାହିଁ। ବରଂ ରାସ୍ତାଘାଟର ଉନ୍ନତି ସହ ଅଞ୍ଚଳ ବିକାଶ ଧାରାରେ ସାମିଲ ହେବ ବୋଲି ସେ କହିଛନ୍ତି।
ଜିଲାପାଳଙ୍କ ସହ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସଂସ୍ଥାର ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତ୍ତିରାୟ, ଉପଜିଲାପାଳ ବାସୁଦେବ ଶତପଥୀ, ପୌରନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା କୁଶାସିଂହାସ୍ଥିତ ଡମ୍ଫିଂୟାର୍ଡ ପରିଦର୍ଶନରେ ଯାଇଥିଲେ। ସେଠାରେ ଅଞ୍ଚଳ ବୁଲିଦେଖିବା ସହ ପ୍ରକଳ୍ପ କାର୍ଯ୍ୟକୁ କିପରି କରାଯିବ ସେ ନେଇ ଆଲୋଚନା ହୋଇଥିଲା। ଅନ୍ୟପକ୍ଷରେ ସୋମବାର ଜିଲାର ଦୁଇଟି ପୌରପାଳିକା ଓ ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀଙ୍କ ସହ ଉପଜିଲାପାଳ ଏକ ବୈଠକ କରିଥିଲେ। ବୈଠକରେ କିପରି ୱେଷ୍ଟ ମ୍ୟାନେଜମେଣ୍ଟ ବ୍ୟବସ୍ଥା ଚାଲିଛି ତାର ସମୀକ୍ଷା କରାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ କେତୋଟି କମ୍ପୋଷ୍ଟ ପିଟ କାର୍ଯ୍ୟ କେତେ ଦୂର ଯାଇଛି ତାର ମଧ୍ୟ ସମୀକ୍ଷା କରାଯାଇଥିଲା। ସହର ସୁସ୍ଥ ଓ ପରିଷ୍କାର ରଖିବାକୁ ମଧ୍ୟ ଜିଲାପାଳ ଆଲୋଚନା କରିଥିଲେ। ଘର ଘର ବୁଲି ଅଳିଆ ସଂଗ୍ରହ କାର୍ଯ୍ୟଠାରୁ ଜିଲାର ପ୍ରତ୍ୟେକ ସହରରେ କିପରି ସଫେଇ ଚାଲିଛି ତାର ମଧ୍ୟ ଜିଲାପାଳ ସମୀକ୍ଷା କରିଥିଲେ। ସହରଗୁଡ଼ିକରେ ପ୍ଲାଷ୍ଟିକ ମ୍ୟାନେଜମେଣ୍ଟ ଠିକ୍‌ ଭାବେ କରାଯାଉଛି କି ନାହିଁ ବିଭିନ୍ନ ପୌର ଓ ବିଜ୍ଞାପିତ ଅଧିକାରୀଙ୍କଠାରୁ ପଚାରି ବୁଝିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ହେଉନି

ବଇଣ୍ଡା,୧୩।୪(ପରିକ୍ଷିତ ସାହୁ): କେତେକ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷାବିଭାଗ ପକ୍ଷରୁ ଅଷ୍ଟମ ଶ୍ରେଣୀ ଖୋଲାଯାଇଛି। ହେଲେ ଉକ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତ...

ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri