ଟ୍ରକ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ: ଉତ୍ତେଜନା, ରାଜପଥ ଅବରୋଧ

ଅନୁଗୋଳ ଅଫିସ, ୯।୧୨ – ଅନୁଗୋଳ ସହରସ୍ଥିତ ଅଗ୍ନିଶମ ବିଭାଗ ଛକରେ ଶନିବାର ଏକ ଦୁର୍ଘଟଣାରେ ସୌଭାଗ୍ୟନଗରର ଦୋଳ ଗୋଚ୍ଛାୟତ(୩୨)ଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ସେମାନେ ରାଜପଥ ଉପରକୁ ଚାଲିଆସି ଆନ୍ଦୋଳନ କରିଥିଲେ। ଖବରପାଇ ଅନୁଗୋଳ ଥାନା ଅଧିକାରୀ ଏକ ପ୍ଲାଟୁନ୍‌ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ପ୍ରକାଶ ଯେ, ଅପରାହ୍ନରେ ଦୋଳ ସାଇକେଲ୍‌ରେ ଘରକୁ ଫେରୁଥିବା ବେଳେ ସହର ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ୍‌ (ନଂ. ଓଆର-୦୯-ଜେ-୪୮୭୨) ପଛପଟୁ ତାଙ୍କୁ ଧକ୍କା ଦେଇଥିଲା। ଖବରପାଇ ପୋଲିସ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଁ ସେଠାରେ ଡାକ୍ତର ଦୋଳଙ୍କୁ ମୃତ ଘୋଷଣା କରିଥିଲେ। ପରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାଜପଥ ଅବରୋଧ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ପୋଲିସ ବୁଝାଶୁଝା କରି କ୍ଷତିପୂରଣ ପାଇଁ ଗାଡ଼ି ମାଲିକଙ୍କ ସହ ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକମାନେ ଶାନ୍ତ ପଡ଼ିଥିଲେ। ସୂଚନାଯୋଗ୍ୟ ଯେ, ମୃତ ଦୋଳଙ୍କ ପୈତୃକ ଘର ବନ୍ତଳା ଥାନା ତୁମୁଣି ଅଞ୍ଚଳରେ ହୋଇଥିବାବେଳେ ସେ ସୌଭାଗ୍ୟନଗରରେ ରହି ଏକ ହୋଟେଲରେ ସଫେଇ କର୍ମଚାରୀଭାବେ କାର୍ଯ୍ୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ଝୁଲିଲା ଅନୁଗୋଳ, ତାଳଚେର, ଆଠମଲ୍ଲିକ

ଅନୁଗୋଳ, ୨୮ା୩ (ଅମିତ କୁମାର ସାମଲ)ବିଜୁ ଜନତା ଦଳ ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟରେ ୭୧ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ...

ରାସ୍ତା ପାର୍ଶ୍ୱରେ ବିପଜ୍ଜନକ ଅବସ୍ଥାରେ ଚାଲୁଛି ପରିବା ବଜାର

ବଅଁରପାଳ/ଅନୁଗୋଳ,୨୫ା୩(ଅମିତ କୁମାର ସାମଲ): ବଅଁରପାଳ ବ୍ଲକ କୁଲା଼ଡ ଏଫ୍‌ସିଆଇ ଛକରୁ ନାଲ୍‌କୋ ସିପିପିକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାଖରେ ଚାଲିଛି ପରିବା ବଜାର। କରୋନା...

ଲୁଚାଚୋରାରେ ଘରୋଇ ଜାଗାରେ ପଡ଼ୁଛି ଅଳିଆ

ଅନୁଗୋଳ, ୨୨ା୩ (ଅମିତ କୁମାର ସାମଲ): ଅନୁଗୋଳ ସହରରୁ ବାହାରୁଥିବା ଆବର୍ଜନା କେଉଁଠାରେ ପକାଯିବ ତାହାକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟାର ଏଯାଏ ସମାଧାନ ହୋଇପାରୁ...

ରାଜନୈତିକ ସମୀକରଣ ଦେଖି ରଣନୀତି

ଆଠମଲ୍ଲିକ,୨୨।୩(ଉଦୀପ୍ତ ପୁରୋହିତ): ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପରଠାରୁ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ସାଧାରଣରେ ବହୁ ଆଲୋଚନା ଚାଲିଛି। ଅନୁଗୋଳ ଜିଲାର ୫ଟି ବିଧାନସଭା...

ଜଙ୍ଗଲ ନିଆଁ ଆୟତ୍ତ କଲେ ଗାଁ ପିଲା

ପାଲଲହଡ଼ା,୨୦ା୩ (ଦିବ୍ୟଜ୍ୟୋତି ଦାଶ): ଖେଳକୁଦ କରିବା ବୟସରେ ୭ ଜଣ ପିଲା ଦେଖାଇଛନ୍ତି ସାହସିକତା। ସଚେତନ ମଣିଷଙ୍କ ପରି ସେମାନେ ବୁଦ୍ଧି ଖଟାଇ ଜଙ୍ଗଲ ନିଅଁାକୁ...

ଅନୁଗୋଳରେ ୨୭, ୬୨୫ ନୂଆ, ୭, ୭୪୮ ବରିଷ୍ଠ ମତଦାତା

ଅନୁଗୋଳ, ୧୮ା୩ (ଅମିତ କୁମାର ସାମଲ): ଅନୁଗୋଳ ଜିଲାରେ ଥିବା ବିଧାନସଭା ଆସନ ଏବଂ ଢେଙ୍କାନାଳ ଓ ସମ୍ବଲପୁର ଲୋକ ସଭା ଅଧୀନରେ ଆସୁଥିବା ନିର୍ବାଚନମଣ୍ଡଳୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri